Daily Horoscope 5 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ମାର୍ଚ୍ଚ ତା ୫ ତାରିଖ, ଶନିବାର, କୁମ୍ଭ, ୨୧ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ତୃତୀୟା ତିଥି, ରେବତୀ ନକ୍ଷତ୍ର, ମୀନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।

Daily Horoscope

News Summary

ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ମାର୍ଚ୍ଚ ତା ୫ ତାରିଖ, ଶନିବାର, କୁମ୍ଭ, ୨୧ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ତୃତୀୟା ତିଥି, ରେବତୀ ନକ୍ଷତ୍ର, ମୀନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।

ମେଷ: ଆଜି ସାଧାରଣ କଥାକୁ ବଡ଼ କରି ନିକଟସ୍ଥ କେହି ଜଣେ ବ୍ୟକ୍ତି କଳହ ସୃଷ୍ଟି କରିପାରେ । ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ । ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ ।

ପ୍ରତିକାର-: ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ

ବୃଷ:- ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ଆକୃଷ୍ଟ କରିବ ।ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି ।ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା କାଯର୍ୟ ସାଧନ କରିବେ ।

ପ୍ରତିକାର-: ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ମିଥୁନ: ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ । ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ ।ମାଲିମକଦ୍ଦମା,ଜମିଜମା ସମସ୍ୟା, ଦୂର ହୋଇଯିବ ।

ପ୍ରତିକାର-: ନୃସିଂହ କବଚ ପାଠ କରନ୍ତୁ

କର୍କଟ: ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।

ପ୍ରତିକାର-: ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ

ସିଂହ:-

ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରିବେ ।ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବ । ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ

ପ୍ରତିକାର-: ଲାଲ୍ ଫୁଲ ଲାଲ ଚନ୍ଦନ ପ୍ରଭୁ ଗଣେଶଙ୍କୁ ଚଢାନ୍ତୁ

ଆଜି ବନ୍ଧୁଙ୍କ ସହ ମନାନ୍ତର କାରଣରୁ ମନ ଭାରାକ୍ରାନ୍ତ ରହିବ । କୌଣସି କାମରେ ମନ ଲାଗିବ ନାହିଁd ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ । ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ ।

ପ୍ରତିକାର-: ପ୍ରବେଶ ଦ୍ୱାରର ଡାହାଣ ପଟେ ପୂର୍ଣ୍ଣ କୁମ୍ଭ ଟିଏ ସ୍ଥାପନ କରି ତାକୁ ଦର୍ଶନ କରନ୍ତୁ

ତୁଳା: ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅସମ୍ଭବ କାଯର୍ୟକୁ ତ୍ବରାନ୍ବିତ କରି ଶେଷ ପଯର୍ୟାୟରେ ପହ଼଼ଞ୍ଚାଇବେ । ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ । ବିଳାସବ୍ୟସନ ଦ୍ରବ୍ୟକ୍ରୟ କରିବେ ।

ପ୍ରତିକାର-:ଅରୁଆ ଚାଉଳ କଳାବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ

ବିଛା: ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କିଛିଟା ସାମୟିକ ସମସ୍ୟା ଦେଖାଦେଇପାରେ । କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ ।

ପ୍ରତିକାର-: ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ ପ୍ରଭୁଙ୍କୁ ଦର୍ଶନ କରି ଯାତ୍ରା କରନ୍ତୁ

ଧନୁ: ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ଦେଖାଦେବ । ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ ।ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।

ପ୍ରତିକାର-: ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ମକର: ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବ । ଯେକୌଣସି କାମ କରିବେ ସେଥିରେ ସଫଳତା ମିଳିବ । ମାଲିମକ ଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।

ପ୍ରତିକାର-: ଶିବ ଦର୍ଶନ କରିବା ସହିତ ସାତଟି ତ୍ରିଶାଖା ବେଲ ପତ୍ର ମହା ମୃତ୍ଯୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗ ଉପରେ ଚଢାନ୍ତୁ

କୁମ୍ଭ: ଆଜି ଅର୍ଥ, ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ । ବହୁ ଦିନର ବକେୟା ପ୍ରାପ୍ୟ ମିଳିବ । ମାଙ୍ଗଳିକ କାମରେ ଯୋଗଦାନ କରିବେ ।

ପ୍ରତିକାର-: କଞ୍ଚା କ୍ଷୀରରେ କଳାରାଶି ମିଶାଇ ଅଶ୍ବତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ

ମୀନ: ଆଜି ମନ ଖୁସି ରହିଲେ ମଧ୍ୟ କାଯର୍ୟବ୍ୟସ୍ତତା ଅନୁଭବ କରିବେ ।କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହେବେ

ପ୍ରତିକାର-: ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ