Chanakya Niti: ଆପଣାନ୍ତୁ ଚାଣକ୍ୟଙ୍କ ଏହି ନୀତି; ଘରେ ହେଉଥିବ ଧନବର୍ଷା ..

ବିଂଶ ଶତାବ୍ଦୀରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ସବୁଠାରୁ ଜ୍ଞାନୀ ତଥା ଦୂରଦ୍ରଷ୍ଟା ଭାବରେ ଗଣନା କରାଯାଏ । ଜଣେ ମହାନ ରାଜନେତା ତଥା ବାସ୍ତୁ ଶାସ୍ତ୍ରର ବିଦ୍ୱାନ ଭାବେ ଇତିହାସ ତାଙ୍କୁ ମନେ ରଖେ ।

Chanakya Niti

ବିଂଶ ଶତାବ୍ଦୀରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ସବୁଠାରୁ ଜ୍ଞାନୀ ତଥା ଶିକ୍ଷିତ ବ୍ୟକ୍ତି ଭାବରେ ଗଣନା କରାଯାଏ । ଜଣେ ମହାନ ରାଜନେତା ତଥା ବାସ୍ତୁ ଶାସ୍ତ୍ରର ବିଦ୍ୱାନ ଭାବେ ଇତିହାସ ତାଙ୍କୁ ମନେ ରଖେ । ସେ ନିଜ ଜୀବନକାଳରେ ଅନେକ କଥା ଶିଖାଇ ଯାଇଛନ୍ତି । ଏହା ହିଁ ଚାଣକ୍ୟ ନୀତି ଭାବେ ପ୍ରସିଦ୍ଧ । କୁହାଯାଏ, ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ଅନେକ ପ୍ରକାର ନୀତି ଅନୁସରଣ କଲେ ଜୀବନ ଉନ୍ନତ ହୋଇଥାଏ ।

ଚାଣକ୍ୟଙ୍କ ନୀତି ପାଳନ କରୁଥିବା ଲୋକଟି ଏକ ସଫଳ ଓ ସମୃଦ୍ଧ ଜୀବନଯାପନ କରିବାର ସୌଭାଗ୍ୟ ପାଇଥାଏ । ଏହା ସହ ସେ କଥାଗୁଡ଼ିକୁ ଅଣଦେଖା କଲେ ମଧ୍ୟ ବ୍ୟକ୍ତି ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଏ । ଆଜି ଏପରି ଏକ ନୀତି ବିଷୟରେ ଆମେ କହିବାକୁ ଯାଉଛୁ, ଯାହାକୁ ପାଳନ କଲେ ଆପଣଙ୍କ ଘରେ ସଦାସର୍ବଦା ଦେବୀ ଲକ୍ଷ୍ମୀଙ୍କ ଆଗମନ ବଜାୟ ରହିବ । ଏହା ସହ ଘରେ ରହୁଥିବା ଲୋକଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଖାଦ୍ୟକୁ ସମ୍ମାନ

ଚାଣକ୍ୟ ନୀତି ଅନୁଯାୟୀ, ମାଆ ଲକ୍ଷ୍ମୀ ସେମାନଙ୍କ ଉପରେ ସର୍ବଦା ପ୍ରସନ୍ନ ରୁହନ୍ତି, ଯେଉଁମାନେ ଖାଦ୍ୟ ନଷ୍ଟ କରନ୍ତି ନାହିଁ । ଯେଉଁମାନେ ଖାଦ୍ୟକୁ ସମ୍ମାନ ଦିଅନ୍ତି ନାହିଁ, ସେମାନଙ୍କ ଘରେ ସର୍ବଦା ଅଭାବ ଅସୁବିଧା ଲାଗି ରହିଥାଏ । ଖାଦ୍ୟ ତଥା ଅନ୍ନକୁ ସମ୍ମାନ କରିବା ଦ୍ୱାରା ଘରେ କେବେ ମଧ୍ୟ ଖାଦ୍ୟର ଅଭାବ ହୁଏ ନାହିଁ । କିନ୍ତୁ ଖାଦ୍ୟ ନଷ୍ଟ କଲେ ମାଆ ଲକ୍ଷ୍ମୀଙ୍କ ଅପମାନ ହୁଏ । ଏପରି ପରିସ୍ଥିତିରେ ଆର୍ଥିକ ସମସ୍ୟା ମଧ୍ୟ ଉପୁଜେ । ସେ ଏହା ମଧ୍ୟ କହିଛନ୍ତି, ଖାଇବା ପରେ ଯଦି କିଛି ବାକି ରହିଯାଇଛି, ତେବେ ଏହା କୌଣସି ପଶୁ ପକ୍ଷୀଙ୍କୁ ଦେଇଦେବା ଉଚିତ୍ ।

ଦାନ ପାଇଁ କୁଣ୍ଠିତ ହୁଅନ୍ତୁ ନାହିଁ

ଚାଣକ୍ୟ ନୀତି ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଦାନ କରନ୍ତି ତେବେ ତାଙ୍କ ଉପରେ ମଧ୍ୟ ମାଆ ଲକ୍ଷୀଙ୍କ ଆର୍ଶୀବାଦ ରହିଥାଏ । ସମସ୍ତେ ନିଜ ଆର୍ଥିକ ସାମର୍ଥ୍ୟ ଅନୁଯାୟୀ ଗରିବଙ୍କ ମଧ୍ୟରେ ଖାଦ୍ୟ କିମ୍ବା ଅନ୍ୟ କୌଣସି ବସ୍ତୁ ଦାନ କରିବା ଉଚିତ୍ । ଶାସ୍ତ୍ରରେ କୁହାଯାଇଛି, ନିଜ ରୋଜଗାରର କିଛି ପ୍ରତିଶତ ଗରିବଙ୍କ ମଧ୍ୟରେ ବାଣ୍ଟିଦେବା ଆବଶ୍ୟକ । ଅନ୍ୟକୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ଭଗବାନ ଖୁସି ହୁଅନ୍ତି ।

ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ

ପରିଷ୍କାର ପରିଚ୍ଛନ୍ନତାକୁ ଆମ ଜୀବନରେ ଚାଣକ୍ୟ ବହୁତ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ଯଦି ଆପଣ ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି, ତେବେ ଆପଣ ଏଥିପ୍ରତି ଅଧିକ ଯତ୍ନବାନ୍ ହେବା ଉଚିତ୍ । ଏକ ପରିଷ୍କାର ପରିବେଶ ଆପଣଙ୍କୁ ଅନେକ ପ୍ରକାରର ରୋଗରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ । ଏହା ସହିତ, ଆପଣଙ୍କ ଜୀବନରେ ସକରାତ୍ମକ ଶକ୍ତି ମଧ୍ୟ ପ୍ରବାହ ହୁଏ । ମାତା ଲକ୍ଷ୍ମୀ ସର୍ବଦା ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଅନ୍ତି । ଏହି ଘରେ କେବେବି ଟଙ୍କାର ଅଭାବ ହୁଏ ନାହିଁ ।

ଅତିଥିଙ୍କୁ ସମ୍ମାନ

ଚାଣକ୍ୟଙ୍କ ନୀତି ଅନୁଯାୟୀ, ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦାବେଳେ ସେହି ଘରେ ରହିଥାଏ, ଯେଉଁଠାରେ ଅତିଥିମାନଙ୍କୁ ଉଚିତ୍ ସମ୍ମାନ ପ୍ରଦାନ କରାଯାଏ । ଯଦି ଘରକୁ ଆସୁଥିବା ଅତିଥିଙ୍କ ଯତ୍ନ ଆପଣ ସଠିକ୍ ଭାବେ ନେଉ ନାହାଁନ୍ତି, ତେବେ ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ କେବେ ମଧ୍ୟ ପ୍ରସନ୍ନ ହେବେ ନାହିଁ । ଅତିଥିଙ୍କର ଅସମ୍ମାନରେ ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ।