Daily Horoscope: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ  ଜାଣିବା

ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ପ୍ରତିକାର ପାଇଁ କଣ କରିବେ?

Daily Horoscope

ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ  ଜାଣିବା। ଆଜି ୨୦୨୧ ମସିହା ନଭେମ୍ବର ତା ୨ ରିଖ ମଙ୍ଗଳବାର ତୁଳା ୧୭  ଦିନ କାର୍ତ୍ତିକ ମାସ କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର। ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି। 

ମେଷ:
ପାରିବାରିକ କ୍ଷେତ୍ରରେ ମନାନ୍ତର ମତାନ୍ତର ଦୂର ହୋଇଯିବ। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଆଶଙ୍କାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। 

ପ୍ରତିକାର-ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ 

ବୃଷ:

ଆଜି କର୍ମୋନ୍ନତି ସହ ସମ୍ମାନ ପ୍ରାପ୍ତିର ଯୋଗ ରହିଛି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ। 
ପ୍ରତିକାର-ମହାଦେବଙ୍କୁ ଦର୍ଶନ କରନ୍ତୁ ଓ କିଛି କଞ୍ଚା କ୍ଷୀରରେ କଳାରାଶି ମିଶାଇ ଶିବଙ୍କ ପାଖରେ ଅର୍ପଣ କରନ୍ତୁ। 

ମିଥୁନ:
ଆଜି ଆପଣଙ୍କର ଦିନ ମଙ୍ଗଳମୟ ହେବ,ଶତ୍ରୁମାନେ ପରାଜିତ ହେବେ। ଅନ୍ୟମନସ୍କତା ଯୋଗୁ କୌଣସି ଜିନିଷ ହଜି ଯାଇପାରେ। ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।
ପ୍ରତିକାର- ଓଁ ଗମ ଗଣପତୟେ ନମଃ। ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

କର୍କଟ:
ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। 
ପ୍ରତିକାର-କିଛି ଦୁବ ଘାସ ଗାଈକୁ ଖାଇବାକୁ ଦିଅନ୍ତୁ। 

ସିଂହ:
ଆଜି ମନ ଅସ୍ଥିର ରହିବ,କିନ୍ତୁ କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ୍ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିବେ। ଏଜେନ୍ସିପ୍, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ।
ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

କନ୍ୟା:
ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଗୁଡାଏ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।
ପ୍ରତିକାର-ସାତଟି ଦୁବ,ସାତଟି ପାନ ପତ୍ର ଗଣେଶଙ୍କୁ ଚଢାନ୍ତୁ।

ତୁଳା:

ଆଜିର ଦିନ ଅର୍ଥଲାଭ  ସହ ସମସ୍ୟା ସମାଧାନ ପାଇଁ ଅନୁକୂଳ ରହିବ। ଖଳକଥାରେ ପ୍ରଭାବିତ ହୋଇ ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।

ପ୍ରତିକାର-ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ 

ବିଛା:

ଆଜି ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ପାରିବାରିକ କ୍ଷେତ୍ରରେ ମନାନ୍ତର ମତାନ୍ତର ଦେଖାଦେଇପାରେ। କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ।

ପ୍ରତିକାର- ପିତାମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟକ୍ଷେତ୍ରକୁ ଯାଆନ୍ତୁ। 

ଧନୁ:

କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଚତୁରତାର ସହ ସାମନା କରି କୃତକାର୍ଯ୍ୟ ହେବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବ,କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ପ୍ରତିକାର-ହଳଦୀ ରଙ୍ଗର ଚନ୍ଦନର ଟିକା ମଥାରେ ଲଗାନ୍ତୁ।

ମକର:

ଆଜି ଆତ୍ମୀୟ ସ୍ୱଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିବେ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। ଅଗ୍ନି, ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରହିବା ଭଲ। 

ପ୍ରତିକାର-ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ।  

କୁମ୍ଭ:

ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ସହ ମନୋମାଳିନ ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ, ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।  

ପ୍ରତିକାର-ମା କାଳୀଙ୍କୁ ଦର୍ଶନ କରନ୍ତୁ ପାଖରେ ସାତଟି ନୀଳ ଅପରାଜିତା ଫୁଲ ଚଢାନ୍ତୁ

ମୀନ:

ଆଜିର ଆପଣ ଆତ୍ମୀୟଙ୍କ ସାହାଯ୍ୟ ସହଯୋଗ ପାଇବାରୁ ଆନନ୍ଦିତ ରହିବେ। ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯାଗ ରହିଛି, ଉନ୍ନତି ଦେଖାଦେବ। ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ। 

ପ୍ରତିକାର- ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ।