Chanakya Niti: ଜୀବନରେ ଏତିକି କଥା ମାନି ଚଳନ୍ତୁ, ଆପଣ ଅସୁବିଧାରେ ପଡ଼ିବେନି

ନୀତିଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ସୁତ୍ରଗୁଡ଼ିକ ସବୁବେଳେ ଲୋକଙ୍କ ପାଇଁ କଠୋର ମନେହୁଏ । କିନ୍ତୁ ତାହା ହିଁ ଲୋକଙ୍କୁ ଠିକ୍ ଆଉ ଭୁଲ ଚିହ୍ନିବାରେ ସାହାଯ୍ୟ କରିଥାଏ ।

Chanakya Niti

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭାରତର ସର୍ବୋତ୍ତମ ବିଦ୍ୱାନମାନଙ୍କ ମଧ୍ୟରେ ଗଣାଯାଏ । ସେ ଜଣେ ଦକ୍ଷ ରାଜନୀତିଜ୍ଞ, କୂଟନୀତିଜ୍ଞ ଏବଂ ରଣନୀତିଜ୍ଞ ହେବା ସହିତ ଅର୍ଥନୀତି ଶାସ୍ତ୍ରରେ ମଧ୍ୟ ତାଙ୍କର ଖୁବ୍‌ ଜ୍ଞାନ ଥିଲା । ସମସ୍ୟାକୁ ଏଡାଇବା ପାଇଁ ଲୋକେ ପ୍ରାୟତଃ ଚାଣକ୍ୟ ନୀତି ହିଁ ଆପଣାଇ ଥାନ୍ତି । ଚାଣକ୍ୟ ନୀତି ଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ ସୂତ୍ର ରହିଛି । ଯାହାକୁ ଆପଣାଇ ଲୋକମାନେ ସେମାନଙ୍କର ସମସ୍ୟାର ସମାଧାନ କରନ୍ତି ।

ଅନ୍ୟ ଅର୍ଥରେ କହିବାକୁ ଗଲେ, ଚାଣକ୍ୟ ନୀତି ସମସ୍ୟା ସମାଧାନ ପାଇଁ ରାମବାଣ ସଦୃଶ । ବ୍ୟକ୍ତିଗତ ଜୀବନ, ​​ଚାକିରି, ବ୍ୟବସାୟ ଏବଂ ପରିବାରିକ ସମ୍ପର୍କ ସହ ଜଡିତ ବିଭିନ୍ନ ଦିଗ ଉପରେ ଆଚାର୍ଯ୍ୟ ଚାଣକ୍ୟ ନିଜର ମତ ରଖିଛନ୍ତି । ନୀତିଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ସୁତ୍ରଗୁଡ଼ିକ ସବୁବେଳେ ଲୋକଙ୍କ ପାଇଁ କଠୋର ମନେହୁଏ । କିନ୍ତୁ ତାହା ହିଁ ଲୋକଙ୍କୁ ଠିକ୍ ଆଉ ଭୁଲ ଚିହ୍ନିବାରେ ସାହାଯ୍ୟ କରିଥାଏ ।

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜର ଇଚ୍ଛା ଅନୁଯାୟୀ ସଫଳତା ହାସଲ କରିବାକୁ ଚାହାନ୍ତି । ଆଉ ଏଥିରେ ବିଫଳ ହେଲେ ଜୀବନ ପ୍ରତି ନିରାଶା ପ୍ରକାଶ କରନ୍ତି । ତେବେ ଏନେଇ ଆଚାର୍ଯ୍ୟ ଚାଣକ୍ୟ ‘ଚାଣକ୍ୟ ନୀତିରେ’ରେ ସମ୍ପୂର୍ଣ୍ଣ ବ୍ୟାଖ୍ୟା କରିଛନ୍ତି । ଆଉ କହିଛନ୍ତି ଜଣେ ବ୍ୟକ୍ତି କିପରି ଓ କେତେ ସଫଳତା ହାସଲ କରିପାରିବ । ଆସନ୍ତୁ ଜାଣିବା ଜୀବନର ସେମିତି କିଛି ସୂତ୍ର ବିଷୟରେ...

ନିଜର ଦୁର୍ବଳତାକୁ କାହାକୁ କୁହନ୍ତୁ ନାହିଁ

ସାଧାରଣତଃ ଲୋକମାନେ ସେମାନଙ୍କର ଦୁର୍ବଳତାକୁ କ୍ଲୋ ଫ୍ରେଣ୍ଡ ସହ ସେୟାର କରିଥାନ୍ତି । ଯାହାକି ଭବିଷ୍ୟତରେ ତାଙ୍କୁ ମହଙ୍ଗା ପଡ଼ିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଜଣେ ବ୍ୟକ୍ତି କେବେ ବି ନିଜର ଦୁର୍ବଳତାକୁ ଅନ୍ୟ ଅଗରେ ପ୍ରକାଶ କରିବା ଉଚିତ୍‌ ନୁହେଁ । କାରଣ ଦିନେ ସେହି କ୍ଲୋଜ୍‌ ଫ୍ରେଣ୍ଡ ଅନ୍ୟମାନଙ୍କ ଆଗରେ ସେଇକଥା କହିବ । ଆଉ ଆପଣ ହଇରାଣ ହେବେ ବା ଲଜ୍ଜିତ ହେବେ ।

ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଜଣେ ବ୍ୟକ୍ତି ଭବିଷ୍ୟତ ପାଇଁ ସର୍ବଦା ଟଙ୍କା ସଞ୍ଚୟ କରିବା ଉଚିତ୍। ଏମିତି କରିବା ଦ୍ୱାରା ଆପଣ କୌଣସି ବି ଅସୁବିଧାକୁ ସାହସର ସହ ସାମ୍ନା କରିପାରିବେ । ନଚେତ୍‌ ହଇରାଣ ହୋଇପାରନ୍ତି । ତେଣୁ ଘରେ ଧନ ସଂଗ୍ରହ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସର୍ବଦା ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରିବା ଉଚିତ । ଆଉ ଯେତେ ସମ୍ଭବ ସଞ୍ଚୟ କରିବା ଉଚିତ ।

ମୂର୍ଖଙ୍କ ସହ ଯୁକ୍ତିତର୍କ କରିବା ନାହିଁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ମୂର୍ଖ ଲୋକଙ୍କ ସହ କଦାପି ଯୁକ୍ତିତର୍କ କରିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା କେବଳ ନିଜର ହିଁ କ୍ଷତି ହୋଇଥାଏ । ଏହା ବ୍ୟତୀତ ନିଜର ବ୍ୟକ୍ତିତ୍ୱ ପ୍ରତି ମଧ୍ୟ ଆଞ୍ଚ ଆସିଥାଏ ।

ସବୁ ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେଉଁମାନେ ଆପଣଙ୍କ କଥାକୁ ଅଣଦେଖା କରନ୍ତି ସେମାନେ ବିଶ୍ୱାସର ଯୋଗ୍ୟ ନୁହଁନ୍ତି । ଆପଣଙ୍କୁ ଦୁଃଖରେ ଥିବା ଦେଖି ଯେଉଁ ଲୋକ ଖୁସି ହୋଇଥାଏ, ସେମାନଙ୍କୁ କେବେ ବି ଭରସା କରିବା ଉଚିତ୍‌ ନୁହେଁ । ଏଭଳି ବ୍ୟକ୍ତି ଆପଣଙ୍କୁ ନିଶ୍ଚିୟ ପ୍ରତାରଣା କରିବ । ତେଣୁ ଆପଣ ଏଭଳି ଲୋକଙ୍କୁ ସେହି କଥା ସବୁ କୁହନ୍ତୁ ଯାହା ସମସ୍ତଙ୍କୁ କହିପାରିବେ । କେବେ ବି ଏମାନଙ୍କ ସହ କୌଣସି ବ୍ୟକ୍ତଗତ କଥା ହେବେ ନାହିଁ ।