Advertisment

Career Tips: ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ୍ ଜ୍ଞାନ ଜରୁରୀ; ଜାଣନ୍ତୁ କିପରି କରିବେ ଡେଭେଲପ୍

ଆଜିର ସମୟରେ, ପ୍ରତ୍ୟେକ କ୍ୟାରିୟର ଏବଂ ବ୍ୟବସାୟ ପାଇଁ କମ୍ପ୍ୟୁଟର ଏବଂ ଡିଜିଟାଲ୍ ଜ୍ଞାନର ପ୍ରଥମ ଆବଶ୍ୟକତା ରହିଛି। ସେଥିପାଇଁ ଲୋକଙ୍କ ପାଖରେ ବେସିକ୍ ଡିଜିଟାଲ୍ ସ୍କିଲ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜାଣନ୍ତୁ କିପରି କରିବେ ଡେଭେଲପ୍।

author-image
Pramod Behera
ଅଦ୍ୟତନ ହୋଇଛି
How to improve digital skills for better career

How to improve digital skills for better career

ଆଜିର ସମୟରେ, ପ୍ରତ୍ୟେକ କ୍ୟାରିୟର ଏବଂ ବ୍ୟବସାୟ ପାଇଁ କମ୍ପ୍ୟୁଟର ଏବଂ ଡିଜିଟାଲ୍ ଜ୍ଞାନର ପ୍ରଥମ ଆବଶ୍ୟକତା ରହିଛି। ସେଥିପାଇଁ ଲୋକଙ୍କ ପାଖରେ ବେସିକ୍ ଡିଜିଟାଲ୍ ସ୍କିଲ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବିନା ଜୀବନ ଅସମ୍ପୂର୍ଣ୍ଣ ଏବଂ ଆମେ ଅଶିକ୍ଷିତ ବୋଲି ପ୍ରମାଣିତ ହେବ।

Advertisment

ଯଦି ଆମେ ଦୈନନ୍ଦିନ ଜୀବନକୁ ଦେଖିବା ତେବେ ଆପଣଙ୍କ ସ୍ମାର୍ଟଫୋନ୍‌ରେ କ୍ଲାଉଡ୍ ସର୍ଭିସ୍‌ରେ ଫଟୋ ବ୍ୟାକ୍‌ଅପ୍ କରିବା କିମ୍ବା ବ୍ଲଗ୍ ଲେଖିବା ହେଉ, ଏହି କୌଶଳ ସବୁଆଡେ ଦରକାର। ସେଥିପାଇଁ କଲେଜ ସମୟରେ କିଛି ବେସିକ ଡିଜିଟାଲ ସ୍କିଲ୍ ଶିଖିବା ଜରୁରୀ।

ଫୋଟୋଶପ୍:

ଫୋଟୋଶପ୍ ସ୍କିଲ୍ ବହୁତ ଉପଯୋଗୀ। ଯେଉଁମାନେ ମିଡିଆ, ସାମ୍ବାଦିକତା, କଳା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଦକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ବିଳମ୍ବ ନକରି ଏହି କୌଶଳ ଶିଖିନେବା ଜରୁରୀ।

Advertisment

ଭିଡିଓ ଏଡିଟିଂ:

ଭିଡିଓ ଏଡିଟିଂ ମଧ୍ୟ ଏକ ବେସିକ ଡିଜିଟାଲ୍ ସ୍କିଲ୍। ଆଜିର ସମୟରେ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିକାଲି ପ୍ରାୟ ଅଫିସ୍‌ରେ ପ୍ରେଜେନ୍‌ଟେସନ ପାଇଁ ଭିଡିଓ ଏଡିଟିଂର ଆବଶ୍ୟକତା ରହିଛି।

ଫାଇଲ୍ ଫର୍ମାଟ୍:

ଅନେକ ସମୟରେ ଗୋଟିଏ ଫାଇଲ୍‌କୁ ଗୋଟିଏ ଫର୍ମାଟ୍‌ରୁ ଅନ୍ୟ ଫର୍ମାଟ୍‌କୁ ପରିବର୍ତ୍ତନ କରିବାକୁ ପଡେ। ଯେପରି ଏକ PDF ଫାଇଲ୍‌କୁ DOC ଫାଇଲ୍‌ରେ ବା JPEG, PNG ଫର୍ମାଟ୍‌ରେ ପରିବର୍ତ୍ତନ କରିବା। ଯଦି ଏହି କୌଶଳ ବିଷୟରେ ଆପଣଙ୍କ ଜ୍ଞାନ ଅଛି ତେବେ କିଛି ସେକେଣ୍ଡରେ ଆପଣଙ୍କ ଏହି କାମ କରିଦେବେ।

ମାଇକ୍ରୋସଫ୍ଟ ଅଫିସ୍ ଏବଂ ଗୁଗୁଲ୍ ଡ୍ରାଇଭ୍‌ରେ ଜ୍ଞାନ:

ଆଜିକାଲି ମାଇକ୍ରୋସଫ୍ଟ ଅଫିସ୍ ଏବଂ ଅନ୍ୟାନ୍ୟ ସଫ୍ଟୱେର୍ ପ୍ରୋଗ୍ରାମ୍‌ଗୁଡ଼ିକ ହେଉଛି ପ୍ରଫେସନାଲ୍‌ମାନଙ୍କର ରୁଟି। PPT / ପାୱାର ପଏଣ୍ଟ ସ୍ଲାଇଡ୍ ସୋ କରିବା ହେଉ ବା Excel ରେ ଏକ ଆନାଲିଟିକାଲ୍ ରିପୋର୍ଟ କରିବା ହେଉ ଏହି କୌଶଳ ଜରୁରୀ।

କ୍ଲାଉଡ୍ ସର୍ଭିସେସ୍‌ରେ ଡାଟା ବ୍ୟାକ୍ ଅପ୍:

ହାର୍ଡ-ଡିସ୍କକୁ ଆଉ ସବୁଆଡେ ନେବାକୁ ପଡିବ ନାହିଁ। କ୍ଲାଉଡ୍ ସର୍ଭିସେସ୍‌ ବିଷୟରେ ଜାଣିନେଲେ ଏହା ବହୁତ ଉପକାରୀ ହେବ।

ଅନଲାଇନ୍ ପ୍ରେଜେନ୍ସ ତିଆରି କରିବା:

ଲିଙ୍କ୍‌ଡଇନ୍ ପରି ସୋସିଆଲ୍ ନେଟ୍‌ୱାର୍କିଂ ୱେବ୍‌ସାଇଟ୍ ଲୋକମାନଙ୍କ ପାଇଁ ନୂଆ ଚାକିରିର ରାସ୍ତା ଖୋଲୁଛି। ତେଣୁ, ପ୍ରଭାବଶାଳୀ ଅନ୍‌ଲାଇନ୍ ପ୍ରେଜେନ୍ସ ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି।

HTMLରେ ବେସିକ୍ କୋଡିଂ ସ୍କିଲ୍:

ୱେବ୍‌ସାଇଟ୍‌ଗୁଡିକରେ ସୂଚନା କୋଡିଂ ମାଧ୍ୟମରେ ଦିଆଯାଏ।କୋଡିଂ ବିଷୟରେ ମୌଳିକ ଜ୍ଞାନ ରହିବା ବହୁତ ଲାଭଦାୟକ ହୋଇପାରେ। ଆପଣ HTML ପରି ଯେକୌଣସି କୋଡିଂ ଲାଙ୍ଗୁଏଜ୍ ସହିତ ଆରମ୍ଭ କରିପାରିବେ।

Digital Media Digital Skills Career Tips
Advertisment
Advertisment