Advertisment

Parenting Tips: ନା ସୁନା ନା ହୀରା, ପ୍ରତ୍ୟେକ ଝିଅ ବାପାଙ୍କ ଠାରୁ ଏହି ୬ଟି ଜିନିଷ ଚାହାନ୍ତି

ଏକ ନିର୍ଦ୍ଦିଷ୍ଟ ବୟସ ପରେ, ଅନେକ ଲୋକ ଅଭିଯୋଗ କରନ୍ତି ଯେ ସେମାନଙ୍କର ଝିଅ ପିଲାଦିନ ପରି ସେମାନଙ୍କ ସହ ଏତେ ମିଶୁନି। ବାସ୍ତବରେ, ଏହାର ଅନେକ କାରଣ ଥାଇପାରେ। ତେବେ ଏଠାରେ ଆମେ ଝିଅମାନଙ୍କର କିଛି ଆବଶ୍ୟକତା ବିଷୟରେ କହୁଛୁ, ଯାହା ସେମାନେ ନିଜ ବାପାଙ୍କଠାରୁ ଆଶା କରନ୍ତି।

ଅଦ୍ୟତନ ହୋଇଛି
Things a daughter needs from her father

6 things every daughter needs from her father

Advertisment

କୁହାଯାଏ ଯେ ବାପା-ଝିଅଙ୍କ ମଧ୍ୟରେ ସମ୍ପର୍କ ସବୁଠାରୁ ନିଆରା ହୋଇଥାଏ। ଯେତେବେଳେ ଝିଅଟିଏ ଛୋଟ ହୋଇଥାଏ, ସେ ନିଜ ବାପାଙ୍କ କୋଳରେ ନିଜକୁ ସବୁଠାରୁ ନିରାପଦ ଅନୁଭବ କରେ। ବାପାଙ୍କ ସ୍ନେହପୂର୍ଣ୍ଣ ଆଲିଙ୍ଗନ ତାକୁ ପ୍ରତ୍ୟେକ ଚିନ୍ତାରୁ ଦୂରେଇ ନେଇଥାଏ। ଯଦିଓ ସମୟ ସହିତ ଅନେକ ପୁରୁଷ ଜଣେ ଝିଅର ଜୀବନରେ ଆସନ୍ତି ଆଉ ଯାଆନ୍ତି, କିନ୍ତୁ ଜଣେ ବାପା ଝିଅକୁ ଜୀବନସାରା ସମର୍ଥନ କରିବା ପାଇଁ ତା’ ସହିତ ଛିଡା ହୋଇଥାଏ।

Advertisment

ଏକ ନିର୍ଦ୍ଦିଷ୍ଟ ବୟସ ପରେ, ଅନେକ ଲୋକ ଅଭିଯୋଗ କରନ୍ତି ଯେ ସେମାନଙ୍କର ଝିଅ ପିଲାଦିନ ପରି ସେମାନଙ୍କ ସହ ଏତେ ମିଶୁନି। ବାସ୍ତବରେ, ଏହାର ଅନେକ କାରଣ ଥାଇପାରେ। ତେବେ ଏଠାରେ ଆମେ ଝିଅମାନଙ୍କର କିଛି ଆବଶ୍ୟକତା ବିଷୟରେ କହୁଛୁ, ଯାହା ସେମାନେ ନିଜ ବାପାଙ୍କଠାରୁ ଆଶା କରନ୍ତି। ଯେତେବେଳେ ସେମାନେ ଏହି ଅଭାବକୁ ଅନୁଭବ କରନ୍ତି, ବାପା-ଝିଅ ସମ୍ପର୍କର ଦୂରତା ବଢିଯାଏ। ଯଦି ଆପଣ ନିଜ ଝିଅକୁ ସବୁବେଳ ପାଇଁ ନିକଟତର କରିବାକୁ ଚାହାନ୍ତି, ତା’ହେଲେ ତା’ର କେବେକ ଆବଶ୍ୟକତାକୁ ଧ୍ୟାନରେ ରଖିବାକୁ ଭୁଲିବେ ନାହିଁ।

ଅଧିକ ପଢ଼ନ୍ତୁ: ନିଜ ଝିଅକୁ ସାହସୀ ଓ ସଫଳ କରାଇବା ପାଇଁ ଜଣେ ବାପାର ୭ଟି ଭୂମିକା

ତେବେ ପ୍ରତ୍ୟେକ ଝିଅ ସେମାନଙ୍କ ବାପାଙ୍କ ଠାରୁ କ’ଣ ଚାହାନ୍ତି ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

ଆଗ୍ରହ ସହିତ ଜଡିତ:

ପ୍ରତ୍ୟେକ ଝିଅ ଚାହାଁନ୍ତି ଯେ ସେମାନଙ୍କ ବାପା ତାଙ୍କ ଶୌକ ବା ଆଗ୍ରହ ସହିତ ଜଡିତ ରୁହନ୍ତୁ। ଉଦାହରଣ ସ୍ୱରୂପ, ଯଦି ଝିଅ ଗୀତ ଗାଇବାକୁ ପସନ୍ଦ କରେ, ତେବେ ବାପା ତାଙ୍କ ଗୀତ ଶୁଣିବାକୁ ଆଗ୍ରହ ଦେଖାଇବା ଉଚିତ, ଯଦି ସେ ଭ୍ରମଣ କରିବାକୁ ଚାହେଁ, ତେବେ ବାପା ତାଙ୍କୁ ସମସ୍ତ ପ୍ରକାର ଭ୍ରମଣ ସମ୍ବନ୍ଧୀୟ ସୂଚନା ପ୍ରଦାନ କରନ୍ତୁ।

ପତ୍ନୀଙ୍କୁ ସମ୍ମାନ:

ପ୍ରତ୍ୟେକ ଝିଅ ନିଜ ବାପାଙ୍କଠାରେ ନିଜ ଭବିଷ୍ୟତ ପାର୍ଟନର୍‌ଙ୍କ ପ୍ରତିଛବି ଦେଖନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ନିଜର ପତ୍ନୀ, ବା ଝିଅର ମା’ ସହିତ ଭଲ ଆଚରଣ କରନ୍ତି, ତେବେ ସେ ମଧ୍ୟ ନିଜଉ ସୁରକ୍ଷିତ ଅନୁଭବ କରେ। ତେଣୁ, ନିଜ ଝିଅମାନଙ୍କ ସାମ୍ନାରେ ନିଜ ପତ୍ନୀଙ୍କ ସହିତ ସର୍ବଦା ଭଲ ଆଚରଣ କରନ୍ତୁ।

Advertisment

ବାପାଙ୍କ ସମର୍ଥନ:

ପିଲାମାନଙ୍କ ପାଇଁ ବାପାମାଆଙ୍କ ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ଝିଅମାନଙ୍କ ପାଇଁ, ବାପାଙ୍କ ସମର୍ଥନ ସେମାନଙ୍କୁ ଆତ୍ମବିଶ୍ୱାସୀ ଏବଂ ସଫଳ କରିବାରେ ବହୁତ ସାହାଯ୍ୟ କରିଥାଏ। ଏହାର ଅର୍ଥ ହେଉଛି ଝିଅମାନଙ୍କ ପାଇଁ ସବୁ କ୍ଷେତ୍ରରେ ବାପାଙ୍କ ସମର୍ଥନ ଜରୁରୀ।

ଅନ୍ଧ ଭାବରେ ବିଶ୍ୱାସ:

ପ୍ରତ୍ୟେକ ଝିଅ ଚାହାଁନ୍ତି ଯେ ତାଙ୍କ ବାପା ତାଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ। ସେମାନଙ୍କ ମଧ୍ୟ ସଂପର୍କ ଏମିତି ହେବା ଉଚିତ ଯେ ଝିଅ ଯେତେବେଳେ, ଯେକୌଣସି ଅସୁବିଧାରେ ପଡିଲେ ବି ଯେପରି ବାପାଙ୍କୁ ତାହା କହିବାରେ ସଂକୋଚ ବା ଭୟ ନ କରୁ। ସେ ନିଜ ବାପାଙ୍କୁ ସବୁକିଛି ଖୋଲାଖୋଲି ଭାବରେ କହୁ।

ମାର୍ଗଦର୍ଶକ ହେବା:

ଝିଅମାନଙ୍କ ପାଇଁ, ସେମାନଙ୍କ ବାପାଙ୍କ ପ୍ରତ୍ୟେକ ଶବ୍ଦ ଏକ ଆଧ୍ୟାତ୍ମିକ ଗୁରୁଙ୍କ ପରି ହୋଇଥାଏ। ଯଦି ଆପଣ ତାଙ୍କୁ ଜୀବନର ଶିକ୍ଷା ଦିଅନ୍ତି କିମ୍ବା ତାଙ୍କୁ କିଛି ଶିଖାନ୍ତି, ତେବେ ସେସବୁ ସେମାନଙ୍କ ପାଇଁ ମାର୍ଗଦର୍ଶିକା ଭାବରେ କାମ କରିବ। ସେଥିପାଇଁ ସେମାନଙ୍କ ସହ ଏକତ୍ର ଆଲୋଚନା କରିବା, ପୂଜା-ପାଠ କରିବା, ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଉଚିତ।

ନିଃସର୍ତ୍ତମୂଳକ ଭଲ ପାଇବା:

ବାପାଙ୍କ ନିଃସର୍ତ୍ତମୂଳକ ଭଲ ପାଇବା ଝିଅମାନଙ୍କୁ ଏହା ଭରଷା ଦେଇଥାଏ ଯେ ସେ ଯାହା ହେଉନା କାହିଁକି, ମୋ ବାପା ମୋତେ ସର୍ବଦା ଭଲ ପାଆନ୍ତି ଏବଂ ମୋର ମଙ୍ଗଳ ପାଇଁ ପ୍ରତ୍ୟେକ ଅସୁବିଧାରେ ମୋ ସହିତ ସର୍ବଦା ଠିଆ ହେବେ। କେବଳ ଏତିକି ନୁହେଁ, ଭୁଲ କରିବା ପରେ ମଧ୍ୟ ସେ ମୋତେ ବୁଝିପାରିବେ ଏବଂ ମୋତେ ସଠିକ୍ ମାର୍ଗ ଦେଖାଇବେ। ଏହିପରି ଭାବେ ଜଣେ ଝିଅ ନିଜ ଜୀବନସାରା ଜଣା ବାପାର ନିଃସର୍ତ୍ତମୂଳକ ଭଲ ପାଇବା ଚାହେଁ।

Parenting Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ