Advertisment

ନୌସେନାରେ ପୂରଣ ହେବ ୧୪୦୦ ପଦବୀ; ଜାଣନ୍ତୁ କେବେଠୁ କରିବେ ଆବେଦନ

ଏସଏସଆର ଜରିଆରେ ‘ଅଗ୍ନିବୀର୍’ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୪୦୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ବିବରଣୀ।

ଅଦ୍ୟତନ ହୋଇଛି
Indian Navy SSR Recruitment 2022

Indian Navy SSR Recruitment 2022

Advertisment

ସିନିୟର ସେକେଣ୍ଡାରୀ ରିକ୍ରୁମେଣ୍ଟମେଣ୍ଟ (ଏସଏସଆର) ଜରିଆରେ ‘ଅଗ୍ନିବୀର୍’ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ ଭାରତୀୟ ସୌସେନାର ଅଫିସିଆଲ୍ ୱେବସାଇଟ୍, joinindiannavy.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୮ରୁ ଆରମ୍ଭ ହେବ।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ https://www.joinindiannavy.gov.in/ ମାଧ୍ୟରେ ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କରେ Indian Navy SSR Recruitment 2022 Notification PDF କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୪୦୦ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ପୂରଣ ହେବ ୭୫୪୦ ଶିକ୍ଷକ ପଦବୀ : ଖୁବ୍‌ ଶୀଘ୍ର ଆବେଦନ କରନ୍ତୁ

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନଲାଇନ୍ ଆବେଦନର ଆରମ୍ଭ ତାରିଖ - ଡିସେମ୍ବର ୮
  • ଅନଲାଇନ୍ ଆବେଦନର ଶେଷ ତାରିଖ - ଡିସେମ୍ବର ୧୭

ଯୋଗ୍ୟତା:

  • SSR - ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଗଣିତ ଏବଂ ପଦାର୍ଥ ବିଜ୍ଞାନରେ ଦ୍ୱାଦଶ ପାସ୍ କରିଥିବା ଉଚିତ।
Advertisment

ବୟସ ସୀମା:

  • ପ୍ରାର୍ଥୀମାନେ ୦୧ ମେ ୨୦୦୨ରୁ ୩୧ ଅକ୍ଟୋବର ୨୦୦୫ ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ

ଆବେଦନ ଶୁଳ୍କ:

  • ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବେ ୫୫୦ ଟଙ୍କା ଦେବାକୁ ପଡିବ।

ଚୟନ ପ୍ରକ୍ରିୟା:

  • ସର୍ଟଲିଷ୍ଟିଂ (କମ୍ପ୍ୟୁଟର ଆଧାରିତ ଅନଲାଇନ୍ ପରୀକ୍ଷା)
  • ଲିଖିତ ପରୀକ୍ଷା
  • PFT ଏବଂ ପ୍ରାରମ୍ଭିକ ଚିକିତ୍ସା
  • ଡାକ୍ତରୀ ପରୀକ୍ଷା
Govt Jobs Indian Navy Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ