Advertisment

ଖାଲି ପଡ଼ିଥିବା ଶତାଧିକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କଲେ UPSC, SBI

COVID-19 ମହାମାରୀ ମଧ୍ୟରେ ଖାଲି ପଡ଼ିଥିବା ଅନେକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  କେନ୍ଦ୍ର ଜନସେବା ଆୟୋଗ (UPSC) ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
ଖାଲି ପଡ଼ିଥିବା ଶତାଧିକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କଲେ UPSC, SBI

UPSC-SBI Recruitment 2021

Advertisment

ନୂଆଦିଲ୍ଲୀ: COVID-19 ମହାମାରୀ ମଧ୍ୟରେ ଖାଲି ପଡ଼ିଥିବା ଅନେକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  ନିକଟରେ କେନ୍ଦ୍ର ଜନସେବା ଆୟୋଗ (UPSC) ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।   ଆଗ୍ରହୀ ପ୍ରାର୍ଥୀମାନେ ଖାଲି ପଦବୀ ପାଇଁ ତୁରନ୍ତ ଆବେଦନ କରିବାକୁ ସଂସ୍ଥା ପକ୍ଷରୁ କୁହଯାଇଛି।
ଡାଇରେକ୍ଟୋରେଟ ଅଫ ପ୍ଲାଣ୍ଟ ପ୍ରୋଟେକ୍ସନରେ ଖାଲିଥିବା ୩ଟି ଆସିଷ୍ଟାଣ୍ଟ ଡାଇରେକ୍ଟର ପଦବୀ  ପୂରଣ ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି। 

Advertisment

ଏହି ପଦବୀଟି ସ୍ଥାୟୀ ଏବଂ ସପ୍ତମ ସିପିସି ଅନୁଯାୟୀ ଏହାର ପେ’ ମ୍ୟାଟ୍ରିକ୍ସ ଲେଭଲ-10 ଏବଂ ସାଧାରଣ କେନ୍ଦ୍ରୀୟ ସେବାର ଗେଜେଟେଡ୍-A ପଦବୀ। ଏହି ପଦବୀ ପାଇଁ ଆବେଦନ କରିବାର ସବନିମ୍ନ ବୟସ ସୀମା ରହିଛି  ୩୫ ବର୍ଷ।  ଇଚ୍ଛୁକ ପ୍ରାଥୀ ଏଥିପାଇଁ  ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ଦାଖଲର  ଶେଷ ତାରିଖ ଜୁଲାଇ ୨୯ ରହିଛି।

Advertisment

ସେହିପରି ୟୁପିଏସ୍‌ସି ପକ୍ଷରୁ ମିଳିତ ମେଡିକାଲ୍ ସର୍ଭିସେସ୍ (ସିଏମ୍ଏସ୍) ପରୀକ୍ଷା ୨୦୨୧ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। CMS-୨୦୨୧ ସହିତ ମୋଟ ୮୩୮ଟି ପଦବୀ ପୂରଣ କରିବ UPSC।

ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ପ୍ରାର୍ଥୀମାନେ ଜୁଲାଇ ୨୭ ଭିତରେ ଆବେଦନ କରିପାରିବେ। UPSC ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ ଏହି ପରୀକ୍ଷା ନଭେମ୍ବର ୨୧ ରେ କରାଯିବ।

Advertisment

ପଦବୀ ବିବରଣୀ: 
ବର୍ଗ-୧: କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବାରେ ବର୍ଗ- ଜୁନିଅର ସ୍କେଲ ପୋଷ୍ଟ - ୩୪୯ ପଦବୀ
ବର୍ଗ-୨: (i)ରେଳବାଇରେ ଆସିଷ୍ଟାଣ୍ଡ ଡିଭିଜନାଲ ମେଡିକାଲ୍ ଅଫିସର: ୩୦୦ ପଦବୀ
(ii) ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲର ଜେନେରାଲ୍ ଡ୍ୟୁଟି ମେଡିକାଲ୍ ଅଫିସର: ୫ ପଦବୀ
 (iii) ଗ୍ରଡ-୨ ଜେନେରାଲ ଡ୍ୟୁଟ ମେଡିକାଳ ଅଫିସର- ପୂର୍ବ ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍, ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ ଏବଂ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍: ୧୮୪ ପଦବୀ 

SBI ନିଯୁକ୍ତି 2021
ପଦବୀ ବିବରଣୀ-
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ୬,୧୦୦ ଆପ୍ରେଣ୍ଟିସ୍ ପାଇଁ ଆବେଦନ ପତ୍ର ଆହ୍ୱାନ କରିଛି। ୨୦ରୁ ୨୮ ବର୍ଷ ବୟସର ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବ। ଇଚ୍ଛୁକ ପ୍ରାର୍ଥୀମାନେ  ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ସ୍ନାତକ ହାସଲ କରିଥିବେ। ଜୁଲାଇ ୨୬2021 ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ଏହି ପଦବୀ ପାଇଁ ଆଜି ଅର୍ଥାତ୍‌ ୨୬ ଜୁଲାଇ ରହିଛି ଶେଷ  ତାରିଖ। ଆଗ୍ରହୀ ପ୍ରାର୍ଥୀମାନେ ତୁରନ୍ତ ଆବେଦନ କରିପାରିବେ। 

ବର୍ଗ ଅନୁଯାୟୀ ଖାଲି ପଦବୀ: 

ସାଧାରଣ - ୨୫୭୭ ପଦବୀ  

EWS - ୬୦୪ପଦବୀ,

OBC -୧,୩୭୫ ପଦବୀ

SC -୯୭୭ ପଦବୀ

ST - ୫୬୭ ପଦବୀ

UPSC ନିଯୁକ୍ତି-୨୦୨୧ ଏବଂ SBI ନିଯୁକ୍ତି-୨୦୨୧ର ସବିଶେଷ ବିବରଣୀ ପାଇଁ ସମ୍ପୃକ୍ତ ଅଫିସିଆଲ୍ ୱେବସାଇଟକୁ ଯାଇ ଜାଣିପାରିବେ। 

UPSC Jobs SBI Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ