Advertisment

UPSC Result 2024 : କେଉଁଠି ପଢୁଥିଲେ UPSC ଟପ୍ପର୍ ଶକ୍ତି ଦୁବେ

ଶକ୍ତି ଦୁବେ ଅଲ୍ ଇଣ୍ଡିଆ ରାଙ୍କ-୧ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପରେ ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ତେବେ ସେ କେଉଁଠି ପଢୁଥିଲେ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
UPSC topper Shakti Dubey education qualification

UPSC topper Shakti Dubey education qualification

Advertisment

ୟୁନିଅନ୍‌ ପବ୍ଲିକ୍ ସର୍ଭିସ୍‌ କମିଶନ୍‌(UPSC) ସିଭିଲ ସର୍ଭିସ୍ ୨୦୨୪ ପରୀକ୍ଷାର ଶେଷ ଫଳାଫଳ ଘୋଷଣା ହୋଇଛି। ଏଥିରେ, ଉତ୍ତର ପ୍ରଦେଶର ପ୍ରୟାଗରାଜର ବାସିନ୍ଦା ଶକ୍ତି ଦୁବେ ଅଲ୍ ଇଣ୍ଡିଆ ରାଙ୍କ-୧ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ହାସଲ କରି ଶକ୍ତି ଦୁବେ ତାଙ୍କ ପରିବାର ସହିତ ଉତ୍ତର ପ୍ରଦେଶ ଏବଂ ପ୍ରୟାଗରାଜ ପାଇଁ ଗୌରବ ଆଣିଛନ୍ତି।

Advertisment

ଶକ୍ତି ଦୁବେ ତାଙ୍କ ସଫଳତାର ସମ୍ପୂର୍ଣ୍ଣ ଶ୍ରେୟ ତାଙ୍କ ପରିବାରକୁ ଦେଇଛନ୍ତି। ପ୍ରାୟ ୭ ବର୍ଷର କଠିନ ପରିଶ୍ରମ ପରେ, ତାଙ୍କର ସ୍ୱପ୍ନ ସତ ହେଲା। ଏହି ସଫଳତା ପରେ ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ତେବେ ସେ କେଉଁଠି ପଢୁଥିଲେ ଆସନ୍ତୁ ଜାଣିବା।

ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟ ଏବଂ BHU ରେ ପାଠପଢା:

ଶକ୍ତି ଦୁବେଙ୍କ ଏକାଡେମିକ୍ ବ୍ୟାକ୍‌ଗ୍ରାଉଣ୍ଡ୍‌ ହେଉଛି ବିଜ୍ଞାନ। ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ବିଏସ୍‌ସି କରିବା ପରେ, ସେ ୨୦୧୬ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(BHU)ରୁ ଜୈବ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହା ପରେ, ସେ ୨୦୧୮ରେ ସିଭିଲ୍‌ ସର୍ଭିସେସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏକ ମକ୍ ଇଣ୍ଟର୍‌ଭ୍ୟୁରେ ଶକ୍ତି ଦୁବେ କହିଛନ୍ତି ଯେ ତାଙ୍କର ପ୍ରାଥମିକ ଶିକ୍ଷା ମଧ୍ୟ ଆହ୍ଲାବାଦରେ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା UPSC ରେଜଲ୍ଟ-୨୦୨୪; ଶକ୍ତି ଦୁବେ ଟପ୍ପର

କ’ଣ ଥିଲା ବିଷୟ:

ବିଜ୍ଞାନ ବ୍ୟାକ୍‌ଗ୍ରାଉଣ୍ଡ୍ ଥିବା ଶକ୍ତି ଦୁବେ, UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଇଚ୍ଛାଧୀନ ବିଷୟ ଭାବରେ ରାଜନୀତି ବିଜ୍ଞାନ ଏବଂ ଇଣ୍ଟର୍‌ନେଶନାଲ୍ ରିଲେସନ୍ସ ରଖିଥିଲେ।

ଆସନ୍ତୁ ଜାଣିବା ଅନ୍ୟ ୪ ଜଣ ଟପ୍ପରଙ୍କ ବିଷୟରେ:

ହର୍ଷିତା ଗୋୟଲ (ରାଙ୍କ୍‌ ୨):

UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ହର୍ଷିତା ଗୋୟଲ। ସେ ବରୋଦାର ଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ରାଜନୀତି ବିଜ୍ଞାନ ଏବଂ ଇଣ୍ଟର୍‌ନେଶନାଲ୍ ରିଲେସନ୍ସକୁ ଇଚ୍ଛାଧୀନ ବିଷୟ ଭାବରେ ବାଛିଥିଲେ।

Advertisment

ଡୋଙ୍ଗରେ ଅର୍ଚ୍ଚିତ ପରାଗ (ରାଙ୍କ୍‌ ୩):

ଡୋଙ୍ଗରେ ଅର୍ଚ୍ଚିତ ପରାଗ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେ VIT Vellore ରୁ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ B.Tech କରିଛନ୍ତି। ସେ ଦର୍ଶନଶାସ୍ତ୍ରକୁ ଏକ ଇଚ୍ଛାଧୀନ ବିଷୟ ଭାବରେ ବାଛିଥିଲେ।

ଶାହ ମାରଗୀ ଚିରାଗ (ରାଙ୍କ୍‌ ୪):

UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଚତୁର୍ଥ ସ୍ଥାନ ହାସଲ କରିଥିବା ଶାହ ମାର୍ଗୀ ଚିରାଗ ଗୁଜରାଟର ବାସିନ୍ଦା। ସେ ଅହମ୍ମଦାବାଦର ଗୁଜରାଟ ଟେକ୍ନୋଲୋଜିକାଲ୍‌ ୟୁନିଭର୍ସିଟିରୁ କମ୍ପ୍ୟୁଟର ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ସମାଜ ବିଜ୍ଞାନ(Sociology)କୁ ଏକ ଇଚ୍ଛାଧୀନ ବିଷୟ ଭାବରେ ବାଛିଥିଲେ।

ଆକାଶ ଗର୍ଗ (ରାଙ୍କ୍‌ ୫):

ଆକାଶ ଗର୍ଗ UPSCରେ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ସେ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ବିଜ୍ଞାନରେ ବି.ଟେକ୍ କରିଛନ୍ତି। ତାଙ୍କର ଇଚ୍ଛାଧୀନ ବିଷୟ ମଧ୍ୟ ସମାଜ ବିଜ୍ଞାନ(Sociology) ଥିଲା।

ଅଧିକ ପଢ଼ନ୍ତୁ: ଓଡ଼ିଶା ସରକାରଙ୍କ ଦ୍ୱାରା ମାଗଣା UPSC କୋଚିଂ ଆରମ୍ଭ; ଗ୍ରାଜୁଏସନ୍ ଥିଲେ ଫାଇଦା

UPSC Prayagraj UPSC Result UPSC Topper Educational Qualification
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ