Advertisment

UGC NET ପାଇଁ ଆବେଦନ କରିଛନ୍ତି କି; ଜାଣନ୍ତୁ କେବେ ଆସିବ ଆଡ୍‌ମିଟ୍ କାର୍ଡ

UGC NET ପରୀକ୍ଷା ଫେବୃଆରୀ ୨୧ରୁ ଆରମ୍ଭ ହେବ। ଯେଉଁମାନେ ଏହି ପରୀକ୍ଷା ପାଇଁ ପଞ୍ଜୀକୃତ କରିଛନ୍ତି ସେମାନେ ଆଡ୍‌ମିଟ୍ କାର୍ଡକୁ ଅପେକ୍ଷା କରିଛନ୍ତି। ଜାଣନ୍ତୁ…

ଅଦ୍ୟତନ ହୋଇଛି
UGC NET Admit Card Know When Will Come

UGC NET admit card know when will come

Advertisment

ଡିସେମ୍ବର ୨୦୨୨ ପାଇଁ UGC NET ପରୀକ୍ଷା ଫେବୃଆରୀ ୨୧ରୁ ଆରମ୍ଭ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ୨୯ ଡିସେମ୍ବର୨୦୨୨ରୁ ୨୩ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ କରାଯାଇଥିଲା। ବର୍ତ୍ତମାନ ଯେଉଁମାନେ ଏହି ପରୀକ୍ଷା ପାଇଁ ପଞ୍ଜୀକୃତ କରିଛନ୍ତି ସେମାନେ ଆଡ୍‌ମିଟ୍ କାର୍ଡକୁ ଅପେକ୍ଷା କରିଛନ୍ତି। UGC NET ର ଆଡ୍‌ମିଟ୍ କାର୍ଡ ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in ରେ ଆସିବ। UGC NET ଡିସେମ୍ବରର ପରୀକ୍ଷାକୁ ଜାତୀୟ ପରୀକ୍ଷା ଏଜେନ୍ସି (NTA) କରୁଛି।

Advertisment

UGC NET ଡିସେମ୍ବର ୨୦୨୨ର ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଯେକୌଣସି ସମୟରେ NTA ର ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in ରେ ପ୍ରଦାନ କରାଯିବ। ତେବେ ଏହା ପୂର୍ବରୁ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯିବ। ଯାହାଫଳରେ ଛାତ୍ରମାନେ ପରୀକ୍ଷା ପୂର୍ବରୁ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ପ୍ରସ୍ତୁତ ହୋଇପାରିବେ। ଏଭଳି ପରିସ୍ଥିତିରେ ଛାତ୍ରମାନେ ସମୟ ସମୟରେ ଅଫିସିଆଲ୍ ୱେବସାଇଟ୍ ଦେଖିବା ଉଚିତ।

ଅଧିକ ପଢ଼ନ୍ତୁ: ଘୁଞ୍ଚିଲା CRPFର ଆବେଦନ ତାରିଖ; ଫାଇଦା ନେବେ ଆଶାୟୀ

ପରୀକ୍ଷା ପାଟର୍ନ:

UGC NET ପରୀକ୍ଷା ମୋଟ ୩ ଘଣ୍ଟା ହେବ। ଏଥିରେ ଟିଚିଙ୍ଗ୍ ଆପ୍ଟିଟ୍ୟୁଡ୍, ରିସର୍ଚ୍ଚ ଆପ୍ଟିଟ୍ୟୁଡ୍, ଲଜିକାଲ୍ ରିଜୋନିଙ୍ଗ୍, କମ୍ୟୁନିକେସନ୍ ଏବଂ ଡାଟା ଇଣ୍ଟରପ୍ରିଟେଶନ ସହିତ ସମ୍ପୃକ୍ତ ବିଷୟରେ ମୋଟ ୩୦୦ ପ୍ରଶ୍ନ ପଚରାଯିବ। ବିଶେଷ କଥା ହେଉଛି ପରୀକ୍ଷାରେ ନେଗେଟିଭ୍ ମାର୍କିଂର କୌଣସି ବ୍ୟବସ୍ଥା ନାହିଁ।

Advertisment

କିପରି କରିବେ ଆଡ୍‌ମିଟ୍ କାର୍ଡ ଡାଉନ୍‌ଲୋଡ୍:

  • ସର୍ବପ୍ରଥମେ UGC NET ର ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in କୁ ଯାଆନ୍ତୁ
  • ଏଠାରେ ହୋମ୍‌ପେଜ୍‌ରେ UGC NET ଆଡମିଟ୍ କାର୍ଡ୍ ପାଇଁ ଥିବା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ଏକ ନୂଆ ପେଜ୍ ଖୋଲିବ
  • ଆବେଦନ ନମ୍ବର, ଜନ୍ମ ତାରିଖ, ସିକ୍ୟୁରିଟି ପିନ୍ ଏଣ୍ଟ୍ରି କରନ୍ତୁ
  • Submit ଉପରେ କ୍ଲିକ୍ କରନ୍ତୁ
  • UGC NET ଆଡମିଟ୍ କାର୍ଡ ଦେଖାଯିବ
  • ଏହାକୁ ଡାଉନଲୋଡ୍ ଏବଂ ପ୍ରିଣ୍ଟ୍ କରନ୍ତୁ
Govt Jobs UGC NET Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ