Advertisment

ରାତିରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, କଣ କହେ ବାସ୍ତୁ,ଜାଣିବା ଏହାର ନିୟମ

ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଅଧିକାଂଶ ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ । ଯାହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ସହିତ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡିଥାଏ । ଶାସ୍ତ୍ର ଅନୁସାରେ ରାତି ସମୟରେ କିଛି ଜିନିଷକୁ ଖାଇବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହା ସହିତ ଶାସ୍ତ୍ର ଅନୁଯାୟୀ ଭୋଜନ କରୁଥିବାର ଦିଗ ,ସମୟ ଓ ଅନ୍ୟ କିଛି ବିଶେଷ କଥାକୁ ଧ୍ୟାନରେ ରଖିବା ଆବଶ୍ୟକ ।

ଅଦ୍ୟତନ ହୋଇଛି
Do not eat this food at night

Do not eat this food at night

Advertisment

ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଅଧିକାଂଶ ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ । ଯାହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ସହିତ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡିଥାଏ । ଶାସ୍ତ୍ର ଅନୁସାରେ ରାତି ସମୟରେ କିଛି ଜିନିଷକୁ ଖାଇବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହା ସହିତ ଶାସ୍ତ୍ର ଅନୁଯାୟୀ ଭୋଜନ କରୁଥିବାର ଦିଗ ,ସମୟ ଓ ଅନ୍ୟ କିଛି ବିଶେଷ କଥାକୁ ଧ୍ୟାନରେ ରଖିବା ଆବଶ୍ୟକ । ତେବେ ଚାଲନ୍ତୁ ଜଣିବା ବାସ୍ତୁ ଅନୁଯାୟୀ ଏହାର ନିୟମ…

Advertisment
  • ଧାର୍ମିକ ମାନ୍ୟତା ଅନୁସାରେ ରାତ୍ରି ସମୟରେ କ୍ଷୀର ପିଇବା ଉଚିତ୍ କିନ୍ତୁ ରାତିରେ ଦହି ଖାଇବା ଉଚିତ ନୁହେଁ । ରାତିରେ ଦହି ସେବନ କରିବା ଦ୍ୱାରା ଥଣ୍ଡା ହୋଇଥାଏ । ଧାର୍ମିକ ଦୃଷ୍ଟିରୁ ମଧ୍ୟ ଦଧି ଅନ୍ନ ଖାଇବାକୁ ରାତ୍ରି ସମୟରେ ବାରଣ କରା ଯାଇଥାଏ । କାରଣ ଏହାଦ୍ୱାରା ଧନ ହାନି ହୋଇଥାଏ । ଏହା ବ୍ୟତୀତ ଭାତ ,ମୂଳା ଇତ୍ୟାଦି ରାତିରେ ଖାଇବା ଉଚିତ ନୁହେଁ ।
  • ଭୋଜନ କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଆବଶ୍ୟକ । ଅନ୍ୟଥା ଧନ ହାନି ହେବାର ସମ୍ଭାବନା ଥାଏ । ଏହା ସହିତ ଜୋତା ପିନ୍ଧି ମଧ୍ୟ ଖାଇବା ଉଚିତ ନୁହେଁ । ଖାଦ୍ୟ ଗ୍ରହଣ କରିବାର ସବୁଠୁ ସଠିକ ସ୍ଥାନ ହେଉଛି ରୋଷେଇ ଘର । କୁହାଯାଏ ଯେ ଏହାଦ୍ୱାରା ରାହୁ ଶାନ୍ତ ହୋଇଥାନ୍ତି ।
  • ଭୋଜନ କରିବା ପୂର୍ବରୁ ନିଜର ୫ଟି ଅଙ୍ଗ ଯେପରିକି ଦୁଇ ହାତ ,ଦୁଇ ଗୋଡ ଓ ମୁହଁକୁ ଧୋଇବା ଆବଶ୍ୟକ। ଭୋଜନ ଗ୍ରହଣ କରିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରି ଗ୍ରହଣ କରିବା ଆବଶ୍ୟକ ।
  • ଭୋଜନ ଗ୍ରହଣ କରିବା ପୂର୍ବରୁ ଘର ବାହାରେ ଗାଈ କିମ୍ବା କୁକୁରକୁ ଭୋଜନ ଦେବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କ ପରିବାରର ରିଷ୍ଟ ଖଣ୍ଡନ ହେବ ।
  • କଦାପି ଭଙ୍ଗା ବାସନରେ ଭୋଜନ କରିବା ଉଚିତ ନୁହେଁ । ଭୋଜନ କଦାପି ଓସ୍ତ କିମ୍ବା ବରଗଛ ତଳେ କରିବା ଉଚିତ ନୁହେଁ ।
  • ଭୋଜନର କଦାପି ନିନ୍ଦା କରିବା ଉଚିତ ନୁହେଁ ଓ ଫୋପାଡିବା ଉଚିତ ନୁହେଁ । ଖାଇବା ବେଳେ ଯେଉଁ ଲୋକମାନେ କ୍ରୋଧ କରିଥାନ୍ତି ସେମାନଙ୍କ ପାଖରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।
Vastu Tips Do Not Eat This Food At Night
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ