Advertisment

ନିଜ ଲୁକ୍‌କୁ କରନ୍ତୁ ଖାସ୍‌, ଆପଣାନ୍ତୁ ଏହି ମେକ୍‌ଅପ୍‌ ଟିପ୍ସ୍

ବାହାଘର ପାର୍ଟି ଓ ଫଙ୍କସନ୍‌ରେ ଆପଣ ସବୁଠୁ ଅଲଗା ଓ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି କି ? ନିଜ ଲୁକ୍‌କୁ ଖାସ୍‌ କରିବା ପାଇଁ ଚାହୁଁଛନ୍ତି କି ? ତେବେ ପାର୍ଲର ନ ଯାଇ ଘରେ ମଧ୍ୟ ନିଜେ ମେକ୍‌ଅପ୍‌ କରିପାରିବେ।

ଅଦ୍ୟତନ ହୋଇଛି
Do makeup for a party like this

Do makeup for a party like this

Advertisment

ସୁନ୍ଦର ଦେଖାଯିବା ପାଇଁ ସବୁ ମହିଳାଙ୍କର ଇଚ୍ଛା ଥାଏ। ତେବେ ଯଦି କୌଣସି ବାହାଘର କିମ୍ବା ଫଙ୍କସନ୍‌ରେ ଯାଉଛନ୍ତି ତାହେଲେ ନିଜକୁ ସଜେଇବା ପାଇଁ ଆପଣ ଚାହୁଁଥିବେ ନିଶ୍ଟୟ । ସେଥିପାଇଁ ଆପଣ ଶାଢି କିମ୍ବା ସାଲୱାର ନିଜ ପସନ୍ଦ ମୁତାବକ ପୋଷାକ ଓ ଗହଣା ପିନ୍ଧୁଥିବେ । ସେଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ।

Advertisment
  • ମାର୍କେଟ୍‌ରେ ବିଭିନ୍ନ ପ୍ରକାର ଫାଉଣ୍ଡେସନ୍‌ ଉପଲବ୍ଧ ହେଉଛି। ଫଙ୍କସନରେ ସୁନ୍ଦର ଲାଗିବା ପାଇଁ କେବଳ ଇଲ୍ୟୁମିନେଟର ଫାଉଣ୍ଡେସନ୍‌ ବ୍ୟବହାର କରନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ।
  • ଆଖିକୁ ସୁନ୍ଦର କରିବା ପାଇଁ କାଜୋଲ୍‌, ଆଇ ଲାଇନର୍‌ ଓ ଆଇ ଶ୍ୟାଡୋ ବ୍ୟବହାର କରନ୍ତୁ ।
  • ମେକ୍‌ଅପ୍‌ ପରେ ସ୍କିନ୍‌କୁ ଗ୍ଲୋ କରିବା ପାଇଁ ପ୍ରାଇମର୍‌ ଲଗାନ୍ତୁ।
Do makeup for a partyDo makeup for a party
  • ଫାଉଣ୍ଡେସନ୍‌ ଲଗାଇବା ପରେ ମଧ୍ୟ ଏହା ଆପଣଙ୍କ ସ୍କିନ୍‌କୁ ଗ୍ଲୋ କରିଥାଏ। ଯଦି ଆପଣଙ୍କ ତ୍ୱଚାରେ ରିଙ୍କଲ୍‌ସ୍‌ ସମସ୍ୟା ରହିଛି, ତା’ହେଲେ ପ୍ରାଇମର୍‌ ଲଗାଇଲେ, ତାହା ଜଣାପଡ଼ିନଥାଏ।
  • ଲିପ୍‌ଷ୍ଟିକ୍‌ ଲଗାଇବା ସମୟରେ ରେଡ୍‌, ହଟ୍‌ ପିଙ୍କ୍‌ ଓ ମେରୁନ୍‌ ପରି ରଙ୍ଗ ବାଛନ୍ତୁ।
  • ପାଉଡର୍‌ ବ୍ଲସର୍‌ ପରିବର୍ତ୍ତେ କ୍ରିମ୍‌ ବ୍ଲସର୍‌ ବ୍ୟବହାର କରନ୍ତୁ। ଏହି ବ୍ଲସର୍‌ ଆପଣଙ୍କ ଇଲ୍ୟୁମିନେଟର୍‌ ଫାଉଣ୍ଡେସନ୍‌ ସହିତ ମ୍ୟାଚ୍‌ କରିବା ସହିତ ଆପଣଙ୍କ ଗାଲକୁ ଏକ ପର୍‌ଫେକ୍ଟ ଲୁକ୍‌ ଦେବ। ଯେଉଁଥିପାଇଁ ଆପଣ ସମସ୍ତଙ୍କଠାରୁ ଅଲଗା ଦେଖାଯିବେ।
Advertisment
Makeup Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ