UPSC ଆଣିଲା ଚାକିରି ସୁଯୋଗ, ଜାଣନ୍ତୁ କେଉଁ ପଦବୀ ଓ କିପରି କରିବେ ଆବେଦନ

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଆବେଦନର ଶେଷ ତାରିଖ ୧୦ ନଭେମ୍ବର ୨୦୨୨ ।

UPSC

ପୁଣି ଆସିଲା ଚାକିରି ସୁଯୋଗ । UPSC ଆଣିଲା ଇନ୍‌ଭେଟିଗେଟର ଗ୍ରେଡ୍-୧ ଚାକିରି । ଇନ୍‌ଭେଷ୍ଟିଗେଟର ଗ୍ରେଡ୍‌ ୧ ଏବଂ ଅନ୍ୟ ପଦ ପଦବୀ ପାଇଁ UPSC ପକ୍ଷରୁ ଆବେଦନ ପତ୍ର ନିମନ୍ତ୍ରଣ କରାଯାଇଛି । ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଅଫିସିଆଲ ୱେବ୍‌ସାଇଟ୍‌ upsc.gov.in କୁ ଯାଇ ଆବେଦନ କରନ୍ତୁ । ମୋଟ ୧୫ଟି ପଦବୀ ପାଇଁ ଆବେଦନ ପତ୍ର ନିମନ୍ତ୍ରଣ କରାଯାଇଛି । ସଂସ୍ଥା ପକ୍ଷରୁ ୧୫ଟି ଗୁରୁତ୍ୱପୂର୍ଣ୍ଣ ଖାଲି ପଦବୀ ଖୁବ୍‌ଶୀଘ୍ର ପୁରଣ ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଏହି ଆବେଦନର ଶେଷ ତାରିଖ ୧୦ ନଭେମ୍ବର ୨୦୨୨ ।

ତେବେ କେମିତି କରିବେ ଆବେଦନ ? ଆଉ କ’ଣ ଆବଶ୍ୟକ ଯୋଗ୍ୟତା ?? ଜାଣନ୍ତୁ..

ଖାଲି ପଡ଼ିଥିବା ପଦବୀ:

ଏକ୍ସଟେନ୍‌ସନ୍‌ ଅଫିସର : ୧ ପଦବୀ

ଜୁନିଅର ସାଇଣ୍ଟିଫିକ୍‌ ଅଫିସର : ୨ ପଦବୀ

ଇନ୍‌ଭେଷ୍ଟିଗେଟର ଗ୍ରେଡ୍‌-୧ : ୧୨ ପଦବୀ

ଯୋଗ୍ୟତା:

କେଉଁ ଶିକ୍ଷାଗତ ଯୋଗ୍ୟତା ଥିଲେ ଆପଣ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହା ଜାଣିବା ପାଇଁ ଆପଣ ଏହି ଲିଙ୍କରେ କ୍ଲିକ୍‌ କରି ଜାଣନ୍ତୁ

ଅବେଦନ କରିବାର ମୂଲ୍ୟ:

ଏହି ଆବେଦନ ପାଇଁ ଆପଣଙ୍କୁ ୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ସାଧାରଣ ବର୍ଗର ହୋଇଥିଲେ ୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏସ୍‌ବିଆଇର ନେଟ୍‌ ବ୍ୟାଙ୍କିଂ ହେଉ କିମ୍ବା ଡେବିଟ୍‌ କାର୍ଡ ହେଉ । କିମ୍ବା ମାଷ୍ଟର କାର୍ଡ ଦ୍ୱାରା ବି ଏହି ପେମେଣ୍ଟ କରିବାର ସୁବିଧା ରହିଛି । ତେବେ SC/ST/PwBD/ମହିଳାଙ୍କ ପାଇଁ କୌଣସି ପ୍ରକାର ଆବେଦନ ମୂଲ୍ୟ ଦେବାକୁ ହେବ ନାହିଁ ।