Advertisment

ଆପଣଙ୍କ ମୁହଁକୁ ମାନିବ କେଉଁ ଚଷମା ଫ୍ରେମ୍, ଜାଣିଛନ୍ତି କି ?

ଯଦି ଆପଣ ନିଜ ଚେହେରାକୁ ସୁଟ୍ କଲା ଭଳି ଚଷମା ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଚଷମାର ଫ୍ରେମ୍‌ ପସନ୍ଦ କରିବା ପାଇଁ ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ୍ ଦେଉଛୁ । ଏହି ଅନୁସାରେ, ଚଷମା ଫ୍ରେମ୍‌ ବ୍ୟବହାର କଲେ, ଆପଣଙ୍କୁ ଖୁବ୍ ମାନିବ ଏବଂ ଆପଣ ବି ବେଶ୍ ଷ୍ଟାଇଲିଶ୍‌ ଦିଶିବେ । କେଉଁ ଫ୍ରେମ୍‌ର ଚଷମା ଆପଣଙ୍କ ମୁହଁକୁ ଖୁବ୍ ମାନିବ, ଜାଣନ୍ତୁ !

ଅଦ୍ୟତନ ହୋଇଛି
which eye glass frames will fit your face?

which eye glass frames will fit your face?

Advertisment

ଚଷମାର ଫ୍ରେମ୍‌ଗୁଡ଼ିକ ଭିନ୍ନ ଭିନ୍ନ ଆକୃତିର ମୁହଁକୁ ଧ୍ୟାନରେ ରଖି ତିଆରି କରାଯାଇଥାଏ। ଏଣୁ କିଛି ଲୋକଙ୍କୁ ସେମାନଙ୍କ ମୁହଁକୁ କେଉଁ ପ୍ରକାର ଚଷମା ଫ୍ରେମ୍ ମାନିବ, ତାହା ଜଣା ନଥାଏ।  ତେବେ ଚାଲନ୍ତୁ ଜାଣିବା କେଉଁ ଫ୍ରେମ୍‌ର ଚଷମା ଆପଣଙ୍କ ମୁହଁକୁ ଖୁବ୍ ମାନିବ ।

Advertisment

ହାର୍ଟ୍‌ ସେପ୍‌ ମୁହଁ:

ହାର୍ଟ ସେପ୍‌ର ମୁହଁ ଥିବା ଲୋକଙ୍କ ମଥା ଏବଂ ଗାଲର ହାଡ଼ ଚଉଡ଼ା ହୋଇଥାଏ। ଏହା ସହିତ ଏମାନଙ୍କ ଚିନ୍‌ ବା ଥୋଡ଼ି ପତଳା ହୋଇଥାଏ। ‌ଏପରି ମୁହଁ ଥିବା ବ୍ୟକ୍ତିଙ୍କୁ ରେକ୍ଟାଙ୍ଗୁଲାର୍‌, ଓଭାଲ୍‌ ବା ରାଉଣ୍ଡ୍‌ ସେପ୍‌ ଫ୍ରେମ୍‌ର ଚଷମା ଖୁବ୍ ମାନିଥାଏ। ଫିକା ରଙ୍ଗର ଚଷମା ମଧ୍ୟ ଏମାନଙ୍କ ମୁହଁକୁ ଆକର୍ଷଣୀୟ କରିଥାଏ। ଧ୍ୟାନ ରଖନ୍ତୁ, ଫ୍ରେମ୍‌ର ଉପରଭାଗ ଅପେକ୍ଷା ତଳଭାଗ ଯେପରି ଚଉଡ଼ା ରହେ। ଏଥିରେ ଆପଣଙ୍କ ଚେହେରା ବାଲାନ୍ସ୍‌ ରହିଥାଏ।

ସ୍କୋୟାର୍‌ ସେପ୍‌ ମୁହଁ:

ସ୍କୋୟାର୍‌ ଆକାରର ମୁହଁ ଥିବା ବ୍ୟକ୍ତିଙ୍କ ମଥା ଏବଂ ଗାଲ ଚଉଡ଼ା ହୋଇଥାଏ। ଏମାନଙ୍କ ମୁହଁର ଲମ୍ୱା ଏବଂ ଚଉଡା ସମାନ ରହିଥାଏ। ଏଥିପାଇଁ ଏମାନଙ୍କ ମୁହଁରେ ଓଭାଲ୍‌ ବା ରାଉଣ୍ଡ୍‌ ସେପ୍‌ ଚଷମା ଭଲ ଲାଗିଥାଏ। ଯଦି ଚାହୁଁଛନ୍ତି ଯେ ନିଜ ମୁହଁ କିଛିଟା ସଫ୍ଟ୍‌ ଲାଗୁ, ତେବେ ଲମ୍ବା ତୁଳନାରେ ଚଉଡ଼ା ଅଧିକ ଥିବା ପତଳା ଏବଂ ଷ୍ଟାଇଲିଶ୍‌ ଫ୍ରେମ୍‌ର ଚଷମା ପିନ୍ଧନ୍ତୁ।

Advertisment

ଡାଇମଣ୍ଡ ସେପ୍ ମୁହଁ:

ଏହି ଆକାରର ମୁହଁ ଥିବା ବ୍ୟକ୍ତିଙ୍କର ମଥା ଏବଂ ଗାଲର ଲାଇନ୍‌ ପତଳା। ଏହା ସହ ଏମାନଙ୍କ ଗାଲର ହାଡ଼ ଚଉଡା ଏବଂ ଉଚ୍ଚା ହୋଇଥାଏ। ଆଖିକୁ ହାଇଲାଇଟ୍‌ ଏବଂ ଚିକ୍‌ ବୋନସ୍‌କୁ ସଫ୍ଟ୍‌ କରିବା ପାଇଁ ଏହି ମୁହଁର ବ୍ୟକ୍ତି ଅଣ୍ଡାକାର ଆକାରର ଚଷମା ଫ୍ରେମ୍‌ ବାଛନ୍ତୁ। ଏହା ବ୍ୟତୀତ ଆପଣ କ୍ୟାଟ୍‌ ଆଇ ଫ୍ରେମ୍‌ ବି ପିନ୍ଧି ପାରିବେ।

ଓଭାଲ୍ ସେପ୍ ମୁହଁ ବା ଆଣ୍ଡାକୃତି ମୁହଁ:

ଏହି ଆକାରର ଚେହେରା ଥିବା ବ୍ୟକ୍ତିଙ୍କୁ ଆଦର୍ଶ ଚେହେରା ବୋଲି କୁହାଯାଇଥାଏ। ଏମାନଙ୍କୁ ସାଧାରଣତଃ ଚଉଡ଼ା ଫ୍ରେମ୍‌ର ଚଷମା ଅଧିକ ମାନିଥାଏ। ଏହା ବ୍ୟତୀତ ଆପଣ ଅଖରୋଟ୍‌ ଆକାରର ଚଷମା ମଧ୍ୟ ପିନ୍ଧି ପାରିବେ। କିନ୍ତୁ ଧ୍ୟାନ ରଖନ୍ତୁ, ଚଷମାର ଫ୍ରେମ୍‌ ଯେପରି ଅଧିକ ଲମ୍ୱା ଏବଂ ପତଳା ନହେବ।

Advertisment
Fashion Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ