Advertisment

ପିଇବା ପାଣିରେ ମିଶାନ୍ତୁ ଏହି ୫ଟି ଜିନିଷ,ଚମକିବ ଚେହେରା

ପ୍ରଦୂଷଣ, ଧୂଳି, ମାଟି ଆଦି ଚେହେରାରେ ଜମି ଯାଇ ମୁହଁର ଔଜ୍ଜ୍ୱଳତା କମିଯାଏ। ହଜିଯାଏ ଚେହେରାର ସୌନ୍ଦର୍ଯ୍ୟ । ତେଣୁ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ହୋଇପଡେ। ଏହାକୁ ଦୂର କରିବା ଲାଗି ଆପଣାନ୍ତୁ ସହଜ ଉପାୟ। ପାଣିରେ ଏହି ୫ ଜିନିଷ ମିଶାଇ ପିଅନ୍ତୁ ଓ ଫରକ ଅନୁଭବ କରନ୍ତୁ ।

Add these 5 things to your drinking wate

Add these 5 things to your drinking wate

Advertisment

ତ୍ୱଚାର ଯତ୍ନ ନେବା ପାଇଁ ଆମେ ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିବା ସହ ଘରୋଇ ଉପଚାର ମଧ୍ୟ କରିବାକୁ ଭୁଲି ନ ଥାଉ। ହେଲେ ପାଇପାରୁନା ଆଶା ମୁତାବକ ସଫଳତା। ପାଣିରେ ଏହି ୫ ଜିନିଷ ମିଶାଇ ପିଅନ୍ତୁ ତ୍ୱଚାରେ ଚମକ ଆସିବ । ଚେହେରାରୁ ବି ସବୁ ପ୍ରକାର ଚିହ୍ନ ଦୂରେଇ ଯାଇ ଗ୍ଲୋ କରିବ।

Advertisment

ଡାଲଚିନି:

  • ପିଇବା ପାଣି ଫୁଟାଇ, ସେଥିରେ କିଛି ଡାଳଚିନି ପାଉଡ଼ର ପକାଇ ଦିଅନ୍ତୁ। ଏହି ପାଣି ଥଣ୍ଡା ହେବା ପରେ ଏହାକୁ ଛାଣି କରି ପିଇ ପାରନ୍ତି। ଆପଣ ଚାହିଁଲେ ସାରା ଦିନ ଲାଗି ଏପରି ପାଣି ପ୍ରସ୍ତୁତ କରି ନିଅନ୍ତୁ।
  • ଏହାକୁ ବୋତଲରେ ପଶାଇ ବାହାରକୁ ମଧ୍ୟ ନେଇପାରିବେ। ଏହାଦ୍ୱାରା ଆପଣଙ୍କ ରକ୍ତ ସଞ୍ଚାଳନ ଭଲ ହେବ ଓ ଚେହେରାରେ ଗ୍ଲୋ ଆସିବ।

ଷ୍ଟ୍ରବେରୀ ରସ:

  • ଯଦି ଆପଣ ପିଇବା ପାଣିରେ ଷ୍ଟ୍ରବେରୀ ରସ ମିଶାଇ ନିୟମିତ ଭାବେ ପିଇନ୍ତି, ତା ହେଲେ ଆପଣଙ୍କ ଚେହେରାରେ ଥିବା ଦାଗ ସମ୍ପୂର୍ଣ୍ଣ ଦୂର ହୋଇଯିବ।
  • ଏଥିରେ ଭିଟାମିନ ସି ଓ ଆଣ୍ଟି ଆକ୍ସିଣ୍ଡେଣ୍ଟ ଭରପୂର ମାତ୍ରାରେ ରହିଛି। ଆପଣ ଚାହିଁଲେ ଏହାକୁ ଫେସ ମାସ୍କ କରି ମଧ୍ୟ ବ୍ୟବହାର କରିପାରିବେ। ଚେହେରାରେ ଚମକ ଆସିବ ଓ ସଫ୍ଟ ହେବ।
Advertisment

ମହୁ:

  • ମହୁରେ ବ୍ୟାକ୍ଟେରିଆ ସହ ଲଢିବାକୁ ଗୁଣ ମହଜୁଦ ରହିଛି। ଏହା ଆପଣଙ୍କ ଚେହେରାରୁ ଡାର୍କ ସ୍ପଟ ଦୂର କରିବାରେ ସାହାଯ୍ୟ କରିଥାଏ।
  • ସବୁଦିନ ସକାଳେ ଉଷୁମ ପାଣିରେ ଏହାକୁ ମିଶାଇ ପିଇବା ଦ୍ୱାରା କେବଳ ଆପଣଙ୍କ ଚର୍ବି କମ୍‌ ହୋଇନଥାଏ, ଚେହେରାର ଚମକ ମଧ୍ୟ ବଢିଥାଏ। ଏହା ତ୍ୱଚା ଲାଗି ଖୁବ୍‌ ଲାଭଦାୟକ।

ପୁଦିନା:

  • ଚେହେରାକୁ ବେଦାଗ କରିବା ପାଇଁ ଚିୟା ମଞ୍ଜି ଓ ପୁଦିନାର ବ୍ୟବହାର ମଧ୍ୟ କରିପାରିବେ।
  • ଚିୟା ମଞ୍ଜି ତୁଳସୀ ମଞ୍ଜି ପରି ଜିନିଷ ଅଟେ। ଯାହା ତ୍ୱଚା ସମ୍ୱନ୍ଧିତ ବହ ସମସ୍ୟା ଦୂର କରିଥାଏ। ଏହା ଝାଉଁଳି ପଡିଥିବା ତ୍ୱଚାକୁ ମଧ୍ୟ ଚମକଦାର କରିଥାଏ।
  • ଏହାବ୍ୟତୀତ ପୁଦିନା ପାଣି ପିଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ। ଏହାର ପ୍ରଭାବ ତ୍ୱଚାରେ ଜଣାପଡିଥାଏ।
Advertisment

ଲେମ୍ୱୁ:

  • ଲେମ୍ୱୁ ତ୍ୱଚା ଓ ଶରୀର ଲାଗି ଖୁବ ଲାଭଦାୟକ। ଏହା ପାଚତ ତନ୍ତ୍ରକୁ ଠିକ୍‌ ରଖିଥାଏ ଓ ଶରୀରରୁ ଅପରିଷ୍କାର ପଦାର୍ଥ ନିର୍ଗତ କରାଇ ଦେଇଥାଏ।
  • ଆପଣ ପିଇବା ପାଣିରେ ଲେମ୍ୱୁ କିମ୍ୱା ଆପଲ୍ ଭିନେଗାର ମିଶାଇ ପିଅନ୍ତୁ।
  • ଖରା ଦିନେ ଘରୁ ବାହାରିବା ବେଳେ ପାଣି ବୋତଲରେ ଏହାକୁ ମିଶାଇ ନିଅନ୍ତୁ। ଏହାଦ୍ୱାରା ପେଟ ସମସ୍ୟା ଓ ତ୍ୱଚା ସମସ୍ୟା ଦୂର ହେବ।
Beauty Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ