ଅଦ୍ୟତନ ହୋଇଛି
Slim Tips
Advertisment
ଆପଣ ଭାବୁଛନ୍ତି କି ମୋଟାପଣ କିମ୍ୱା କମ୍ ହାଇଟ୍ ଯୋଗୁ ଆପଣଙ୍କ ଲୁକ୍ ଖରାପ ହେଉଛି, ତା ହେଲେ ଆପଣ ନିଜ ଡ୍ରେସ୍ ଚୟନରେ ଟିକେ ପରିବର୍ତ୍ତନ ଆଣନ୍ତୁ, ଆଉ ଲୋକଙ୍କ ପ୍ରଶଂସାର ପାତ୍ର ହୁଅନ୍ତୁ। ଏପରି କରିବା ଦ୍ୱାରା ଆପଣ ସ୍ଲିମ୍, ଟ୍ରିମ୍, ଲମ୍ୱା ଓ ସୁନ୍ଦର ଦେଖାଯାଇପାରିବେ। ଆସନ୍ତୁ ଜାଣିବା ଏଥିଲାଗି ଆପଣ କଣ କଣ ଟିପ୍ସ ଫଲୋ କଲେ ପାଇପାରିବେ ସ୍ମାର୍ଟ୍ ଓ ଗର୍ଜିୟସ୍ ଲୁକ୍।
Advertisment
ଡାର୍କ କଲରର ପିନ୍ଧନ୍ତୁ ଡ୍ରେସ୍ :
- ଡାର୍କ କଲରର କପଡା ପିନ୍ଧିବା ଦ୍ୱାରା ଆପଣ ସ୍ଲିମ୍ ଲାଗିବେ।
- ତେଣୁ ଆପଣ ବ୍ଲାକ୍, ଗ୍ରେ, ବ୍ରାଉନ କିମ୍ୱା ଅନ୍ୟ କୌଣସି କଲରର ସିମ୍ପଲ ଓ ସୋବର ଲାଗୁଥିବା ଡ୍ରେସ୍ ପିନ୍ଧି ପାରନ୍ତି। ଏହାଦ୍ୱାରା ଆପଣ ପତଳା, ଲମ୍ୱା ଓ ସୁନ୍ଦର ଦେଖାଯିବେ।
- ଅଲଗା, ଅଲଗା ରଙ୍ଗର ଡ୍ରେସ୍ ପିନ୍ଧିବା ଦ୍ୱାରା ଆପଣଙ୍କ ଶରୀର ଭାଗ ଭାଗ ହେବା ପରି ଲାଗିବ। ଏଥିଲାଗି ଡାର୍କ ଓ ସିଙ୍ଗଲ୍ କଲରରର ଡ୍ରେସ୍ ହିଁ ପ୍ରଥମେ ଚୟନ କରନ୍ତୁ।
- ଆପଣଙ୍କ ଏହି ଲୁକ୍ସ ଏକ ସଲିଡ୍ ଲାଇନ ତିଆରି କରି ଦେଇଥାଏ। ଫଳରେ ଆପଣ ଲମ୍ୱା ଓ ସ୍ଲିମ୍ ଲାଗିବେ।
look slimଠିକ୍ ଓ ଫିଟିଙ୍ଗ୍ ହେଉଥିବା ଡ୍ରେସ୍ ପିନ୍ଧନ୍ତୁ:
- ଯଦି ଆପଣ ହେଲଦି ଅଛନ୍ତି, ଧ୍ୟାନ ରଖନ୍ତୁ ବେଶି ଢିଲା କିମ୍ୱା ଟାଇଟ୍ କପଡା ପିନ୍ଧନ୍ତୁ ନାହିଁ। ତେଣୁ ଯାହା ପିନ୍ଧୁଛନ୍ତି ତାହା ପରଫେକ୍ଟ ଫିଟିଙ୍ଗ ହେବା ସହ ଠିକ୍ ସାଇଜର ହେବା ଆବଶ୍ୟକ।
- ଢିଲା କପଡା ପିନ୍ଧିବା ଦ୍ୱାରା ଆପଣଙ୍କ ହାଇଟ୍ କମ୍ ସହ ଆପଣ ଅଧିକ ମୋଟା ଲାଗିପାରନ୍ତି। ଏଥିଲାଗି ଏପରି ଡ୍ରେସ୍ ଚୟନ କରନ୍ତୁ, ଯାହା ଆପଣଙ୍କୁ ପରଫେକ୍ଟ ଲାଗିବା ସହ ଆପଣ ସ୍ଲିମ୍ ଓ ଲମ୍ୱା ଦେଖାଯିବେ।
Advertisment
ବଡ ପ୍ରିଣ୍ଟ ଥିବା ଡ୍ରେସ୍ ପିନ୍ଧନ୍ତୁ ନାହିଁ:
- ଯଦି ଆପଣ ମୋଟା ଅଛନ୍ତି, ତା ହେଲେ ବଡ ପ୍ରିଣ୍ଟ ଥିବା ଡ୍ରେସ୍କୁ କେବେବି ବାଛନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଶରୀର ଅଧିକ ମୋଟା ଲାଗିବ। ସବୁବେଳେ ଛୋଟ ପ୍ରିଣ୍ଟ ଥିବା ଡ୍ରେସ୍କୁ ହିଁ ପ୍ରାଥମିକତା ଦିଅନ୍ତୁ।
- ଆପଣ ଶର୍ଟ ହାଇଟ୍ର ହୋଇଥିଲେ ବେକ ଚିପା ଡ୍ରେସ୍ ପିନ୍ଧିବା ଉଚିତ ନୁହେଁ। କାରଣ ଏହାଦ୍ୱାରା ଆପଣଙ୍କ ବେକ ଦେଖାଯିବ ନାହିଁ ଓ ଆପଣ ଅଧିକ ଗେଡା ଲାଗିବେ। ତେଣୁ ସବୁବେଳେ ‘ v’ ଆକାରର କିମ୍ୱା ଗୋଲ ବେକର ଟି ଶାର୍ଟ, କିମ୍ବା ଅନ୍ୟ ଡ୍ରେସ୍ ବାଛନ୍ତୁ ।]
small flower printed dress/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Slim_Tips_1641800425.jpg)