Advertisment

କରନ୍ତୁ ନାହିଁ ଏହି ୫ଟି କାମ, ହୋଇପାରେ ଅଶୁଭ

ଆମ ଦୈନଦିନ ଜୀବନରେ ସବୁକିଛି କାର୍ଯ୍ୟ ଠିକ୍ ଭାବେ କରିଲେ ମଧ୍ୟ ଆମ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ଆମେ ପ୍ରତିଦିନ ଏପରି ଅନେକ କାମ କରିଥାଉ ଯାହା ଆମ କାମକୁ ସହଜ ତ କରିଥାଏ କିନ୍ତୁ ତାହାର ବ୍ୟବହାର ଅଶୁଭ ମନାଯାଏ । ଏହା ସମ୍ପର୍କରେ ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି। ତେବେ ଚାଲନ୍ତୁ ଜାଣିବା କେଉଁ କାର୍ଯ୍ୟକୁ ଅଶୁଭ ବୋଲି ବିବେଚନା କରାଯାଏ ।

ଅଦ୍ୟତନ ହୋଇଛି
vastutips

vastutips

Advertisment

ଶୁଭ ଓ ଅଶୁଭର ମାନ୍ୟତା ବହୁ ପୁରାତନ କାଳରୁ ରହିଛି । ଏହାକୁ ବହୁତ ଲୋକ ମାନିଥାନ୍ତି ଆଉ କେତେ ଲୋକ ହେୟ ଜ୍ଞାନ କରିଥାନ୍ତି । ଶାସ୍ତ୍ର ଅନୁସାରେ କିଛି କାମ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ଓ ଆଉ କିଛି କାମକୁ ଅଶୁଭ ହୋଇଥାଏ ବୋଲି କୁହାଯାଏ ।

Advertisment

ଘରୁ ବାହାରିବା ସମୟରେ ଛିଙ୍କିବା:

  • ଶାସ୍ତ୍ର ଅନୁସାରେ ଘରୁ ବାହାରିବା ସମୟରେ ଛିଙ୍କିବା ଅଶୁଭ ମନାଯାଏ । ଏହାସହ ଯଦି ଯାତ୍ରା ସମୟରେ କେହି ଛିଙ୍କି ଦେଲେ କିଛି ସମୟ ପର୍ଯ୍ୟନ୍ତ ରହି ଯିବା ଉଚିତ। ଘରେ ବସି ପାଣି ପିଇବା ପରେ ହିଁ ବାହାରକୁ ଯାଆନ୍ତୁ।

ଧାରୁଆ ଜିନିଷ ବ୍ୟବହାର କରିବା:

  • ଶାସ୍ତ୍ର ଅନୁସାରେ ଘରେ ଛୁରୀ ,କଇଁଚି ଭଳି ଧାରୁଆ ଜିନିଷକୁ କମ୍ ବ୍ୟବହାର କରନ୍ତୁ। ଏହାଦ୍ୱାରା ଅଶୁଭ ଘଟଣା ଘଟିବାର ସମ୍ଭାବନା ଥାଏ।
Advertisment

ଦର୍ପଣ:

  • ଦର୍ପଣ ସହ କିଛି କଥା ଅଛି ଯାହାକୁ ଅଶୁଭ ମନାଯାଇଛି। ଶଗୁନ ଶାସ୍ତ୍ର ମୁତାବିକ ଦର୍ପଣ କାଚ ଭାଙ୍ଗିବା ବହୁତ ଅଶୁଭ ମନାଯାଏ । ଭଙ୍ଗା ଦର୍ପଣରେ ମୁହଁ ଦେଖିବାକୁ ଶୁଭ ମନାଯାଇନଥାଏ । ଏହା ବ୍ୟତୀତ ଭୁଲରେ ବି ଘରର ଐଶାନ୍ୟ କୋଣରେ ଭଙ୍ଗା କାଚ ପକାନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୁଏ।

ଝାଡ଼ୁ:

  • ବିଶ୍ୱାସ ରହିଛି ଯେ ଝାଡ଼ୁରେ ମାତା ଲକ୍ଷ୍ମୀଙ୍କ ବାସ ଥାଏ। ଝାଡ଼ୁକୁ ଖୋଲାସ୍ଥାନରେ ରଖିନ୍ତୁ ନାହିଁ। ବରଂ ଏହାକୁ କୋଣରେ ଲୁଚାଇ ରଖନ୍ତୁ। ଘରର ମହିଳା କିମ୍ବା ବଡ଼ ଲୋକ ଝାଡ଼ୁରେ ପାଦ ଲଗାଇବା ଅନୁଚିତ। ଏହାସହ ସୂର୍ଯ୍ୟାସ୍ତ ପରେ ଘରକୁ ଝାଡ଼ୁ କିଣି ଆଣିବା ଉଚିତ ନୁହେଁ।
Advertisment

କ୍ଷୀର ଉତୁରିବା:

  • ଆମେ ସମସ୍ତେ କ୍ଷୀରକୁ ପୂଜା କାମରେ ଲଗାଇଥାଉ। ଏହା ଆମ ଶରୀର ପାଇଁ ମଧ୍ୟ ଉଚିତ ମନାଯାଏ। କିନ୍ତୁ ଗ୍ୟାସରୁ କ୍ଷୀର ଉତୁରିବାକୁ ଅତ୍ୟନ୍ତ ଅଶୁଭ ବୋଲି କୁହା ଯାଇଛି। କୁହାଯାଏ କି କ୍ଷୀର ଉତୁରି ଭୂଇଁରେ ପଡ଼ିଲେ ଆଗକୁ ବଡ଼ ଦୁର୍ଘଟଣା ହୋଇପାରେ।

ପଶୁ:

  • ଶାସ୍ତ୍ରରେ ପଶୁକୁ ତଥା ଜୀବଜନ୍ତୁକୁ ନେଇ ମଧ୍ୟ ଅଶୁଭ ମନାଯାଇଛି। ଶଗୁନ ଶାସ୍ତ୍ର ମୁତାବିକ ଘର ପାଖରେ କୁକୁର ବିଲେଇ କାନ୍ଦିବାକୁ ଅଶୁଭ ମନାଯାଇଛି। ଯଦି ବି ଘର ସାମ୍ନାରେ ଏମାନେ ଝଗଡ଼ା କରନ୍ତି ତେବେ ମଧ୍ୟ ଏହାକୁ ଅଶୁଭ ମନାଯାଇଛି। ଏହା କୌଣସି ଦୁର୍ଘଟଣାର ପୂର୍ବ ସଙ୍କେତ ହୋଇଥାଏ ।
Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ