Chanakya Niti: କେମିତି ଶତ୍ରୁକୁ କରିବେ ପରାସ୍ତ, ଜାଣନ୍ତୁ ୧୦ ଗୁରୁତ୍ୱପୂର୍ଣ୍ଣ ଉପାୟ

ଚାଣକ୍ୟ ନୀତି ଅନୁଯାୟୀ ଧ ର୍ଯ୍ୟ ଏବଂ ସଂଯମତା ହେଉଛି ମଣିଷର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୁଣ । ଯେତେବେଳେ ଆପଣ ଶତ୍ରୁର ସାମ୍ନା କରୁଛନ୍ତି, ସେତେବେଳେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜ ଏବଂ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

Chanakya Niti

ଚାଣକ୍ୟ ନିତୀ ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ, ଯାହାକୁ କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତ ନାଁରେ ପ୍ରସିଦ୍ଧ ଚାଣକ୍ୟ ନିଜେ ଲେଖିଥିଲେ । ଏହି ଗ୍ରନ୍ଥ କେବଳ ରାଜନୀତି ଏବଂ ପ୍ରଶାସନିକ କ୍ଷେତ୍ରରେ ମାର୍ଗଦର୍ଶନ କରିଥାଏ ତାହା ନୁହେଁ, ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଥାଏ । ଏଥିରେ ଶତ୍ରୁକୁ ପରାସ୍ତ କରିବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି । ଯାହାକୁ ଉପଯୋଗ କରି ଜଣେ ବ୍ୟକ୍ତି ନିଜ ଜୀବନର କଠିନ ପରିସ୍ଥିତିକୁ ସାମ୍ନା କରିପାରିବ । ତେବେ ଆସନ୍ତୁ ଜାଣିବା ଚାଣକ୍ୟ ନୀତିର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ, ଯାହା ଦ୍ୱାରା ଶତ୍ରୁକୁ ପରାସ୍ତ କରିବା ସହଜ ହେବ ।

ଧର୍ଯ୍ୟ ଏବଂ ସଂଯମତା

ଚାଣକ୍ୟ ନୀତି ଅନୁଯାୟୀ ଧ ର୍ଯ୍ୟ ଏବଂ ସଂଯମତା ହେଉଛି ମଣିଷର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୁଣ । ଯେତେବେଳେ ଆପଣ ଶତ୍ରୁର ସାମ୍ନା କରୁଛନ୍ତି, ସେତେବେଳେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜ ଏବଂ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ପରିସ୍ଥିତିରେ ଧର୍ଯ୍ୟ ଏବଂ ସଂଯମତା ବଜାୟ ରଖିବା ଉଚିତ୍‌ । କାରଣ ଏହା ଆପଣଙ୍କୁ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ । କୌଣସି କଥାକୁ ସଠିକ୍‌ ବିଚାର ନକରି ପଦକ୍ଷେପ ନେବା ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ତେଣୁ, ଧ ର୍ଯ୍ୟ ଏବଂ ସଂଯମତା ସହିତ କାର୍ଯ୍ୟ କରିବା ସର୍ବଦା ଲାଭଦାୟକ ହୋଇଥାଏ ।

ଶତ୍ରୁର ଦୁର୍ବଳତା ଜାଣିବା

ଚାଣକ୍ୟ ନିତୀରେ କୁହାଯାଇଛି ଯେ ଶତ୍ରୁକୁ ପରାସ୍ତ କରିବା ପାଇଁ ପ୍ରଥରେ ତାର ଦୁର୍ବଳତା ଜାଣିବା ଅତ୍ୟନ୍ତ ଜରୁରୀ । ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଦୁର୍ବଳତା ଥାଏ । ଯଦି ଆପଣ ସେଗୁଡ଼ିକୁ ବୁଝିପାରିଛନ୍ତି, ତେବେ ଆପଣ ସହଜରେ ଶତ୍ରୁକୁ ପରାସ୍ତ କରିପାରିବେ । ଏଥିପାଇଁ ଶତ୍ରୁର ଆଚରଣ, କାର୍ଯ୍ୟଶୈ ଳୀ ଏବଂ ଅଭ୍ୟାସକୁ ଧ ର୍ଯ୍ୟର ସହିତ ବିଶ୍ଳେଷଣ କରିବା ଆବଶ୍ୟକ ।

ଠିକ୍‌ ସମୟକୁ ଅପେକ୍ଷା

ଚାଣକ୍ୟ କହିଛନ୍ତି କି, କୌଣସି ନିଷ୍ପତ୍ତି କିମ୍ବା କାର୍ଯ୍ୟ କରିବା ପୂର୍ବରୁ ସଠିକ୍ ସମୟକୁ ଅପେକ୍ଷା କରିବା ଉଚିତ୍ । ଯଦି ଆପଣ ସମୟ ପୂର୍ବରୁ କିମ୍ବା ପରେ ପଦକ୍ଷେପ ନିଅନ୍ତି, ତେବେ ଆପଣ ସଫଳତା ପାଇପାରିବେ ନାହିଁ । ତେଣୁ ଶତ୍ରୁ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସଠିକ୍ ସମୟର ଅପେକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅନ୍ୟମାନଙ୍କ ସାହାଯ୍ୟ ନେବା

ଚାଣକ୍ୟ ନୀତିରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ବେଳେବେଳେ ଅନ୍ୟମାନଙ୍କ ସାହାଯ୍ୟ ନେବା ଆବଶ୍ୟକ । ଯଦି ଶତ୍ରୁ ଶକ୍ତିଶାଳୀ ଏବଂ ଆପଣ ଏକାକୀ ସାମ୍ନା କରିପାରିବେ ନାହିଁ, ତେବେ ଆପଣ ଜଣେ ବିଶ୍ୱସ୍ତ ବ୍ୟକ୍ତି କିମ୍ବା ସହଯୋଗୀର ସାହାଯ୍ୟ ନେବା ଉଚିତ୍ । ଏହା କେବଳ ଆପଣଙ୍କ ଶକ୍ତି ବୃଦ୍ଧି କରିବ ତାହା ନୁହେଁ ବରଂ ଶତ୍ରୁକୁ ପରାସ୍ତ କରିବାର ସମ୍ଭାବନା ମଧ୍ୟ ବଢ଼ାଇବ ।

କୂଟନୀତି ବ୍ୟବହାର

ଚାଣକ୍ୟ ନିତୀରେ କୂଟନୀତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଯଦି ଆପଣ ପ୍ରତ୍ୟକ୍ଷ ଯୁଦ୍ଧରେ ଶତ୍ରୁକୁ ପରାସ୍ତ କରିପାରିବ ନାହିଁ, ତେବେ କୂଟନୈତିକ ପଦ୍ଧତିକୁ ବ୍ୟବହାର କରନ୍ତୁ । କୂଟନୀତି ଦ୍ୱାରା ଆପଣ ଶତ୍ରୁକୁ ଦୁର୍ବଳ କରି ପାରିବେ କିମ୍ବା ତାକୁ ନିଜ ସପକ୍ଷରେ କରିପାରିବେ । ଚାଣକ୍ୟଙ୍କ କହିବାନୁଯାୟୀ ଅନୁଯାୟୀ, ରକ୍ତପାତ ବିନା ଯୁଦ୍ଧରେ ଜିତିବା ସର୍ବୋତ୍ତମ । ଏହା କେବଳ କୂଟନୀତି ଦ୍ୱାରା ସମ୍ଭବ ।

ଉତ୍ସଗୁଡ଼ିକର ଉପଯୁକ୍ତ ବ୍ୟବହାର

ଚାଣକ୍ୟ ନୀତି ଏହା ଶିକ୍ଷା ଦିଏ ଯେ ଆପଣଙ୍କର ଯାହା କିଛି ଅର୍ଥ ବା ସମ୍ବଳ ଅଛି, ସେଗୁଡ଼ିକୁ ସଠିକ୍ ଏବଂ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ଉଚିତ୍ । ତାହା ଟଙ୍କା ହେଉ, ସେନା ହେଉ କିମ୍ବା ମାନସିକ ଶକ୍ତି । ସେଗୁଡ଼ିକୁ ସଠିକ୍ ଭାବରେ ବ୍ୟବହାର କରିବା ଉଚିତ୍‌ । ଏହାଦ୍ୱାରା ଶତ୍ରୁକୁ ପରାସ୍ତ କରିବା ସହଜ ହୋଇଥାଏ । ଶକ୍ତି ବା ଉତ୍ସକୁ ଅପବ୍ୟବହାର ବା ନଷ୍ଟ କରିବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଆପଣଙ୍କ ସ୍ଥିତି ଦୁର୍ବଳ ହୋଇପାରେ ।

ଶତ୍ରୁକୁ ଦ୍ୱନ୍ଦ୍ୱରେ ପକାନ୍ତୁ

ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ ଶତ୍ରୁକୁ ଦ୍ୱନ୍ଦ୍ୱରେ ରଖିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି । ଯଦି ଶତ୍ରୁ ଆପଣଙ୍କର ଯୋଜନା ଏବଂ ଉଦ୍ଦେଶ୍ୟ ବୁଝିଯାଆନ୍ତି, ତେବେ ଆପଣଙ୍କୁ ପରାସ୍ତ କରିବା ତାଙ୍କ ପାଇଁ ସହଜ ହୋଇପାରେ । ତେଣୁ ଆପଣ ନିଜ ଯୋଜନାକୁ ଗୁପ୍ତ ରଖିବା ଉଚିତ୍‌ । ଏହାସହ ଶତ୍ରୁକୁ ସବୁବେଳେ ଦ୍ୱନ୍ଦ୍ୱରେ ରଖିବା ଉଚିତ୍ ।

ନିଜର ଦୁର୍ବଳତା ଲୁଚାଇବା

ଚାଣକ୍ୟ ନୀତି ଅନୁଯାୟୀ, ନିଜର ଦୁର୍ବଳତାକୁ ଲୁଚାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଶତ୍ରୁ ଆପଣଙ୍କର ଦୁର୍ବଳତା ବିଷୟରେ ଜାଣିଯାଏ, ସେ ଏହାର ଫାଇଦା ଉଠାଇ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ତେଣୁ ନିଜର ଦୁର୍ବଳତାକୁ କେବେବି ପ୍ରକାଶ କରିବେ ନାହିଁ ।

ଅତ୍ୟଧିକ ବିଶ୍ୱାସ କରନ୍ତୁ ନାହିଁ

ଚାଣକ୍ୟ ନିତୀରେ ଏହା ମଧ୍ୟ କୁହାଯାଇଛି ଯେ କାହାକୁ ବି ଅତ୍ୟଧିକ ବିଶ୍ୱାସ କରନ୍ତୁ ନାହିଁ । ବିଶେଷ କରି ଯେତେବେଳେ ଆପଣ ଶତ୍ରୁ ସାମ୍ନାରେ ଅଛନ୍ତି । କୌଣସି ବି ପରିସ୍ଥିତିରେ କାହାକୁ ବିଶ୍ୱାସ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଉଚିତ୍ । କାରଣ ବେଳେବେଳେ ଏହି ବିଶ୍ୱାସ ହିଁ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।