dandruf problems
ଆଜିକାଲି କେଶରେ ରୁପିର ଲକ୍ଷଣ ଦେଖାହେବା ସାଧାରଣ କଥା । ରୁପି ଅଧିକ ଦିନ ରହିଲେ କେଶ ଉପୁଡିବା,କେଶର ମୂଳ ଶୁଷ୍କ ହୋଇଯାଏ । ତେବେ ଏହା ଅଧିକ ଦିନ ରହିଲେ, ଏହାର ଚିକିତ୍ସା କିପରି କରିବେ, ଆସନ୍ତୁ ଜାଣିବା।
ସାଧାରଣତଃ ୨ ପ୍ରକାରର ରୁପି ହୋଇଥାଏ । ଶୁଷ୍କ ରୁପି ଏବଂ ତେଲିଆ ରୁପି। ଶୁଖିଲା ରୁପିରେ ଛୋଟ ଛୋଟ ଆକାରରେ ବାହାରିଥାଏ। କିନ୍ତୁ ତେଲିଆ ରୁପିରେ ବକଳ ପରି ଖୋଳ ଛାଡ଼ିଥାଏ। ମୁଣ୍ଡରେ ଘା’ ହେବା,ଲାଲ୍ ହୋଇ ଫଳିଯିବା, କେଶ ଝଡ଼ିବା, ମୁଣ୍ଡ ଗନ୍ଧ ହେବା,ମୁଣ୍ଡ, କାନ, ବେକ ଓ କାନ୍ଧ ଉପରେ ଏହା ଦେଖାଯାଇଥାଏ। ବ୍ୟାକ୍ଟେରିଆଲ୍ ଇନ୍ଫେକସନ୍ କିମ୍ୱା ଫଙ୍ଗାଲ୍ ଇନଫେକସନ୍ ଦ୍ୱାରା ରୁପି ବ୍ୟାପିଥାଏ। ତେବେ ରୁପି ହେଲେ ଶରୀରକୁ କୌଣସି କ୍ଷତି ପହଞ୍ଚେ ନାହିଁ।
ରୁପିର କିଭଳି କରିବେ ଚିକିତ୍ସା:
- ଔଷଧ ଖାଇଲେ ଏହା ଭଲ ହୋଇପାରିବ
- ବାହାର ସାମ୍ପୋ ବ୍ୟବହାର ନକରି ଆଣ୍ଟି ଫଙ୍ଗାଲ୍ ସାମ୍ପୋ ବ୍ୟବହାର କରନ୍ତୁ।
- ସପ୍ତାହରୁ ଦୁଇଥର ସାମ୍ପୋ କରନ୍ତୁ। ଯଦି ଅଧିକ ରୁପି ଅଛି, ତେବେ ଦିନେ ଛାଡ଼ି ଦିନେ ସାମ୍ପୋ କରନ୍ତୁ। ତେବେ ଏହିସବୁ ସାମ୍ପୋକୁ ଅଧିକ ସମୟ ମୁଣ୍ଡରେ ଲଗାଇ ରଖନ୍ତୁ ନାହିଁ। ଅଧିକ ସମୟ ରଖିଲେ, ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ରହିଥାଏ।
- ଯଦି ପାରୁଛନ୍ତି, ଲେମ୍ୱୁ କିମ୍ୱା ଅଣ୍ଡା ମାଧ୍ୟମରେ ଘରୋଇ ଉପଚାର କରିପାରିବେ। ତେବେ ଏସବୁ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643872890.jpg)