Daily Horoscope 27 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୨୭ ତାରିଖ ରବିବାର ମୀନ ୧୩ ଦିନ ଚୈତ୍ର ମାସ ୬ ଦିନ, କୁଷ୍ଣପକ୍ଷ,ଦଶମୀତିଥି, ଉତ୍ତରାଷାଢା ନକ୍ଷତ୍ର ମକର ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

daily horoscope

News Summary

କେମିତି କଟିବ ଦିନ,ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୨୭ ତାରିଖ ରବିବାର ମୀନ ୧୩ ଦିନ ଚୈତ୍ର ମାସ ୬ ଦିନ, କୁଷ୍ଣପକ୍ଷ,ଦଶମୀତିଥି, ଉତ୍ତରାଷାଢା ନକ୍ଷତ୍ର ମକର ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । 

ମେଷ:

ସରକାରୀ ସ୍ତରରେ ସମ୍ମାନିତ ହେବେ । ରୋଜଗାର କ୍ଷେତ୍ରରେ ଲାଭବାନ ହେବେ । ସାମାନ୍ୟ ମାତ୍ରାରେ ଶାରୀରିକ ପିଡା ଅନୁଭବ କରିପାରନ୍ତି ।

ପ୍ରତିକାର- ନାଲି ରଙ୍ଗର ବ୍ୟବହାର କରନ୍ତୁ

ବୃଷ:

ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ । ଗୁପ୍ତ ଶତ୍ରୁମାନେ ହଇରାଣରେ ପକାଇ ପାରନ୍ତି ସତର୍କ ରହିବେ । ଆଜି ବନ୍ଧୁ ସାହାଯ୍ୟ ମିଳିବ ।

ପ୍ରତିକାର- ଶିବଲିଙ୍ଗରେ ଜଳାଭିଷେକ କରନ୍ତୁ

ମିଥୁନ:

କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ଆଗକୁ ବଢିବେ । ନୂତନ କାର୍ଯ୍ୟଭାର ହାତକୁ ନେବେ । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ।

ପ୍ରତିକାର- ଗଣେଷ ଭଗବାନଙ୍କୁ ଦୁବ ଅର୍ପଣ କରନ୍ତୁ

କର୍କଟ:

ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ । ଅଟକି ରହିଥିବା କାଯର୍ୟକୁ ପୁନର୍ବାର ଆରମ୍ଭ କରିବେ । ଅର୍ଥପ୍ରାପ୍ତିର ଯୋଗ ରହିଛି ।

ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ

ସିଂହ:

କର୍ମକ୍ଷେତ୍ରରେ ଉଚ୍ଚପଦ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ। ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିବେ । ନୂତନ ଆୟପନ୍ଥା ମିଳିପାରେ , ଘାତଚନ୍ଦ୍ର ଯୋଗୁଁ ସତର୍କ ରୁହନ୍ତୁ ।

ପ୍ରତିକାର- ମାଁ ଦୁର୍ଗା ଙ୍କୁ ଆରାଧନା କରନ୍ତୁ 

କନ୍ୟା:

ଶାନ୍ତି ଓ ଧର୍ଯ୍ୟବାନ ହୋଇ ନିଜ କାର୍ଯ୍ୟ କରନ୍ତୁ । କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇପାରେ । ବନ୍ଧୁ ସାହାଯ୍ୟ ମିଳିବ

ପ୍ରତିକାର- ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ତୁଳା:

କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ଏଣୁ ସତର୍କ ରହିବେ । କାର୍ଯ୍ୟଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିବେ । ପରିବାରରେ ଶାନ୍ତି ରହିବ ।

ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ବିଛା:

ଆଗରୁ ଅଟକି ରହିଥିବା କାଯର୍ୟକୁ ସମ୍ପୂର୍ଣ୍ଣ କରି ପ୍ରଶଂସା ପାଇବେ । ଦୂରଯାତ୍ରା କରିପାରନ୍ତି । ସୁଖାଦ୍ୟ ଭୋଜନ ସହ ପରିବାରରେ ଶାନ୍ତି ପାଇବେ ।

ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ଧନୁ:

ବ୍ୟବସାୟ ବାଣିଜ୍ୟରେ ‌ଆୟ ଅପେକ୍ଷା ବ୍ୟୟ ଅଧିକା ହେବ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ଚିନ୍ତିତ ରହିବେ । ପରିବାରରେ ଶାନ୍ତି ପାଇବେ ।

ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ମକର:

ଆଜି ଦିନଟି ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରଦାନ କରିବ ।ଆମଦାନୀ ରପ୍ତାନୀ ବ୍ୟବସାୟରେ ଥିଲେ ଅଧିକ ଲାଭବାନ ହେବେ

ପାରିବାରିକ ଶାନ୍ତି ବଜାୟ ରହିବ ।

ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଶିବଲିଙ୍ଗରେ କ୍ଷୀର ଅଭିଷେକ କରନ୍ତୁ

କୁମ୍ଭ:

ଅଯଥାରେ ବିବାଦ ଘେରରେ ପଡିବେ , ଏଣୁ ସତର୍କ ରୁହନ୍ତୁ । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଚିନ୍ତିତ ରହିବେ। ଅନ୍ୟମାନଙ୍କ କଥାରେ ପଡନ୍ତୁ ନାହିଁ ।

ପ୍ରତିକାର- ନୀଳ ରଙ୍ଗର ବ୍ୟବହାର ସହ ଚନ୍ଦନର ତିଳକ ଲଗାନ୍ତୁ

ମୀନ:

ଚାକିରୀରେ ପଦୋନ୍ନତି ହୋଇପାରେ । ନୂତନ ବ୍ୟବସାୟ ବାଣିଜ୍ୟ ଆରମ୍ଭ କରିପାରନ୍ତି । ପରିବାରରେ ଅଶାନ୍ତି ଦେଖା ଦେଇପାରେ ।

ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ