Advertisment

ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଝାଡ଼ୁ, ହୋଇଥାଏ ଅଶୁଭ

ଘର ସହିତ ଜଡିତ ଅନେକ କାର୍ଯ୍ୟ ଏବଂ ନିୟମିତ ଭାବରେ କରାଯାଉଥିବା କାର୍ଯ୍ୟ ମଧ୍ୟ ବାସ୍ତୁ ଶାସ୍ତ୍ରର ଏକ ଅଂଶ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହିସବୁ ଜିନିଷକୁ ଅଣଦେଖା କରିବା ଦ୍ୱାରା ଖରାପ ପ୍ରଭାବ ପକାଇଥାଏ । କୁହାଯାଏ ଯେ ଘର ସଫା ସୁତୁରା ଥିଲେ ମା’ ଲକ୍ଷ୍ମୀ ଘରେ ସବୁବେଳେ ବାସ କରନ୍ତି । ସୂର୍ଯ୍ୟୋଦୟ ପରେ ସମସ୍ତେ ସକାଳେ ନିଜ ଘର ସଫା କରନ୍ତି, କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟାରେ ଘର ସଫା କରିବା, ଖାସ କରି ସୂର୍ଯ୍ୟାସ୍ତ ପରେ ଝାଡୁ କରିବା ଅଶୁଭ ହୋଇଥାଏ ।

Do not sweep after sunset

Do not sweep after sunset

Advertisment

ଘର ସହିତ ଜଡିତ ଅନେକ କାର୍ଯ୍ୟ ଏବଂ ନିୟମିତ ଭାବରେ କରାଯାଉଥିବା କାର୍ଯ୍ୟ ମଧ୍ୟ ବାସ୍ତୁ ଶାସ୍ତ୍ରର ଏକ ଅଂଶ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହିସବୁ ଜିନିଷକୁ ଅଣଦେଖା କରିବା ଦ୍ୱାରା ଖରାପ ପ୍ରଭାବ ପକାଇଥାଏ । କୁହାଯାଏ ଯେ ଘର ସଫା ସୁତୁରା ଥିଲେ ମା’ ଲକ୍ଷ୍ମୀ ଘରେ ସବୁବେଳେ ବାସ କରନ୍ତି । ସୂର୍ଯ୍ୟୋଦୟ ପରେ ସମସ୍ତେ ସକାଳେ ନିଜ ଘର ସଫା କରନ୍ତି, କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟାରେ ଘର ସଫା କରିବା, ଖାସ କରି ସୂର୍ଯ୍ୟାସ୍ତ ପରେ ଝାଡୁ କରିବା ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା ଏହି ସମ୍ବନ୍ଧୀୟ ବାସ୍ତୁ ନିୟମ ...

Advertisment
  • ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସକାଳେ ଘର ସଫା କରିବା ଉଚିତ୍ ଅଟେ । ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆପଣ ଝାଡୁ କରିପାରିବେ, କିନ୍ତୁ ବାସ୍ତୁ ଅନୁସାରେ ରାତିରେ ସଫା କରିବା ଠିକ୍ ନୁହେଁ । ଏହା ଦ୍ୱାରା ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇନଥାଏ ।
  • ବିଳମ୍ବିତ ସନ୍ଧ୍ୟା ଓ ରାତିରେ ଝାଡୁ କରିବାକୁ ବାରଣ କରାଯାଇଛି । ଏହିଭଳି କରିବା ଦ୍ୱାରା ଘରୁ ଲକ୍ଷ୍ମୀ ଚାଲିଯାଆନ୍ତି । ଏହାଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ସହ ଜଡିତ ସମସ୍ୟା ମଧ୍ୟ ହୋଇଥାଏ ।
  • ବାସ୍ତୁ ଅନୁଯାୟୀ ଘରର ଝାଡୁକୁ ଦଉଡିରେ ବାନ୍ଧି ରଖିବା ଉଚିତ୍ । ଝାଡୁର ଅଂଶ ଏପଟେ ସେପଟେ ପଡିବା କଥା ନୁହେଁ । ଏହାଦ୍ୱାରା ଧନ ହାନି ହୋଇଥାଏ ।
  • ବାସ୍ତୁ ଅନୁସାରେ, ଟଙ୍କା ଭଳି ଝାଡୁକୁ ମଧ୍ୟ ଲୁଚାଇ ରଖିବା ଉଚିତ୍ । ଝାଡୁ ଲୁଚାଇ ରଖିବା ଲାଭଦାୟକ ହୋଇଥାଏ । ଏହାଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି ଓ ଦରିଦ୍ର୍ୟତା ଦୁରେଇ ରହେ । ଝାଡୁକୁ ସବୁବେଳେ ଶୁଆଇ ରଖିବା ଉଚିତ୍ । ଏହାଦ୍ୱାରା ଆର୍ଥିକ ସଙ୍କଟ ଆସିନଥାଏ ।
  • ଝାଡୁ ରଖିବାର ସଠିକ ଦିଗ ଦକ୍ଷିଣ ଦିଗ ଅଟେ । ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ରାତି ସମୟରେ ଝାଡୁକୁ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ରଖିବା ଲାଭଦାୟକ ହୋଇଥାଏ । ରାତି ସମୟରେ ମୁଖ୍ୟ ଦ୍ୱାରରେ ଝାଡୁ ରଖିବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ ।
  • ବାସ୍ତୁ ଅନୁଯାୟୀ ଖାଇବା ଜାଗାରେ ମଧ୍ୟ ଝାଡୁ ରଖିବା ଅନୁଚିତ। ଖାଇବା ସ୍ଥାନରେ ମା’ ଅନ୍ନପୂର୍ଣ୍ଣା ବାସ କରନ୍ତି । ଏହି ସ୍ଥାନରେ ଝାଡୁ ରଖିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ ।
Advertisment
Vastu Tips Do Not Sweep After Sunset
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ