ସେରମ୍ ବ୍ୟବହାର କଲେ କେଶ ସଫ୍ଟ ହୋଇଥାଏ । ଏହା ସହିତ ସେରମ୍ କେଶକୁ ସୂର୍ଯ୍ୟକିରଣଠାରୁ ମଧ୍ୟ ସୁରକ୍ଷା ଦେଇଥାଏ। ତେବେ କେଶରେ ସେରମ୍ ବ୍ୟବହାର କରିବା କେତେ ଠିକ୍ ଏବଂ କେଶ ଉପରେ ଏହାର କି ପ୍ରଭାବ ପଡ଼ିଥାଏ, ଆସନ୍ତୁ ଜାଣିବା ।
Also Read
ସେରମ୍ରୁ କେଶରୁ ମିଳୁଥିବା ଲାଭ:
- କେଶକୁ ନଷ୍ଟ ହେବାରୁ ରକ୍ଷା କରେ
- କେଶ ଝଡ଼ିବା ବନ୍ଦ କରେ
- କେଶ ସାଇନ୍ କରେ
- କେଶକୁ ଚିପ୍ଚିପା ହେବାକୁ ଦେଇ ନଥାଏ ।
ସେରମ୍ ବ୍ୟବହାର ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ୍:
- ଏହାକୁ ବ୍ୟବହାର କରିବା ସମୟରେ ପ୍ରଥମେ ପାପୁଲିରେ ମସାଜ୍ କରି କେଶରେ ଲଗାନ୍ତୁ।
- ଭଲ କମ୍ପାନୀର ସେରମ୍ କିଣନ୍ତୁ।
- ଏହାକୁ କେଶ ମୂଳରେ ଲଗାନ୍ତୁ ନାହିଁ।
- ଅଧିକ ସେରମ୍ ଲଗାନ୍ତୁ ନାହିଁ। ଆବଶ୍ୟକ ମାତ୍ରାରେ ଏହାକୁ ବ୍ୟବହାର କରନ୍ତୁ।
ସେରମ୍କୁ କେଶରେ କିପରି କରିବେ ବ୍ୟବହାର, ଜାଣନ୍ତୁ:
- ପ୍ରଥମେ ସାମ୍ପୂ ଓ କଣ୍ଡିସନର୍ ଲଗାଇ କେଶ ସଫା କରନ୍ତୁ।
- ଏହାପରେ ଟାୱେଲ୍ରେ କେଶକୁ ଭଲ ଭାବେ ପୋଛି ଦିଅନ୍ତୁ।
- ତେବେ ଅଳ୍ପ ଓଦା ରଖନ୍ତୁ। ତା’ପରେ ସେରମ୍କୁ ପାପୁଲିରେ ନେଇ କେଶରେ ଲଗାନ୍ତୁ।
- ଏହା ପରେ କେଶକୁ କୁଣ୍ଡାଇ ଦିଅନ୍ତୁ।