ମେଷ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖାଦେବ। ବାଣିଜ୍ୟରେ ଲାଭବାନ୍ ହେବେ। ପରିବାରରେ ସ୍ୱମୀ-ସ୍ତ୍ରୀଙ୍କ ସମ୍ପର୍କ ମଧୁର ହେବ।
ବୃଷ: ବକେୟା ଅର୍ଥ ପାଇବା ପରେ ଖୁସି ଅନୁଭବ କରିବେ। ସାମାଜିକ ସ୍ତରରେ ମାନସମ୍ମାନ ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ।
ମିଥୁନ: କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ସଫଳତା ପାଇବେ। ବାକି ପଡ଼ିଥିବା କାର୍ଯ୍ୟକୁ ପୂରା କରିବେ। ମହିଳାମାନେ ସୁଖୀ ହେବେ।
ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
କର୍କଟ: ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ମନ ଭାରାକ୍ରାନ୍ତ ରହିବ। ଶତ୍ରୁମାନେ ଚକ୍ରାନ୍ତ ରଚିପାରନ୍ତି। ପରିବାରରେ ମତାନ୍ତର ଦେଖାଦେଇପାରେ।
ପ୍ରତିକାର- ଶିବ ଲିଙ୍ଗରେ କ୍ଷୀର ଅଭିଷେକ କରନ୍ତୁ।
ସିଂହ: ବାଣିଜ୍ୟ ବ୍ୟବସାୟରେ ଲାଭବାନ୍ ହେବେ। ନୂତନ ବାହନ କ୍ରୟ କରିପାରନ୍ତି। ଆର୍ଥିକ ସ୍ୱଚ୍ଛଳତା ଆସିବ, ନୂତନ କର୍ମପନ୍ଥା ମିଳିପାରେ।
ପ୍ରତିକାର- ନାଲି ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ
କନ୍ୟା: କଠିନ ପରିଶ୍ରମ କରି ସ୍ୱଳ୍ପ ସଫଳତା ପାଇବେ। ଆର୍ଥିକ କ୍ଷତି ହୋଇପାରେ। ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ।
ପ୍ରତିକାର- ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ।
ତୁଳା: ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନ ଦୂର ହେବ। ଭୂମି-ବାହନ କ୍ରୟ କରିପାରନ୍ତି। ମହିଳାଙ୍କୁ ପାରିବାରିକ ସୁଖ ପ୍ରାପ୍ତି ହେବ।
ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ।
ବିଛା: ବିଭିନ୍ନ ସମସ୍ୟାର ସମାଧାନ ହେବ। ବ୍ୟୟବୃଦ୍ଧି ଯୋଗୁ ମନ ଅଶାନ୍ତ ରହିପାରେ। ମହିଳାମାନେ ଧର୍ମ ପରାୟଣା ହେବେ।
ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ।
ଧନୁ: ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ଆର୍ଥିକ ଅବସ୍ଥା ସୁଦୃଢ଼ ହେବ
ପ୍ରତିକାର- ହଳଦିଆ ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ।
ମକର: ନୂତନ କାର୍ଯ୍ୟପ୍ରାପ୍ତି ହୋଇପାରେ। ଦୈନିକ ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟରେ ସାମାନ୍ୟ କ୍ଷତି ଯୋଗୁଁ ମନ ଅଶାନ୍ତ ରହିବ।
ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ସାହଯ୍ୟ କରନ୍ତୁ।
କୁମ୍ଭ: କଠିନ ପରିଶ୍ରମ ସତ୍ତ୍ୱେ ଦୈନିକ ରୋଜଗାର ବଢ଼ିବ ନପାରେ। ଶତ୍ରୁମାନେ ପରାଜିତ ହେବେ। ପ୍ରତିଯୋଗିତାରେ ସଫଳତା ପାଇବେ ଛାତ୍ରଛାତ୍ରୀ।
ପ୍ରତିକାର- ନୀଳ ରଙ୍ଗର ବ୍ୟବହାର କରନ୍ତୁ
ମୀନ:କର୍ମକ୍ଷେତ୍ରରେ ନାନାଦି ବାଧାବିଘ୍ନ ଦେଖାଦେଇପାରେ। ସହଯୋଗୀମାନେ ଅସହଯୋଗ କରିବେ। ନୂଆ କାର୍ଯ୍ୟ ହାତକୁ ନେଇ ହଇରାଣ ହୋଇପାରନ୍ତି।
ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ଏବଂ ଜାଫ୍ରନ କେଶରର ତିଳକ ଲଗାନ୍ତୁ।