Advertisment

ନଖ ଚୋବାଇବାର ଅଭ୍ୟାସ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ

ସାଧାରଣତଃ ନଖ ଚୋବେଇବା ଅଭ୍ୟାସ ସାଧାରଣତଃ ପିଲା ଦିନରୁ ହିଁ ଆରମ୍ଭ ହୋଇ ଥାଏ । ଏହି ଅଭ୍ୟାସ କେବେ ଚିନ୍ତା କେବେ ଷ୍ଟ୍ରେସ କାରଣରୁ ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ, ଆପଣ କିଛି ଘରୋଇ ଉପଚାର ଗ୍ରହଣ କରିପାରିବେ। ନଖ ଚୋବାଇବା ଦ୍ୱାରା ନଖରେ ଥିବା ଜୀବାଣୁ ଶରୀରରେ ରୋଗ ସୃଷ୍ଟି କରିଥାଏ । ଏହି ଅଭ୍ୟାସ ବୟସ୍କ ଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଚାଲିଥାଏ। ସେ ଯାହା ହେଉନା କାହିଁକି, ନଖ କାମୁଡ଼ିବା କୌଣସି ବୟସର ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଥାଏ।

Chewing nails

Chewing nails

Advertisment

ଦାନ୍ତ ସହିତ ବାରମ୍ବାର ନଖ କାମୁଡ଼ିବା ଦ୍ୱାରା ଆପଣଙ୍କ ନଖର ଚର୍ମରେ ଯନ୍ତ୍ରଣା ହେବ ସହ ନଖରେ ବଢୁଥିବା ଟିସୁକୁ ନଷ୍ଟ କରିପାରେ। ନଖ କାମୁଡ଼ିବା ଅଭ୍ୟାସ ହେତୁ ହାତର ମଇଳା ପେଟକୁ ଯାଏ ଏବଂ ସେମାନେ ସଂକ୍ରମିତ ହୁଅନ୍ତି ।ଡାକ୍ତରଙ୍କ ମତରେ ତୁରନ୍ତ ଏହି କାର୍ଯ୍ୟରୁ ବାହାରିବା ଉଚିତ। ଆସନ୍ତୁ ଜାଣିବା ଏଥିରୁ କିପରି ମୁକ୍ତି ପାଇବେ।

Advertisment
  • ଆପଣ ନିଜର ନଖକୁ ଛୋଟ ରଖନ୍ତୁ । ଯେପର୍ଯ୍ୟନ୍ତ ଆପଣଙ୍କ ନଖ ଛୋଟ ରହିଥିବ ସେପର୍ଯ୍ୟନ୍ତ ଆପଣ ତାକୁ ସହଜରେ ପାଟିରେ ଚୋବେଇ ପାରିବେ ନାହିଁ । ନଖ କାଟିବା ପ୍ରକ୍ରିୟାକୁ ବାରମ୍ବାର ଦୋହରାଇବାକୁ ହେବ । କାହିଁକିନା ନଖ ବହୁତ ଶୀଘ୍ର ବଢିଥାଏ।
  • ମେନିକିୟର କରିବା ଦ୍ବାରା ନଖକୁ ସୁନ୍ଦର କରା ଯାଇଥାଏ। ଯେବେ ଆପଣଙ୍କ ନଖ ଦେଖିବାକୁ ସୁନ୍ଦର ହୋଇଥାଏ। ଯେଉଁଥି ପାଇଁ ଏହାକୁ ଚୋବେଇବାରୁ ରକ୍ଷା ପାଇଥାଏ।
  • ଏହି ଅଭ୍ୟାସରୁ ମୁକ୍ତି ପାଇବାକୁ ହେଲେ ଆପଣ ନଖରେ ଖରାପ ସ୍ୱାଦର ନେଲପଲିସ ଲଗେଇ ପାରିବେ। ଯେତେବେଳେ ଆପଣ ନଖ ଚୋବେଇବେ ତାହାର ଖରାପ ସ୍ୱାଦ ଆପଣଙ୍କୁ ପାଟିକୁ ନନେବା ପାଇଁ ସାହାଯ୍ୟ କରି ପାରିବ।
  • ଆପଣ ନିଜର ନଖରେ କୌଣସି ନଖ ଏକସେଶରୀଯ ବ୍ୟବହାର କରନ୍ତୁ କିମ୍ବା କୌଣସି ବ୍ୟାଣ୍ଡେଜରେ ଏହାକୁ କଭର କରି ଦିଅନ୍ତୁ। ଏମିତି କରିବା ଦ୍ୱାରା ନଖ ଚୋବାଇବା ଅଭ୍ୟାସରୁ ଆପଣ ମୁକ୍ତି ପାଇ ପାରିବେ।
  • ଆପଣ ଏହା ଜାଣିବାକୁ ଚେଷ୍ଟା କରନ୍ତୁ କି କେଉଁ ପରିସ୍ଥିତିରେ ଆପଣଙ୍କୁ ନଖ ଚୋବାଇବାକୁ ଇଚ୍ଛା ହେଉଛି। ତାସହିତ ଆପଣ ନିଜର ଭାବନାକୁ ଡାଇଭର୍ଟ କରନ୍ତୁ ଯାହା ଦ୍ୱାରା ଆପଣଙ୍କର ନଖ ଚୋବାଇବା ଅଭ୍ୟାସ କମ ହୋଇଯିବ।
Life Style
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ