Chanakya Niti
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ନୀତି ଉପରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଯଦି ଆପଣ ସଠିକ୍ ଭାବରେ ଅନୁସରଣ କରନ୍ତି, ତେବେ ଆପଣ ଜୀବନରେ ବିଭିନ୍ନ ବିପଦ ଓ ବଡ ଭୁଲ୍ କରିବାରୁ ବଞ୍ଚିତ ହେବେ । ଆଜି ଆମେ ଚାଣକ୍ୟଙ୍କର ଏଭଳି ଏକ ନୀତି ବିଷୟରେ କହିବାକୁ ଯାଉଛୁ । ଏହି ଭୁଲ୍ କରନ୍ତୁ ନାହିଁ ଯାହାଦ୍ୱାରା ଆପଣ ଅସୁବିଧାର ସମ୍ମୁଖୀନ ହେବେ । ଏହି ଭଳି ଭୁଲ୍ରୁ ସମସ୍ତେ ବଞ୍ଚିବା ଦରକାର । ଚାଲନ୍ତୁ ଜାଣିବା କଣ ଏହି ଭୁଲ୍ ।
ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ:
ଆପଣ ଯେତେ ବି ଭାଗ୍ୟବାନ୍ ହୁଅନ୍ତୁ ନା କାହିଁକି । କେବେ ବି ପୂର୍ବରୁ ଚିନ୍ତା ନକରି କୈଣସୀ ନୂତନ କାର୍ଯ୍ୟ କରିବା ଉଚିତ ନୁହେଁ । କୈଣସୀ କାମ କରିବା ପୂର୍ବରୁ ଯୋଜନା କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯୋଜନା ନକରି କାର୍ଯ୍ୟ ଆରମ୍ଭ କରିବା ଆପଣଙ୍କୁ ବିନାଶର ପଥକୁ ନେଇ ଯାଇଥାଏ । ଯୋଜନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯାହାଦ୍ୱାରା ଆପଣଙ୍କ କାର୍ଯ୍ୟ ଭଲ ଭାବେ ସମାପ୍ତ ହୋଇଥାଏ । ଯଦି ଆପଣ ଚିନ୍ତା ନକରି କାମ କରନ୍ତି ତେବେ ଆପଣଙ୍କର ଉନ୍ନତି ବଦଳରେ ଅଗ୍ରଗତି ହେବ ଓ ଯାହା କିଛି ଆପଣଙ୍କ ପାଖରେ ଅଛି ତାହା ହରାଇ ବସିବେ ।
ଏହି ଭୁଲ ଯୋଗୁଁ ଲକ୍ଷ୍ୟ ହାସଲ ହେବ ନାହିଁ:
ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁଯାୟୀ ଯଦି କୌଣସୀ ବ୍ୟକ୍ତି ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ନିଜର ଲକ୍ଷ୍ୟ ବିଷୟରେ କାହା ସହିତ ଆଲୋଚନା କରନ୍ତୁ ନାହିଁ । ଯଦି ଆପଣ ଏଭଳି କରନ୍ତି ତାହେଲେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯେଉଁ ମାନଙ୍କୁ ଆପଣ ନିଜର ଲକ୍ଷ ବିଷୟରେ ଅଲୋଚନା କରିଥାନ୍ତି ସେମାନେ ଆପଣଙ୍କ ସହ ବିଶ୍ୱାସ ଘାତକତା ମଧ୍ୟ କରିପାରନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721562752.jpg)