ଭୁଲରେ ସୁଦ୍ଧା ରାତିରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ : ଅସନ୍ତୁଷ୍ଟ ହୋଇ ଥାଆନ୍ତି ମାତା ଲକ୍ଷ୍ମୀ

ଧାର୍ମିକ ମାନ୍ୟତା ଅନୁସାରେ ରାତ୍ରୀ ସମୟରେ କ୍ଷୀର ପିଇବା ତ ଠିକ କଥା କିନ୍ତୁ ରାତିରେ ଦହି ଖାଇବା ଉଚିତ ନୁହେଁ । ଏହାର ଗୋଟିଏ କାରଣ ହେଲା ଦହି ଥଣ୍ଡା ଜିନିଷରେ ଗଣା ହୁଏ ଯାହା ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ କ୍ଷତି କାରକ । ଧାର୍ମିକ ଦୃଷ୍ଟିରୁ ମଧ୍ୟ ଦଧି ଅନ୍ନ ଖାଇବାକୁ ରାତ୍ରୀ ସମୟରେ ବାରଣ କରା ଯାଇଥାଏ । କାରଣ ଏହାଦ୍ୱାରା ଧନ ହାନି ହୋଇଥାଏ । ଏହା ବ୍ୟତୀତ ଭାତ ,ମୂଳା ଇତ୍ୟାଦି ରାତିରେ ଖାଇବା ଉଚିତ ନୁହେଁ ।

Do you eat this food at night

News Summary

ରାତିରେ ଖାଆନ୍ତୁ ନାହିଁ ଦହି

ରାତ୍ରୀ ସମୟରେ ଅଧିକାଂଶ ପରିବାରରେ କିଛିଟା ଜନିଷକୁ ଖାଇବାକୁ ବାରଣ କରାଯାଇଥାଏ । ଯାହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ସହିତ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡିଥାଏ । କୁହାଯାଏ ଯେ ରାତି ସମୟରେ ଏପରି କିଛି ଜିନିଷକୁ ଖାଇବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତା ସହିତ ଭୋଜନ କରୁଥିବାର ଦିଗ ,ସମୟ ଓ ଅନ୍ୟ କିଛି ବିଶେଷ କଥାକୁ ଧ୍ୟାନରେ ରଖିବା ଆବଶ୍ୟକ । ଆସନ୍ତୁ ଜାଣିବା...