Advertisment

Chanakya Niti: ବାହାର ଲୋକଙ୍କ ଘରକୁ ଯିବା ପୂର୍ବରୁ ଏହି ସବୁ କଥା ଉପରେ ଦିଅନ୍ତୁ ଧ୍ୟାନ,ବଢିବ ସମ୍ମାନ...

ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ଉପରେ ଉଲ୍ଲେଖ କରାଯାଇଥିବା କିଛି ନିୟମଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ ଅନ୍ୟ କାହା ଘରକୁ ଯିବା ପୂର୍ବରୁ ଧ୍ୟାନ ରଖିବା ଉଚିତ୍ ।

ଅଦ୍ୟତନ ହୋଇଛି
chanakya niti

chanakya niti

Advertisment

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥାନ୍ତି ଓ ନିୟମ ଗୁଡିକ ଅନୁସରଣ ମଧ୍ୟ କରନ୍ତି । ଆଚାର୍ଯ୍ୟ ଚାଣକ୍ୟ ଇତିହାସର ପୂଷ୍ଠାରେ ସବୁଠୁ ବୁଦ୍ଧିମାନ ବ୍ୟକ୍ତି ଭାବେ ଜଣାଶୁଣା । ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ନୀତି ବିଷୟରେ ଲେଖିଛନ୍ତି। ଚାଣକ୍ୟଙ୍କ ନୀତିଗୁଡିକ ଅନୁସରଣ କଲେ ଜଣେ ସମ୍ମାନଜନକ ଓ ସୁଖମୟ ଜୀବନ ବିତାଇପାରିବ ।

Advertisment

ଆଜି ଆମେ ଚାଣକ୍ୟଙ୍କ ନୀତିରେ ଉଲ୍ଲେଖ କରାଯାଇଥିବା ନିୟମ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ ଅନ୍ୟ ବା ବାହାର ଲୋକଙ୍କ ଘରକୁ ଯିବା ପୂର୍ବରୁ ବିଭିନ୍ନ ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍ । ତେବେ ଆସନ୍ତୁ ଜାଣିବା କ’ଣ ସେହି ନିୟମ....

ଚାଣକ୍ୟଙ୍କ ନୀତି ଅନୁସାରେ ଯଦି ଆପଣ ବିନା କୌଣସି କାମ କିମ୍ବା କୈଣସି ଉଦେଶ୍ୟରେ ଅନ୍ୟ ଘରକୁ ଯାଉଛନ୍ତି ତାହେଲେ ଆପଣ ଅପମାନିତ ହୋଇପାରନ୍ତି । ଯଦି ତୁମର ଆବଶ୍ୟକତା ନାହିଁ ତାହେଲେ ଅନ୍ୟ ଲୋକ ଘରକୁ ଯିବାର କିଛି ଆବଶ୍ୟକତା ନାହିଁ ।

Advertisment

ଅପମାନରୁ କିଭଳି ବଞ୍ଚିବେ:

  • ଚାଣକ୍ୟଙ୍କ ନୀତି ଅନୁସାରେ ଯଦି ଆପଣ କୌଣସି କାମ କିମ୍ବା କୈଣସି ଉଦେଶ୍ୟରେ ଅନ୍ୟ ଘରକୁ ଯାଉଛନ୍ତି ତାହେଲେ ଆପଣ ଅପମାନିତ ହୋଇପାରନ୍ତି । ଯଦି ତୁମର ଆବଶ୍ୟକତା ନାହିଁ ତାହେଲେ ଅନ୍ୟ ଲୋକ ଘରକୁ ଯିବା ଠିକ୍ ନୁହେଁ।

ଘରକୁ ନଡାକିଲେ ଯାଆନ୍ତୁ ନାହିଁ:

  • ଚାଣକ୍ୟଙ୍କ ନୀତି ଅନୁଯାୟୀ ଯଦି ତୁମ ସମ୍ମୁଖରେ ଥିବା ବ୍ୟକ୍ତି ତାଙ୍କ ଘରକୁ ନିମନ୍ତ୍ରଣ କରୁ ନାହାନ୍ତି ତାହେଲେ ସେଠାକୁ ଯିବା ଉଚିତ୍ ନୁହେଁ ଓ ଆପଣ ସେମାନଙ୍କ ଘରେ ମଧ୍ୟ ରହିବା ଉଚିତ୍ ନୁହେଁ ।
Advertisment

କେଉଁମାନେ ଖୁସିରେ ରୁହନ୍ତି ନାହିଁ:

  • ଚାଣକ୍ୟଙ୍କ ନୀତି ଅନୁଯାୟୀ, ଅନ୍ୟ ଜଣଙ୍କ ଘରେ ରହୁଥିବା ବ୍ୟକ୍ତି କଦାପି ଖୁସି ହୋଇପାରିବ ନାହିଁ ଏହିପରି ଲୋକଙ୍କୁ ସବୁବେଳେ ନିଜ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ।
Chanakya Niti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ