Advertisment

ଅଫିସ୍‌ରେ ସ୍ମାର୍ଟ ଦିଶିବା ପାଇଁ ଚାହୁଁଛନ୍ତି କି ? ତାହେଲେ ଆପଣାନ୍ତୁ ଏହି ମେକ୍‌ଅପ୍ ଟିପ୍ସ୍‌

ପ୍ରାୟତଃ ସମସ୍ତେ ନିଜର ଲୁକ୍ ଓ ସୈନ୍ଦର୍ଯ୍ୟ ପାଇଁ ବହୁତ ଚିନ୍ତିତ ଥାନ୍ତି । ବିଶେଷ କରି କର୍ମଜୀବୀ ମହିଳାମାନେ ବ୍ୟସ୍ତବହୁଳ ଜୀବନରେ ମେକଅପ୍‌ ଓ ନିଜର ଲୁକ୍ ପ୍ରତି ଧ୍ୟାନ ଦେଇଥାନ୍ତି । ତେବେ ସମସ୍ତେ ଅଫିସ୍‌ରେ ସ୍ମାର୍ଟ ଦିଶିବା ପାଇଁ ଚେଷ୍ଟା କରନ୍ତି । ଅନେକ ମହିଳା ଅଫିସ୍ ଯିବା ବେଳେ ମେକ୍‌ଅପ୍‌ ନିଅନ୍ତି । ସେମାନଙ୍କର ଧାରଣା ମେକ୍‌ଅପ୍‌ ନେଲେ ସେମାନେ ସୁନ୍ଦର ଦେଖାଯିବା ସହିତ ଅଧିକ ସ୍ମାର୍ଟ ଦେଖାଯାନ୍ତି । ଆଉ ମେକ୍‌ଅପ୍‌ ନେଲେ ସେମାନଙ୍କ ଆତ୍ମବିଶ୍ୱାସ ବି ବଢ଼ିଯାଏ । ଆଜି ଜାଣିବା କର୍ମଜୀବୀ ମହିଳାମାନଙ୍କ କିଛି ମକ୍‌ଅପ୍ ଟିପ୍ସ୍ ।

ଅଦ୍ୟତନ ହୋଇଛି
Look smart in the office

Look smart in the office

Advertisment

ବେଳେ ବେଳେ ମେକ୍‌ଅପ୍‌ର ମାପଚୁପରେ ଏପଟ ସେପଟ ହୋଇଗଲେ ତାହା ସେମାନଙ୍କ ସୌନ୍ଦର୍ଯ୍ୟକୁ ବିଗାଡ଼ି ଦେଇଥାଏ । ତେଣୁ ଅଫିସ୍‌ ଗଲା ବେଳେ ସ୍ମାର୍ଟ ଦିଶିବା ପାଇଁ କେମିତି ମେକ୍‌ଅପ୍‌ ନେବାକୁ ହେବ, ତାହା ବି ଜାଣିବା ଜରୁରୀ । ତା’ହେଲେ ଆସନ୍ତୁ ଜାଣିବା ।

Advertisment
  • ସମସ୍ତଙ୍କଠାରୁ ଭିନ୍ନ ଲାଗିବା ପାଇଁ ହେୟାର୍‌ ଷ୍ଟାଇଲ୍‌ରେ ମଧ୍ୟ ପରିବର୍ତ୍ତନ ଆଣନ୍ତୁ ।
  • ଯଦି ଆପଣଙ୍କ ସ୍କିନ୍‌ ଅଏଲି, ତା’ହେଲେ କିଛି କଟନ୍‌ ଓ ଫେସ୍ ୱାଶ୍‌ (ଆପଣ ଯେଉଁ ବ୍ରାଣ୍ଡ୍‌ ବ୍ୟବହାର କରୁଛନ୍ତି)କୁ ମେକ୍‌ଅପ୍‌ କିଟ୍‌ରେ ରଖିବାକୁ ଭୁଲନ୍ତୁ ନାହିଁ।
  • କିଛି ମହିଳାଙ୍କର ହେଭି ମେକ୍‌ଅପ୍‌ ବା ଅଧିକ ମେକ୍‌ଅପ୍‌ ନେବାର ଅଭ୍ୟାସ ଥାଏ। ତେବେ ସେମାନେ ଜାଣନ୍ତି ନାହିଁ ଯେ, ଅଧିକ ମେକ୍‌ଅପ୍‌ ସେମାନଙ୍କୁ ଅସୁନ୍ଦର କରିଦିଏ। ତେଣୁ ଅଫିସ୍‌କୁ ଯିବା ବେଳେ ହାଲ୍‌କା ଓ ନ୍ୟାଚୁରାଲ୍‌ ମେକ୍‌ଅପ୍‌ ନିଅନ୍ତୁ। ଏହା ଆପଣଙ୍କୁ ସ୍ମାର୍ଟ ଲୁକ୍ ଦେବାରେ ସାହାଯ୍ୟ କରିବ।
  • ମେକ୍‌ଅପ୍‌ ପାଇଁ ଡାର୍କ ଆଇଲାଇନର୍‌, ଡାର୍କ ଶେଡ୍‌ ଲିପ୍‌ଷ୍ଟିକ୍‌ ଏବଂ ଡାର୍କ ଆଇ ଶ୍ୟାଡୋ ଲଗାନ୍ତୁ ନାହିଁ। ଏହା ପରିବର୍ତ୍ତେ ହାଲ୍‌କା ରଙ୍ଗର ଆଇଲାଇନର୍‌ ଓ ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଏକ ସୁନ୍ଦର ଓ ନ୍ୟାଚୁରାଲ୍‌ ଲୁକ୍‌ ମିଳିବ।
  • ମେକ୍‌ଅପ୍‌ ପାଇଁ ଡାର୍କ ଆଇଲାଇନର୍‌, ଡାର୍କ ଶେଡ୍‌ ଲିପ୍‌ଷ୍ଟିକ୍‌ ଏବଂ ଡାର୍କ ଆଇ ଶ୍ୟାଡୋ ଲଗାନ୍ତୁ ନାହିଁ। ଏହା ପରିବର୍ତ୍ତେ ହାଲ୍‌କା ରଙ୍ଗର ଆଇଲାଇନର୍‌ ଓ ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଏକ ସୁନ୍ଦର ଓ ନ୍ୟାଚୁରାଲ୍‌ ଲୁକ୍‌ ମିଳିବ।
  • ଯଦି ଅଫିସ୍‌ରେ ଅଧିକ ସମୟ ରହିବାକୁ ପଡୁଛି, ତା’ହେଲେ ପର୍ସରେ ଏକ ଛୋଟ ମେକ୍‌ଅପ୍‌ କିଟ୍ ରଖନ୍ତୁ। ମଝିରେ ମଝିରେ ଟଚ୍‌ଅପ୍‌ ନିଅନ୍ତୁ। 
  • makeup tipsmakeup tips
Makeup Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ