Advertisment

୧୦ମ ପାସ୍‌ ପିଲାଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ

ଦଶମ ପାସ ପିଲାଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। ତୁରନ୍ତ ଆବେଦନ କରନ୍ତୁ।

ଅଦ୍ୟତନ ହୋଇଛି
india post recruitment 2021

india post recruitment 2021

Advertisment

ନୂଆଦିଲ୍ଲୀ: ୧୦ ପାସ କରିଥିବା ଯୁବକ ଯୁବତୀଙ୍କ ପାଇଁ ସରକାରୀ ଚାକିରି କରିବା ପାଇ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆ ପୋଷ୍ଟ ରକ୍ୟୁଟିମେଣ୍ଟ ୨୦୨୧ ଅନୁଯାୟୀ, ଭାରତୀୟ ଡାକ ବିଭାଗ ଉତ୍ତର ପ୍ରଦେଶରେ ଖାଲି ପଡ଼ିଛି ଅନେକ ପଦବୀ।  ୪୨୨୬ ଗ୍ରାମୀଣ ଡାକ ସେବକର ପଦ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଏ ନେଇ ଇଛୁକ ପ୍ରାର୍ଥୀଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି। ମେରିଟ ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ବିଶେଷକରି ଦଶମ ଶ୍ରେଣୀ ନମ୍ବର ଆଧାରରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ଏହି ପଦବୀ ପାଇଁ ଆବେଦନ କରିବା ଲାଗି ଅଗଷ୍ଟ ୨୩ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଶେଷ ତାରିଖ ୨୨ ସେପ୍ଟେମ୍ବର ଶେଷ ତାରିଖ ରହିଛି। ପ୍ରାର୍ଥୀ ନିଜ ଆବେଦନପତ୍ର ଡାକ ବିଭାଗର ଅଫିସିଆଲ ୱେବ ସାଇଟ  appost.inକୁ ଯାଇ କରିପାରିବେ। ଏସବୁ ପଦବୀ ସହ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟ ଏବଂ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ପଦବୀ ମଧ୍ୟ ପୂରଣ କରାଯିବ। 
କେମିତି ହେବ ପ୍ରାର୍ଥିଚୟନ
୧-୧୦ମ ପରୀକ୍ଷା ମେରିଟ ଆଧାରରେ ପ୍ରାର୍ଥୀ ଚୟନ କରାଯିବ
୨-୧୦ମ ଶ୍ରେଣୀରୁ  ଅଧିକ ଯୋଗ୍ୟତା ଥିଲେ ଏହାର କୌଣସି ମୂଲ୍ୟ ଦିଆଯିବ ନାହିଁ।
୩-ଯଦି ୨ ଜଣଙ୍କ ପ୍ରାଥୀଙ୍କ ଅଙ୍କ ସମାନ ରୁହେ ତେବେ ଅଧିକ ବୟସ ହୋଇଥିବା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯିବ
୪-ଯଦି ଅଙ୍କ ସହ ବୟସ ବି ସମାନ ରହିଲା ତେବେ ଯିଏ ଆଗୁଆ ଆବେଦନ କରିଥିବ ତାକୁ ଗୁରୁତ୍ୱ ଦିଆଯିବ
୫-ଏହି ତିନୋଟି ଯାକ ଯଦି ସମାନ ରୁହେ ତେବେ ସାଇକେଲ ଚଲାଇବାରେ ପ୍ରାର୍ଥୀଙ୍କ ଦକ୍ଷତାକୁ ଗୁରୁତ୍ୱ ଦିଆଯିବ।
 ସଂରକ୍ଷିତ ପଦବୀ
ସାଧାରଣ-୧୯୮୮
ଆର୍ଥିକ ଅନଗ୍ରସର-୨୯୯
ଓବିସି-୧୦୯୩
ପିଡବ୍ଲ୍ୟୁଡି ଏ-୧୬
ପିଡବ୍ଲ୍ୟୁଡି ବି-୨୦
ପିଡବ୍ଲ୍ୟୁଡି ସି-୧୭
ଏସସି-୭୯୭
ଏସ୍‌ଟି-୩୪
ଦରମା
ବିପିଏମ-୧୨ ହଜାରରୁ ୧୪ ହଜାର ୫୦୦
ବୟସ
ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ କମ୍‌ ହୋଇ ନ ଥିବ ଏବଂ ୪୦ ବର୍ଷରୁ ଅଧିକ ହୋଇ ନ ଥିବ

Advertisment

India Post Recruitment 2021 Postal Vacancy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ