ଅଦ୍ୟତନ ହୋଇଛି
Mother Lakshmi will win at home
Advertisment
ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହୁ। ବାସ୍ତୁ ଶାସ୍ତ୍ର ଏପରି ବହୁ ଉପାୟ ଅଛି ଯାହାକୁ ଆପଣେଇ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ। । ମାଙ୍କର କୃପାରୁ ବ୍ୟକ୍ତିକୁ ଅନ୍ନ, ଧନ, ବସ୍ତ୍ର ପ୍ରାପ୍ତି ହୋଇଥାଏ । ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ କାମ କଲେ ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ।
Advertisment
ତୁଳସୀପତ୍ରରେ ଜଳ ଛିଞ୍ଚନ୍ତୁ
- ବାସ୍ତୁ ଅନୁଯାୟୀ ଘରର ମହିଳା କିମ୍ୱା ବୟସ୍କ ଲୋକ ସକାଳେ ଶୀଘ୍ର ଉଠି ଗାଧୋଇ ସାରି ତମ୍ୱା ଲୋଟାରେ ତୁଳସୀକୁ ଜଳ ଦେବା ଉଚିତ। ସେହି ଅଳ୍ପ ପାଣିରେ ତୁଳସୀ ପତ୍ର ପକାଇ ପୂଜା କରନ୍ତୁ ଓ ଏହି ପାଣିକୁ ଘର କୋଣ ଏବଂ ମୁଖ୍ୟଦ୍ୱାରରେ ପକାନ୍ତୁ । ଏଥିରୁ ଘରୁ ନକରାତ୍ମକ ଶକ୍ତି ଦୁରେଇ ଯିବ ଓ ସୁଖ ସମୃଦ୍ଧି ଆସିବ।
ଏପରି କରନ୍ତୁ ତୁଳସୀଙ୍କୁ ଜଳ ଅର୍ପଣ:
- ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀଙ୍କୁ ଜଳ ଦେବା ସମୟରେ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ‘ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରନ୍ତୁ। ଏପରି କଲେ ଘରର ଦରିଦ୍ରତା ଦୂରେଇ ଯିବା ସହ ମା ଲକ୍ଷ୍ମୀଙ୍କର କୃପା ଲାଗି ରହିବ।
Advertisment
watering tulsi treeଦୀପ ଜଳାନ୍ତୁ:
- ସବୁବେଳେ ସକାଳୁ ଉଠି ଘର ଭଲଭାବେ ପରିଷ୍କାର କରନ୍ତୁ। ତା ସହିତ ପୂଜା କରିସାରି ତୁଳସୀ କିମ୍ୱା ଘରର ଦ୍ୱାର ପାଖରେ ଗୁଆଘିଅ ରେ ଦୀପ ଜଳାନ୍ତୁ। ଏହାଦ୍ୱାରା ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।
ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ:
- ସକାଳେ ଶୀଘ୍ର ଉଠି ତମ୍ୱା ଲୋଟାରେ ଜଳ ନେଇ ସେଥିରେ ସିନ୍ଦୁର ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ଏଥିରୁ ଘରକୁ ସକରାତ୍ମକ ଶକ୍ତି, ଶାନ୍ତି, ଏବଂ ଧନର ଆଗମନ ହୋଇଥାଏ।
Advertisment
ଶାନ୍ତି ଓ ଭଲପାଇବାର ପରିବେଶ ବନାନ୍ତୁ:
- ସର୍ବପ୍ରଥମେ ଘରେ ଶାନ୍ତି ଶୃଙ୍ଖଳା ଓ ପ୍ରେମର ମାହୋଲ ବନେଇ ରଖନ୍ତୁ। ବିଶେଷ କରି ସକାଳୁ ଉଠି ସକାରାତ୍ମକ ବାତାବରଣ ତିଆରି କରନ୍ତୁ। ଏଥିପାଇଁ ଆପଣଙ୍କର ଅର୍ଥହାନୀ ହୁଏ କାରଣ କଳି-ଝଗଡ଼ା ର ନକରାତ୍ମକ ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଏହା ସହିତ ଆପଣଙ୍କ ବିକାଶ ରେ ମଧ୍ୟ ବାଧା ସୃଷ୍ଟି କରେ
ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ:
- ସକାଳୁ ଉଠି ଆଗ ବାପା ମାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ । ଏଥିରୁ ଆପଣଙ୍କ ଘରକୁ ସକାରାତ୍ମକ ପରିବେଶ ସୃଷ୍ଟି ହେବା ସହ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638777733.jpg)