Advertisment

SBIରେ ଖାଲିପଡିଛି ସ୍ପେଶାଲ କ୍ୟାଡର ଅଫିସର ପଦବୀ, କରନ୍ତୁ ଆବେଦନ

ଆପଣ ଏସବିଆଇ(SBI)ରେ ଚାକିରି ଖୋଜୁଛନ୍ତି କି ? SBI ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଏସବିଆଇ ପକ୍ଷରୁ ସ୍ପେଶାଲ କ୍ୟାଡର ଅଫିସର (SCO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

ଅଦ୍ୟତନ ହୋଇଛି
sbi recruitment

sbi recruitment

Advertisment

ଆପଣ ଗ୍ରାଜୁଏସନ୍ କରିଛନ୍ତି କି ? ଏସବିଆଇ ପକ୍ଷରୁ ସ୍ପେଶାଲ କ୍ୟାଡର ଅଫିସର(SCO) ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଏସବିଆଇର ଅଫିସିଆଲ ୱେବସାଇଟ sbi.co.inକୁ ଯାଇ ଆବେଦନ କରିପାରିବେ। ଏହିସବୁ ପଦବୀରେ ଆବେଦନ କରିବା ପାଇଁ ଫେବୃଆରୀ ୫ ତାରିଖରୁ ଆରମ୍ଭ ହୋଇ ୨୫ ଫେବୃଆରୀରେ ସମାପ୍ତ ହେବ।

Advertisment

SBI ପକ୍ଷରୁ ମୋଟ୍ ୪୮ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆସିଷ୍ଟାଣ୍ଟ ମ୍ୟାନେଜର (ନେଟଓ୍ଵାର୍କ ସିକ୍ୟୁରିଟି ସ୍ପେଶାଲିଷ୍ଟ) ପଦବୀ ପାଇଁ ୧୫ଟି,ଆସିଷ୍ଟାଣ୍ଟ ମ୍ୟାନେଜର (ରାଉଟିଂ ଆଣ୍ଡ ସୁଇଚିଂ) ୩୩ଟି ପଦବୀ ରହିଛି ।

ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସ ସର୍ବାଧିକ ୪୦ ବର୍ଷ ହେବା ଜରୁରୀ। ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ୟୁନିଭରସିଟିରୁ କୌଣସି ବିଭାଗରେ ସ୍ନାତକ ଡିଗ୍ରୀ କରିଥିବା ଜରୁରୀ।

Advertisment

ଆବେଦନ ଶୁଳ୍କ:

ସାଧାରଣ ବର୍ଗ/ଓବିସି/ EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀ ଆବେଦନ ଶୁଳ୍କରେ ରିହାତି ମିଳିବ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କ ଚୟନ ଅନଲାଇନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ।

SBI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ