Advertisment

ସ୍ୱପ୍ନରେ ସାପ ଆସୁଛି କି ? କଣ କହୁଛି ବାସ୍ତୁ

ପ୍ରାୟତଃ ଆମେ ସ୍ୱପ୍ନରେ ମଣିଷ ଏବଂ ଅନେକ ଜିନିଷ ଦେଖିଥାଉ । ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହି ସ୍ୱପ୍ନଗୁଡ଼ିକ ଆମ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ସେହିଭଳି, ସ୍ୱପ୍ନରେ ସାପ ଦେଖିବା ମଧ୍ୟ ଶୁଭ ଏବଂ ଅଶୁଭ ସଙ୍କେତ ଦେଇଥାଏ । ଶାସ୍ତ୍ର ଅନୁଯାୟୀ, ଜୀବନରେ ରାହୁ ଦଶା ଆରମ୍ଭ ହେଲେ ସ୍ୱପ୍ନରେ ସାପ ଦେଖାଯାଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ସାପ ଦେଖିବାର ଅର୍ଥ ବିଭିନ୍ନ କାରଣ ହୋଇଥାଏ

Snake Dream and Vastu

Snake Dream and Vastu

Advertisment

ପ୍ରାୟତଃ ଆମେ ସ୍ୱପ୍ନରେ ମଣିଷ ଏବଂ ଅନେକ ଜିନିଷ ଦେଖିଥାଉ । ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହି ସ୍ୱପ୍ନଗୁଡ଼ିକ ଆମ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ସେହିଭଳି, ସ୍ୱପ୍ନରେ ସାପ ଦେଖିବା ମଧ୍ୟ ଶୁଭ ଏବଂ ଅଶୁଭ ସଙ୍କେତ ଦେଇଥାଏ । ଶାସ୍ତ୍ର ଅନୁଯାୟୀ, ଜୀବନରେ ରାହୁ ଦଶା ଆରମ୍ଭ ହେଲେ ସ୍ୱପ୍ନରେ ସାପ ଦେଖାଯାଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ସାପ ଦେଖିବାର ଅର୍ଥ ବିଭିନ୍ନ କାରଣ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସାପ ସ୍ୱପ୍ନର ବିଭିନ୍ନ କରାଣ...

Advertisment

ମନ୍ଦିରରେ ସାପ ଦେଖିବା:

  • ବାସ୍ତୁ ଅନୁଯାୟୀ ସ୍ୱପ୍ନରେ କୌଣସି ମନ୍ଦିରରେ ସାପ ଦେଖିବା ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏପରି ସ୍ୱପ୍ନ ଆପଣଙ୍କର ଇଚ୍ଛା ଶୀଘ୍ର ପୂରଣ ହେବାକୁ ସୂଚିତ କରିଥାଏ ।
Advertisment

ସ୍ୱପ୍ନରେ ବାରମ୍ବାର ସାପ ଦେଖିବା:

  • ଯଦି କେହି ସ୍ୱପ୍ନରେ ସାପକୁ ବାରମ୍ବାର ଦେଖନ୍ତି, ତେବେ ଏହାର ଅର୍ଥ ଯେ ରାଶିରେ ସର୍ପ ଦୋଷ ରହିଛି । ଏହା ବ୍ୟତୀତ ସ୍ୱପ୍ନରେ ଏକ ସାପ ପାଣିରେ ପହଁରୁଥିବାର ଦେଖିବା ମଧ୍ୟ କାଳ ସର୍ପ ଯୋଗକୁ ସୂଚିତ କରିଥାଏ ।

ଗଛ ଉପରେ ସାପ ଚଢିବା ଦେଖିବା:

  • ବାସ୍ତୁ ଅନୁଯାୟୀ ସ୍ୱପ୍ନରେ ଏକ ଗଛ ଉପରକୁ ଚଢୁଥିବା ସାପ ଦେଖିବା ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏଭଳି ସ୍ୱପ୍ନ ଜୀବନରେ ପ୍ରଗତି ଏବଂ ସଫଳତାକୁ ସୂଚିତ କରିଥାଏ । ଏପରି ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଙ୍କ ଜୀବନରେ ଅଟକି ରହିଥିବା ଧନ ମିଳିବାର ସମ୍ଭାବନା ରହିଥାଏ ।
Advertisment

ଧଳା, ସୁବର୍ଣ୍ଣ ଏବଂ ଉଜ୍ୱଳ ସାପ ଦେଖିବା:

  • ବାସ୍ତୁ ଅନୁଯାୟୀ ସ୍ୱପ୍ନରେ  ଧଳା,ସୁବର୍ଣ୍ଣ କିମ୍ବା ଅତି ଉଜ୍ଜ୍ୱଳ ସାପ ଦେଖିବା ଭାଗ୍ୟ ଖୋଲିବାକୁ ସୂଚିତ କରିଥାଏ । ଏହି ସ୍ୱପ୍ନ ଦେଖିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ ।

ଶିବ ଲିଙ୍ଗ ଉପରେ ସାପ ଦେଖିବା:

  • ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ସ୍ୱପ୍ନରେ ଶିବ ଲିଙ୍ଗ ଉପରେ ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଶୁଭପ୍ରଦ ଅଟେ । ସ୍ୱପ୍ନରେ ଆପଣ ଶିବ ଲିଙ୍ଗ ଉପରେ ସାପ ଦେଖିଲେ ବୁଝି ଯିବେ ଯେ ଆପଣଙ୍କ ଉପରେ ଶିବଙ୍କର କୃପା ରହିଛି ।
Vastu Tips Snake Dream
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ