Chanakya Niti
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ଜଣେ ଛାତ୍ରଛାତ୍ରୀ ଯଦି ଅନୁସରଣ କରେ ତେବେ ସେ ନିଶ୍ଚୟ ସଫଳତା ପାଇପାରିବ । ଚାଣକ୍ୟ କୁହନ୍ତି, ଛାତ୍ରଛାତ୍ରୀ ନିଜର ଭୁଲ ପାଇଁ ସଫଳତାକୁ ଅସଫଳତାରେ ବଦଳାଇ ଦେଇଥାଏ । ଲାଳସା ଏମିତି ଜିନିଷ ଯାହା ମରିବା ଯାଏ ପାଖ ଛାଡେ ନାହିଁ । ଏହା ଉପରେ କାବୁ ପାଇବା ନିହାତି ଆବଶ୍ୟକ । ଚାଣକ୍ୟଙ୍କ ଅନୁସାରେ ଛାତ୍ରଛାତ୍ରୀକୁ କିଛି ଭୁଲ କାରଣ ଯୋଗୁ ହାତକୁ ଆସୁଥିବା ସଫଳତା ଚାଲିଯାଇଥାଏ ।
ଲକ୍ଷ୍ୟ ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ...
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ, ସଫଳତା ପ୍ରାପ୍ତି ପାଇଁ ଇଚ୍ଛୁକ ଥିଲେ, ନିଜ ଲକ୍ଷ୍ୟ ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ସହଜରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ। ଏଥିପାଇଁ ନିଜର କାମ ପ୍ରଥମେ ସଠିକ ଶୈଳୀରେ ଓ ନିୟମ ପୂର୍ବକ ଯୋଜନା କରନ୍ତୁ ।
ସର୍ବଦା ପରିଶ୍ରମକୁ ଜାରି ରଖନ୍ତୁ...
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ, ସର୍ବଦା ନିଜ ପରିଶ୍ରମକୁ ଜାରି ରଖନ୍ତୁ। କଠିନ ରୁ କଠିନ ପରିଶ୍ରମ କରନ୍ତୁ। କାମ ପ୍ରତି ଅବହେଳା କରନ୍ତୁ ନାହିଁ। ସଠିକ ନିୟମର ପାଳନ କରନ୍ତୁ। ସଠିକ ସମୟରେ କାମ କରିବା ଦ୍ୱାରା ହିଁ ଲକ୍ଷ୍ୟ ପୂରଣ ହୋଇଥାଏ।
ନିଜ କାମ ପ୍ରତି ସର୍ବଦା ବିଶ୍ୱସ୍ତ ରୁହନ୍ତୁ...
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ, ନିଜ କାର୍ଯ୍ୟ ପ୍ରତି ସର୍ବଦା ବିଶ୍ୱସ୍ତ ରୁହନ୍ତୁ। କାମ ପ୍ରତି ଆଦୌ ଅବହେଳା କରନ୍ତୁ ନାହିଁ। ଏହାଦ୍ୱାରା ସହଜରେ ସଫଳତା ମିଳିଥାଏ।
ସଠିକ ସମୟରେ ନିଷ୍ପତ୍ତି ନିଅନ୍ତୁ...
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ, ସଠିକ ସମୟରେ ନିଷ୍ପତ୍ତି ନିଅନ୍ତୁ। କଠିନ ପରିସ୍ଥିତିରେ ମଧ୍ୟ ଭୟ କରନ୍ତୁ ନାହିଁ। ଏହି ସମୟରେ ଧୈର୍ଯ୍ୟର ସହ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ।
ପାଖରେ ଥିବା ଜିନିଷକୁ ଅଣଦେଖା କରନ୍ତୁ ନାହିଁ...
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ, ଛାତ୍ରଛାତ୍ରୀ ପାଖ ଜିନିଷକୁ ତ୍ୟାଗ କରି ବା ଅଣଦେଖା କରି ଏମିତି ଜିନିଷକୁ ପାଇବା ପଛରେ ଦୌଡି ଥାନ୍ତି,ଯାହା ତାଙ୍କ ଠାରୁ ବହୁ ଦୂରରେ । ଯେଉଁ କାରଣରୁ ସେ ଉଭୟ ଜିନିଷକୁ ହରାଇ ଦେଇଥାଏ ।
ନିଶ୍ଚିତକୁ ଛାଡି ଅନିଶ୍ଚିତ ପଛରେ ଧାଇଁବା...
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ, ଯିଏ ନିଶ୍ଚିତକୁ ଛାଡି ଅନିଶ୍ଚିତ ପଛରେ ଧାଇଁଥାଏ, ତାର ନିଶ୍ଚିତ ମଧ୍ୟ ନଷ୍ଟ ହୋଇଯାଏ । ଅନିଶ୍ଚିତ ତ ସ୍ୱୟଂ ନଷ୍ଟ ହୋଇଥାଏ । ଅର୍ଥାତ ଜୀବନରେ ଠିକ୍କୁ ଛାଡିକରି ଭୁଲ ର ସହାୟତା ନିଏ, ତାର ଠିକ୍ ବି ନଷ୍ଟ ହୋଇଯାଏ । ସଫଳତା ସେତେବେଳେ ମିଳିଥାଏ, ଯେତେବେଳେ ରଣନୀତି ଦୃଢ଼ ହୋଇଥାଏ । ଚାଣକ୍ୟ କହିଛନ୍ତି,ଯାହାର ଠିକ ଓ ଭୁଲର ପାର୍ଥକ୍ୟ କରିବାର ଜ୍ଞାନ ରହିଛି, ସେ ଦୁନିଆରେ ରାଜ କରିଥାନ୍ତି ।
ଲୋଭ ତ୍ୟାଗ କରିବା...
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ, ଯେଉଁ କାମର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି, ତାକୁ ସର୍ବ ପ୍ରଥମେ ଶେଷ କରିବାକୁ ହେବ । ଏହାର ଫଳାଫଳ ସର୍ବଦା ଆପଣଙ୍କ ସପକ୍ଷରେ ଯାଇଥାଏ । ଲୋଭ ତ୍ୟାଗ କରିଥିବା ବ୍ୟକ୍ତି ସବୁ କାମରେ ସଫଳତା ପାଇଥାନ୍ତି । ବୁଦ୍ଧିମାନ ସିଏ, ଯିଏ ପାଖରେ ଥିବା ଜିନିଷରେ ସନ୍ତୋଷ ପାଇଥାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726475852.jpg)