Advertisment

Daily Horoscope, 14 Jan 2022: ଜାଣନ୍ତୁ, ଆଜିର ରାଶିଫଳ

ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି।

undefined

Daily Horoscope

Advertisment

ମେଷ:
ବହୁ ଦିନରୁ ଚିନ୍ତା କରିଥିବା କାର୍ଯ୍ୟକୁ ପୂରଣ କରିବେ। ଧାର ଦେଇଥିବା ଅର୍ଥ ଆଦାୟ ନ ହେବାରୁ ମନ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟରେ ଅବନତି ଦେଖାଯିବ।
ବ୍ୟବସାୟୀମାନଙ୍କର ବ୍ୟବସାୟରେ ଆଶାନୁସାରେ ଫଳ ପାଇବେ ନାହିଁ।
ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ 

Advertisment

ବୃଷ:
ପାରିବାରିକ ସମସ୍ୟା ସମାଧାନ ହେବାରୁ ମନ ଖୁସି ରହିବ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପୂଜାପୂଜିରେ ଅଧିକ ସମୟ ଅତିବାହିତ କରିବେ, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନସମ୍ମାନ ବୃଦ୍ଧି ହେବ।
ପ୍ରତିକାର-  ଗଂ ଗଣପତୟେ ନମଃ ଜପ କରନ୍ତୁ।

ମିଥୁନ:
କର୍ମକ୍ଷେତ୍ର ଏବଂ ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କଲେ ମଧ୍ୟ ସେଥିରେ ବାଧାବିଘ୍ନ ଦେଖା ଦେବ। କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତିଙ୍କ ପାଇଁ ସମସ୍ୟା ବଢିପାରେ, ଛାତ୍ରଛାତ୍ରୀମାନେ ପାଠପଢାକୁ ନେଇ ଦୁଃଶ୍ଚିନ୍ତାରେ ରହିବେ।
ପ୍ରତିକାର- ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ।

Advertisment

କର୍କଟ:
ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ, ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଫଳ ପାଇପାରିବେ।
ଘରକୁ ଅତିଥି ଆସିବେ ଏବଂ ସୁସ୍ୱାଦୁ ଭୋଜନ କରିବେ।
ପ୍ରତିକାର- ମଥାରେ ଶ୍ୱେତ ଚନ୍ଦନ ଧାରଣ କରନ୍ତୁ।

ସିଂହ:
ବନ୍ଧୁଙ୍କ ସହିତ ମନାନ୍ତର ହେବ କିନ୍ତୁ ନିଜର ଉତ୍ତମ ବ୍ୟବହାର ଦ୍ୱାରା ଆପଣାର କରିବେ। ନୃତ୍ୟ ଓ ଅଭିନୟ ଦିଗରେ ନିଜର ପାରିଦର୍ଶିତା ଅର୍ଜନ କରିବେ। ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ଏବଂ ମାନସିକ ଚାପରେ ରହିବେ।
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।

Advertisment

କନ୍ୟା:
କର୍ମକ୍ଷେତ୍ରରେ ଶତୃ ଅସୁବିଧାରେ ପକାଇପାରନ୍ତି। ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତି ଶୁଭଫଳ ପାଇବେ। ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ଦେଖି ବାପା ମା ଚିନ୍ତାରେ ରହିବେ, ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିବ।
ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ। 

ତୁଳା:
ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ, ଗୁପ୍ତ ଶତୃଙ୍କ କାର୍ଯ୍ୟକଳାପ ମନ ଭିତରେ ଭୟ ସୃଷ୍ଟି କରାଇବ। ଯାନବାହାନ କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି।
ପ୍ରତିକାର-  ନମଃ ଶିବାୟ ଜପ କରନ୍ତୁ

ବିଛା:
ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖା ଦେବ, ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖା ଦେଲେ ମଧ୍ୟ ତାହାକୁ ଅତି ସହଜରେ ସମାଧାନ କରି ଦେବେ। ଯାନବାହାନ ଚଲାଇଲା ବେଳେ ସାବଧାନ ସହିତ ଯାଆନ୍ତୁ।
ପ୍ରତିକାର- ଶ୍ରୀ ହନୁମାନ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଧନୁ:
ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ପୂଜାପୂଜିରେ ଅଧିକ ସମୟ ବିତାଇବେ, ପରିବାରରେ ଅଳ୍ପ କେତେକାଂଶରେ ଅଶାନ୍ତି ଉପୁଜିବ। ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିବେ।
ପ୍ରତିକାର- ବାପା ମାଙ୍କୁ ପ୍ରଣାମ କରନ୍ତୁ। 

ମକର:
ମାନସିକ ସ୍ଥିତି ଭଲ ରହିବ ନାହିଁ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ବିବାହ ସମସ୍ୟାକୁ ନେଇ ଦ୍ୱନ୍ଦ ଦୂର ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ, ଘରକୁ ଅତିଥି ଆସିବେ ଏବଂ ସୁସ୍ୱାଦୁ ଭୋଜନ କରିବେ।
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।

କୁମ୍ଭ:
ସନ୍ତାନମାନଙ୍କର ଆଚରଣ ଦେଖି ବାପା ମା ଦୁଃଖ ପ୍ରକାଶ କରିବେ। ଯେ କୌଣସି ଉପାୟରେ ଅର୍ଥ ରୋଜଗାର କରିବେ। ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ, ସମାଜ ସେବାରେ ଅଧିକ ସମୟ ବିତାଇବେ। 
ପ୍ରତିକାର- ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ

ମୀନ:
ବ୍ୟବସାୟରେ ଲାଭ ପାଇପାରିବେ, କିନ୍ତୁ କର୍ମକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖା ଦେବ। ଶତୃମାନେ ପରାଜୟ ସ୍ବୀକାର କରିବେ ଓ ମିତ୍ରତାର ହାତ ବଢାଇବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ
ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

Horoscope Astrology
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ