Advertisment

ଫୁସଫୁସ ପାଇଁ ଉପକାରୀ ଗ୍ରୀନ୍ ଆପଲ୍

ସାଧାରଣତଃ ଲୋକମାନେ ଲାଲ୍ ଆପଲ୍ ଖାଆନ୍ତି ଏବଂ ଏହାର ଉପକାରିତା ବିଷୟରେ ଜାଣନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସବୁଜ ଆପଲ୍ ବା ଗ୍ରୀନ୍ ଆପଲ୍ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ।

benefits of green apple

benefits of green apple

Advertisment

ଗ୍ରୀନ୍ ଆପଲରେ କ୍ୟାଲସିୟମ୍, ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, କପର୍, ଆଇରନ୍, ଜିଙ୍କ୍, ଭିଟାମିନ୍-ଏ ଏବଂ ଭିଟାମିନ୍-କେ ପରି ଅନେକ ପୋଷକ ତତ୍ତ୍ୱ ସବୁଜ ଆପଲରେ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

Advertisment
  • ସବୁଜ ଆପଲ୍ ଖାଇବା ଦ୍ୱାରା ଦୁର୍ବଳ ହାଡ ସମସ୍ୟାରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ, ସବୁଜ ଆପଲ୍ ମଧ୍ୟ ଚର୍ମ ପାଇଁ ବହୁତ ଭଲ ହୋଇଥାଏ।
  • ଏହା ବ୍ୟତୀତ ସବୁଜ ଆପଲରେ କ୍ୟାଲୋରୀ ପରିମାଣ ବହୁତ କମ୍ ଥାଏ। ପ୍ରତିଦିନ ସବୁଜ ଆପଲ୍ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…

ହାଡ ମଜବୁତ-

  • ଭିଟାମିନ୍ କେ, କ୍ୟାଲସିୟମ୍ ଏବଂ ପୋଟାସିୟମରେ ଭରପୂର ମାତ୍ରାରେ ମିଳିଥାଏ। ଯାହା ହାଡକୁ ମଜବୁତ କରିଥାଏ ।
Advertisment

ମଧୁମେହ-

  • ମଧୁମେହରେ, ଲାଲ୍ ଆପଲ୍ ବଦଳରେ ସବୁଜ ଆପଲ୍ ଖାଇବା ଉଚିତ୍। ସବୁଜ ଆପଲରେ ଲାଲ୍ ଆପଲ ଅପେକ୍ଷା କମ୍ ସୁଗାର୍ ଏବଂ ଅଧିକ ଫାଇବର ଥାଏ। ଏହା ବ୍ୟତୀତ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଚର୍ମ ପାଇଁ ଉପକାରୀ-

  • ସବୁଜ ଆପଲରେ ଥିବା ଭିଟାମିନ୍ ଏ, ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଏହା ଚର୍ମ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଟେନିନ୍ ଏକ ଭଲ ଆଣ୍ଟିଅକ୍ସିଡାଣ୍ଟ ହୋଇଥାଏ, ଏହା ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
Advertisment

ଫୁସଫୁସ ପାଇଁ ଉପକାରୀ-

  • ସବୁଜ ଆପଲରେ ଥିବା ଫ୍ଲାଭୋନାଏଡ କାରଣରୁ ଏହାକୁ ନିୟମିତ ଖାଇବା ଆପଣଙ୍କୁ ଆଜମା ରୋଗରୁ ରକ୍ଷା କରିଥାଏ।

    ଦୃଷ୍ଟିଶକ୍ତି ପାଇଁ-

    • ସବୁଜ ଆପଲରେ ଭିଟାମିନ୍ ଏ ପ୍ରଚୁର ପରିମାଣରେ ମିଳିଥାଏ। ଯାହା ଦୃଷ୍ଟିଶକ୍ତି କ୍ଷମତାକୁ ଆହୁରି ଉନ୍ନତ କରିଥାଏ।
    Benefits Of Green Apple
    ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
    Here are a few more articles:
    ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ