Advertisment

ନୂଆବର୍ଷରେ ଘରକୁ ଆଣନ୍ତୁ ଏହି ୫ଟି ଭାଗ୍ୟଶାଳୀ ଜିନିଷ, ରହିବ ନାହିଁ ଅର୍ଥର ଅଭାବ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିଛି ନୂତନ ଏବଂ ଭଲ କରିବା ପାଇଁ ଘରେ ଶୁଭ ଜିନିଷ ଆଣିବା ଆବଶ୍ୟକ। ନୂତନ ବର୍ଷରେ ପରିବାରକୁ ସୁଖ ଆଣିବା ପାଇଁ ବାସ୍ତୁ ଅନୁଯାୟୀ ଶୁଭ ଜିନିଷ ଘରକୁ ଆଣିଲେ ଘର ଓ ଜୀବନରେ ସମୃଦ୍ଧି ଆସିଥାଏ ।

ଅଦ୍ୟତନ ହୋଇଛି
vastu

vastu

Advertisment

ବାସ୍ତୁ ଅନୁଯାୟୀ ସକାରାତ୍ମକ ଶକ୍ତିକୁ ନେଇ ବିଶେଷ ମହତ୍ତ୍ୱ ଆମ ଜୀବନରେ ରହିଥାଏ । ଘରେ ସୁଖ ଶାନ୍ତି ,ଧନ ବୈଭବ ଓ ସୁଖୀ ଜୀବନ ପାଇଁ ସବୁବେଳେ ସକାରାତ୍ମକ ଶକ୍ତିର ଆବଶ୍ୟକତା ରହିଛି । ଘରେ ନକାରତ୍ମକ ଶକ୍ତି ବା ଖରପ ପରିବେଶ ରହିଲେ ବିଭିନ୍ନ ସମସ୍ୟା ଉପୁଜିଥାଏ । ଏହାକୁ ବାସ୍ତୁ ଦୋଷ ବୋଲି ମଧ୍ୟ କୁହାଯାଏ । ତେବେ ବାସ୍ତୁ ଅନୁଯାୟୀ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ । ଯାହା ଘରେ ଆଣିଦେବ ସୁଖ ଓ ସମୃଦ୍ଧି ।

Advertisment

ବାଉଁଶ ଗଛ:

ବାଉଁଶ ଗଛ ଯଥା ବାଉଁଶ ଉଦ୍ଭିଦକୁ ବହୁତ ଭାଗ୍ୟବାନ ବିବେଚନା କରାଯାଏ । ବାସ୍ତୁ ଶାସ୍ତ୍ର ଏବଂ ଫେଙ୍ଗ୍ ଶୁଇ ଅନୁସାରେ ଏହା ଅତ୍ୟନ୍ତ ପବିତ୍ର ଏବଂ ମହାନ୍ ବୋଲି ବର୍ଣ୍ଣନା କରାଯାଇଛି । କାରଣ ଏହା ଘର ହେଉ କିମ୍ବା ଅଫିସ୍ ହେଉ, ପ୍ରତ୍ୟେକ ସ୍ଥାନରେ ସକାରାତ୍ମକ ଶକ୍ତି ଆଣିଥାଏ ।

ଆକ୍ୱାରିୟମ୍:

ଆକ୍ୱାରିୟମ୍ ଅର୍ଥାତ୍ ମାଛ ଘର ବାସ୍ତୁ ଏବଂ ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ ବହୁତ ଭାଗ୍ୟବାନ ବୋଲି କୁହାଯାଏ । ଫେଙ୍ଗ୍ ଶୁଇ ଅନୁସାରେ ମାଛ ଧନକୁ ଆକର୍ଷିତ କରିଥାଏ ଏବଂ ପରିବାର ଉପରେ ବିପଦରୁ ରକ୍ଷା କରିଥାଏ ।

Advertisment

ସ୍ଫଟିକ୍ କଇଁଛ:

କ୍ରିଷ୍ଟାଲ କଇଁଛ ବା ସ୍ଫଟିକ୍ କଇଁଛ ଜୀବନରେ ସୌଭାଗ୍ୟ ଆଣିଥାଏ । ଫେଙ୍ଗ୍ ଶୁଇରେ ଏହାର ମହତ୍ତ୍ୱ ରହିଛି । କୁହାଯାଏ ଯେ ସ୍ଫଟିକ୍ କଇଁଛକୁ ଘରର ଉତ୍ତର ଦିଗରେ ରଖିବା ଦ୍ୱାରା ଧନ ଓ ସମୃଦ୍ଧି ଆସିଥାଏ ଓ ବାହ୍ୟ ଶତ୍ରୁମାନଙ୍କୁ ବିନାଶ କରିଥାଏ ।

ୱିଣ୍ଡଚାଇମ୍:

ୱିଣ୍ଡଚାଇମ୍ ଘରେ ନକାରାତ୍ମକ ଶକ୍ତି ଦୂର କରି ସକରାତ୍ମକ ଶକ୍ତି ଆଣିଥାଏ । ଏହା ଘର ଓ ପରିବାର ପାଇଁ ଶୁଭଫଳ ଆଣିଥାଏ । ଘରେ ୱିଣ୍ଡଚାଇମ୍ ରଖିବା ଦ୍ୱାରା ଏହାର ଧ୍ୱନୀ ମନରେ ସକାରତ୍ମକ ଶକ୍ତି ଆଣିଥାଏ ।

Advertisment

ଲାଫିଙ୍ଗ୍ ବୁଦ୍ଧ:

ବାସ୍ତୁ ଏବଂ ଫେଙ୍ଗ୍ ଶୁଇରେ ଲାଫିଙ୍ଗ୍ ବୁଦ୍ଧର ମହତ୍ତ୍ୱ ରହିଛି । ଏହାକୁ ଘର କିମ୍ବା ଅଫିସରେ ଉତ୍ତର- ଦିଗରେ ରଖିବା ଉଚିତ୍ । ଏହା ଘରେ ଧନ ଏବଂ ସମୃଦ୍ଧିର ପ୍ରବାହ ଆଣିଥାଏ ଏବଂ ଏହାର ହସ ଘରର ସଦସ୍ୟମାନଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ଯୋଗାଇଥାଏ ।

Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ