Advertisment

କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଛନ୍ତି କି ? କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ୍ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।

ଅଦ୍ୟତନ ହୋଇଛି
kendriya vidyalaya recruitmen

kendriya vidyalaya recruitmen

Advertisment

କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରିରେ ସୁଯୋଗ । କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ୍ ପଦରେ ଆବେଦନ ଗ୍ରହଣ କରାଯାଉଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ କେଭିଏସର ଅଫିସିଆଲ ୱେବସାଇଟ୍ www.kvsangathan.nic.in କୁ ଯାଇ ଆବେଦନ କରିପାରିବେ ।

Advertisment

କେନ୍ଦ୍ରୀୟ ବିଦ୍ୟାଳୟର ବିଜ୍ଞପ୍ତି ଅନୁଯାୟୀ ପିଆରଟି, ଟିଜିଟି, ପିଜିଟି, ଯୋଗ ଶିକ୍ଷକ, ସ୍ପୋର୍ଟସ ଟିଚର, ଡାନ୍ସ/ମ୍ୟୁଜିକ୍ ଟିଚର, ସ୍ପେଶାଲ ଏଜୁକେଟର, କମ୍ପ୍ୟୁଟର ଇନଷ୍ଟ୍ରକ୍ଟର, କନ୍ସଲଣ୍ଟାଣ୍ଟ, ନର୍ସ, ଡାକ୍ତର, ଡିଇଓ ପଦ ପାଇଁ ନିଯୁକ୍ତି ରହିଛି । ତେବେ ଆଶାୟୀଙ୍କୁ ଅଫିସିଆଲ ନୋଟିଫିକେସନ ନିଶ୍ଚିତ ଦିଅନ୍ତୁ। କେନ୍ଦ୍ରୀୟ ବିଦ୍ୟାଳୟ ଆରକେପୁରମ, କୋଲକାତା, ଦିଲ୍ଲୀ, ଅମ୍ବାଲା କ୍ୟାଣ୍ଟ, ଜମ୍ମୁ ସହ ଓଡ଼ିଶାର ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆବେଦନ କରାଯାଉଛି ।

କେନ୍ଦ୍ରୀୟ ବିଦ୍ୟାଳୟ ଡେରାଡୁନରେ ଇଣ୍ଟରଭ୍ୟୁ ତାରିଖ ୧୪, ୧୫ ଓ ୧୬ ମାର୍ଚ୍ଚ ରହିଛି। ସେହିପରି ଥାନେରେ ଇଣ୍ଟରଭ୍ୟୁତାରିଖ ୧୫ ଓ ୧୬ ମାର୍ଚ୍ଚ ରହିଛି। ଓଡିଶାରେ ସେହିପରି ଇଣ୍ଟରଭ୍ୟୁ ତାରିଖ ୧୮ ମାର୍ଚ୍ଚ ରହିଛି।

Advertisment

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:

  • ପିଜିଟି-ବିଏଡ ସହ ପ୍ରାସଙ୍ଗିକ ବିଷୟରେ ୫୦% ଅଙ୍କ ସହ ପୋଷ୍ଟ ଗ୍ରାଜୁଏଟ ହେବା ଦରକାର ।
  • ଟିଜିଟି-ପ୍ରାସଙ୍ଗିକ ବିଷୟରେ ୫୦% ଅଙ୍କ ସହ ଗ୍ରାଜୁଏଟ ଏବଂ ବି.ଏଡ୍ ଡିଗ୍ରୀ ହେବା ଆବଶ୍ୟକ ଏହା ସହ ସିଟିଇଟି ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ।
  • ପିଆରଟି- ଆଶାୟୀଙ୍କୁ ୫୦% ଅଙ୍କ ସହ ଦ୍ୱାଦଶ ପାସ ହୋଇଥିବା ଆବଶ୍ୟକ ଏହା ସହ ବୈଷୟିକ ଟିଚିଂ ଟ୍ରେନିଂ ରେ ଡିପ୍ଲୋମା କିମ୍ବା ଏଲିମେଣ୍ଟାରୀ ଏଜୁକେସନରେ ଗ୍ରାଜୁଏଟ କିମ୍ବା ଡିପ୍ଳୋମା ଥିବା ଦରକାର ।

ପଦବୀ ପାଇଁ ଦରମା:

କେନ୍ଦ୍ରୀୟ ବିଦ୍ୟାଳୟର ବିଜ୍ଞପ୍ତି ଅନୁଯାୟୀ ପିଜିଟି ପଦବୀ ପାଇଁ ୩୨୫୦୦ଟଙ୍କା, ଟିଜିଟି-୩୧୨୫୦/,ପିଆରଟି-୨୬୨୫୦/,ନର୍ସ-୭୫୦ ,କମ୍ପ୍ୟୁଟର ଇନଷ୍ଟ୍ରକ୍ଟର- ୨୬୨୫୦/,କୋଚ୍-୨୬୨୫୦/ ପାଇଁ ଦରମା ଧାର୍ଯ୍ୟ କରାଯାଇଛି ।

Advertisment
Kendriya Vidyalaya Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ