Advertisment

Career Tips: ଏକ ସଫଳ କ୍ୟାରିୟର୍ ଚାହୁଛନ୍ତି କି; ତେବେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସଫଳତା ପାଇଁ ସଠିକ୍ ରଣନୀତି ପ୍ରସ୍ତୁତ କରିବାକୁ ହୋଇଥାଏ। ପ୍ରାୟ ଲୋକ ନିଜ କ୍ୟାରିଅରକୁ ଆଗକୁ ନେବା ପାଇଁ ଅଧିକ ପରିଶ୍ରମ ଏବଂ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି। ଆପଣଙ୍କ କ୍ୟାରିୟରକୁ ଆଗକୁ ନେବାକୁ ହେଲେ ଏହିସବୁ ପଏଣ୍ଟକୁ ନିଜ ଜୀବନରେ ସାମିଲ କରିବାକୁ ହେବ।

ଅଦ୍ୟତନ ହୋଇଛି
Tips to Grow in Professional Career

To grow in career focus on these tips

Advertisment

ସଫଳତା କିଛି ମିନିଟ୍ କି ଗୋଟେ ଦିନରେ ଆସେ ନାହିଁ। ଏହାର କୌଣସି ସ୍ଥିର ମାପଦଣ୍ଡ ମଧ୍ୟ ନାହିଁ। ଏଥିପାଇଁ ସଠିକ୍ ରଣନୀତି ପ୍ରସ୍ତୁତ କରିବାକୁ ହୋଇଥାଏ। ପ୍ରାୟତଃ ଲୋକମାନେ ନିଜ କ୍ୟାରିଅରକୁ ଆଗକୁ ନେବା ପାଇଁ ଅଧିକ ପରିଶ୍ରମ କରିବାକୁ ଏବଂ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି।

Advertisment

କିନ୍ତୁ ସତ କଥା ହେଉଛି ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ଅଧିକାଂଶ ଲୋକ ନିଜ କ୍ୟାରିୟରରେ ଆଗକୁ ଯିବା ପାଇଁ କେତେକ ଜରୁରୀ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଯେଉଁଥି ପାଇଁ ଆଶା ପୂରଣ ହୁଏ ନାହିଁ। ଯଦି ଆପଣ କାମ କରିବାର ଶୈଳୀରେ କିଛି ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସକୁ ସାମିଲ କରନ୍ତି, ତେବେ ଏହା ଆଗକୁ ଯିବାରେ ସାହାଯ୍ୟ କରିବ ଏବଂ ଆପଣ ଶୀଘ୍ର ସଫଳତା ହାସଲ କରିବାକୁ ସମର୍ଥ ହେବେ।

ନିଜକୁ ମୂଲ୍ୟାଙ୍କନ କର:

ଏକ ସଫଳ କ୍ୟାରିଅର୍ ପାଇବାକୁ ହେଲେ ଆତ୍ମ-ମୂଲ୍ୟାଙ୍କନ କରିବାର ଅଛି। ତୁମେ ନିଜ କାର୍ଯ୍ୟଦକ୍ଷତାକୁ ଯେତେ ଭଲ ଭାବରେ ବୁଝିପାରିବ ବା ମୂଲ୍ୟାଙ୍କନ କରିପାରିବ ସେତିକି ଅଧିକ ଆଉ କେହି କରିପାରିବେ ନାହିଁ। ନିଜର ମୂଲ୍ୟାଙ୍କନ ନିଜ ତ୍ରୁଟିଗୁଡିକ ଚିହ୍ନଟ କରିବାରେ ସାହାଯ୍ୟ କରିବ।

Advertisment

ଅଧିକ ପଢ଼ନ୍ତୁ: ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ୍ ଜ୍ଞାନ ଜରୁରୀ; ଜାଣନ୍ତୁ କିପରି କରିବେ ଡେଭେଲପ୍

ରିସ୍କ ନେଇ ଆଗକୁ ଯିବା:

କୌଣସି କାମ କରିବାକୁ ଭୟ କରିବା ଉଚିତ ନୁହେଁ। ପ୍ରାୟ ଲୋକ ନିଜ ସୁବିଧା ଅନୁସାରେ ଗୋଟିଏ ସ୍ଥାନରେ କାମ କରିବାକୁ ଅଭ୍ୟସ୍ତ ହୋଇଯାଆନ୍ତି। ସେମାନେ ଏହି ସୁବିଧା ସ୍ଥାନରୁ ବାହାରକୁ ଯିବାକୁ ଚାହାଁନ୍ତି ନାହିଁ। ଏହି କାରଣରୁ, ସେମାନେ କୌଣସି ନୂଆ କାମ କରିବାର ରିସ୍କ ନେଇ ପାରନ୍ତି ନାହିଁ। ଏହି ଅଭ୍ୟାସ ତାଙ୍କ କ୍ୟାରିୟରର ସଫଳତାରେ ବାଧା ସୃଷ୍ଟି କରିପାରେ।

Advertisment

ପ୍ରାଥମିକତାକୁ ବୁଝିବା ଉଚିତ:

ଅଫିସ୍ ହେଉ କି କ୍ୟାରିୟରର ଆବଶ୍ୟକତାକୁ ବୁଝିବା ଜରୁରୀ। ଟିମ ସହକର୍ମୀ ଏବଂ ଅଧିକାରୀଙ୍କ ପ୍ରାଥମିକତା କ’ଣ ଜାଣିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ନିଜକୁ ଜଣେ ବସ୍‌ଙ୍କ ସ୍ଥାନରେ ରଖନ୍ତୁ ଏବଂ ଭାବନ୍ତୁ ଯଦି ଆପଣ ନିଜକୁ ସେହି ପରିସ୍ଥିତିରେ ପାଇଥାନ୍ତେ ତେବେ ଆପଣ କେଉଁ ନିଷ୍ପତ୍ତି ନେଇଥାନ୍ତେ। ଏହା ବ୍ୟକ୍ତିତ୍ୱରେ ଏକ ନୂଆ ଅଭ୍ୟାସ ଆଣିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଯାହା କ୍ୟାରିଅରରେ ଆଗକୁ ଯିବା ନେଇ ଆବଶ୍ୟକ।

ଟିମ୍ ୱାର୍କ:

ଟିମ୍ ୱାର୍କ କରିବାର ଅଭ୍ୟାସ ରହିବା ଉଚିତ। ସହକର୍ମୀମାନଙ୍କୁ ସାହାଯ୍ୟ କରିବାର ଏକ ଅନୁଭବ ରହିବା ଉଚିତ। ଚାକିରି ସମୟରେ, ପ୍ରାର୍ଥୀ ଭବିଷ୍ୟତରେ ଏହାର ଲାଭ ପାଇପାରିବେ। ଯେକୌଣସି ପ୍ରକାରର ବିବାଦର ମୁକାବିଲା କରିବା ଏବଂ ଉତ୍ସାହ ପାଇବା ପାଇଁ ଟିମ୍ ୱାର୍କ ଆବଶ୍ୟକ। ଚାକିରିରେ ଦୀର୍ଘସ୍ଥାୟୀ ହେବା ପାଇଁ ଏହା ଜରୁରୀ।

ଜଣେ ବିଶେଷଜ୍ଞ ହୁଅନ୍ତୁ:

ଯେଉଁଠାରେ ଆପଣ କାମ କରୁଛନ୍ତି ସେହି କ୍ଷେତ୍ର ବିଷୟରେ ଗଭୀର ଜ୍ଞାନ ରହିବା ଉଚିତ। ଏହା ହେଲେ ଯଦି କୌଣସି ପ୍ରକାରର ପ୍ରସଙ୍ଗରେ କିଛି ସମସ୍ୟା ଥାଏ, ଆପଣ ଏହାକୁ ନିଜେ ସମାଧାନ କରିପାରିବେ। କ୍ୟାରିୟରକୁ ସୁରକ୍ଷିତ ରଖିବା ଏବଂ ସଫଳତା ପାଇବାରେ ଏହି ଦକ୍ଷତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ନିଜ ମତ ରଖିବା ଜରୁରୀ:

ଚାକିରି କ୍ଷେତ୍ରରେ ଯେପର୍ଯ୍ୟନ୍ତ ନିଜ ମତ ନ ରଖିବେ ସେପର୍ଯ୍ୟନ୍ତ ଅନ୍ୟ ସମସ୍ୟାର ମୂଲ୍ୟାଙ୍କନ କରିପାରିବେ ନାହିଁ। କ୍ୟାରିୟର ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ କାମ ଶେଷ ହେବା ପରେ, ପରିଚାଳନା ବିଭାଗକୁ ଜଣାନ୍ତୁ ଏବଂ ଅନ୍ୟାନ୍ୟ କାମ ବିଷୟରେ କଥାବାର୍ତ୍ତା କରନ୍ତୁ।

ଏହା ଛଡା ଆତ୍ମବିଶ୍ୱାସ, ଉତ୍ତମ ବ୍ୟବହାର, ସବୁବେଳେ ଅନ୍ୟର କଥା ଶୁଣିବା ନିହାତି ଜରୁରୀ।

Career Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ