Advertisment

ଖାଲିପଡ଼ିଛି ପଦବୀ, ବ୍ୟାଙ୍କରେ କରନ୍ତୁ ଚାକିରି

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ଅଫ ବରୋଦା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ ବରୋଦାରେ ଖାଲି ପଡିଛି ପଦବୀ । ଯୋଗ୍ୟ ଆଶାୟୀ ପ୍ରାର୍ଥୀ ମାନେ ଜଲଦି କରନ୍ତୁ ଆବେଦନ ।

bank jobs

bank jobs

Advertisment

ବ୍ୟାଙ୍କ ଅଫ ବରୋଦାରେ ରିଲେସନସିପ ମ୍ୟାନେଜର ପଦବୀ ପାଇଁ ପାଇଁ ବିଜ୍ଞପ୍ତି ଜାରି କରିଛି । ବ୍ୟଙ୍କର ବିଜ୍ଞପ୍ତି ଅନୁଯାୟୀ ୫୨ଟି ପଦବୀରେ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ । ତେବେ ଆବେଦନ ପାଇଁ ବ୍ୟାଙ୍କର ଅଧିକାରକ ଅଫିସିଆଲ ୱେବସାଇଟ bankofbaroda.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

Advertisment

ଆବେଦନ ପାଇଁ ଜରୁରୀ ତାରିଖ ଓ ଶୁଳ୍କ:

ଆବେଦନ କରିବାର ତାରିଖ ୮ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୨୮ ତାରିଖରେ ସମାପ୍ତ ହେବ। ତେବେ ଅଣସଂରକ୍ଷିତ କ୍ୟାଟୋଗୋରୀ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ସଂରକ୍ଷିତ କ୍ୟାଟୋଗରୀ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ହେବ। ମୋଟ ପଦବୀ ସଂଖ୍ୟ ୫୨ଟି ରହିଛି । କ୍ୱାଲିଟି ଆସ୍ୟୁରାନ୍ସ ଲିଡ୍‌ ପଦବୀ ପାଇଁ ୨ଟି,କ୍ୱାଲିଟି ଆସ୍ୟୁରାନ୍ସ ଇଂଜିନିୟର ପଦବୀ ପାଇଁ ୧୨,ଡେଭଲପର ପଦବୀ ପାଇଁ ୧୨ଟି,ଡିଜାଇନର ପଦବୀ ପାଇଁ ୨ଟି ,କ୍ଲାଉଡ ଇଂଜିନିୟର ପାଇଁ ୨ଟି ,ଆପ୍ଲିକେସନ ଆର୍କିଟେକ ପଦବୀ ପାଇଁ ୨ଟି,ଏଣ୍ଟପ୍ରାଇସ ଆର୍କିଟେକ ପଦବୀ ପାଇଁ ୨ଟି, ଟେକ୍ନୋଲୋଜି ଆର୍କିଟେକ ପଦବୀ ପାଇଁ ୨ଟି,ଇନଫ୍ରାଷ୍ଟକଚର ଆର୍କିଟେକ ପଦବୀ ପାଇଁ ୨ଟି ,ଇଣ୍ଟିଗ୍ରେସନ ଏକ୍ସପର୍ଟ ୨ଟି ପଦବୀ ରହିଛି ।

ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା:

ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ସେହିଭଳି ସମ୍ବନ୍ଧିତ ଟ୍ରେଡ ଡିଗ୍ରୀ ସହିତ ଯୋଗ୍ୟ ପ୍ରାର୍ଥୀଙ୍କ ପାଖରେ ନିର୍ଦ୍ଧାରିତ ଅଭିଜ୍ଞତା ହେବା ଜରୁରୀ। ଏହି ସମସ୍ତ ପଦରେ ଆବେଦନ ପାଇଁ ଅଲଗା ଅଲଗା ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି। ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ସୀମା ରହିଛି।

Advertisment
Bank Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ