Astrospeak
  • Live TV
  • Read In English

ଇଣ୍ଡିଆନ୍ ଓଏଲରେ ଖାଲି ପଡ଼ିଛି ୪୬୯ଟି ପଦବୀ,ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ସର୍ବଶେଷ ବିଜ୍ଞପ୍ତିରେ ବିଭିନ୍ନ ରାଜ୍ୟରେ ବମ୍ପର ପଦବୀରେ ନିଯୁକ୍ତି ଦେବା ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ମୁତାବକ ଟ୍ରେଡ ଅପରେଣ୍ଟିସ, ଟେକ୍ନିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟର ସହିତ ୪୬୯ ପଦବୀ ଖାଲିପଡିଛି । ପଦବୀ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ ଆବେଦନର କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।

Indian Oil Recruitment 2021
Indian Oil Recruitment 2021

News Summary

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡରେ ଖାଲିପଡିଛି ୪୬୯ ପଦବୀ

Indian Oil Recruitment 2021: ନୂଆଦିଲ୍ଲୀ: ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ଓଏଲ୍ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ସର୍ବଶେଷ ବିଜ୍ଞପ୍ତିରେ ବିଭିନ୍ନ ରାଜ୍ୟରେ ବମ୍ପର ପଦବୀରେ ନିଯୁକ୍ତି ଦେବା ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ମୁତାବକ ଟ୍ରେଡ ଅପରେଣ୍ଟିସ, ଟେକ୍ନିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟର ସହିତ ୪୬୯ ପଦବୀ ଖାଲିପଡିଛି । ପଦବୀ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ ଆବେଦନର କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯୋଗ୍ୟ ବା ଇଛୁକ ପ୍ରାର୍ଥୀମାନେ,  ଇଣ୍ଡିଆନ ଅଏଲ ଲିମିଟେଡର ଅଧିକାରିକ ୱେବସାଇଟରେ ଜାରି କରାଯାଇଥିବା ଅଧିକ ସୂଚନାକୁ ଭଲଭାବେ ପଢି ନିଅନ୍ତୁ ।

ଖାଲି ପଦବୀ ପାଇଁ କିପରି କରିବେ ଆବେଦନ:

ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଟ୍ରେଡ ଅପରେଣ୍ଟିସ ପାଇଁ ଫୁଲଟାଇମ ଗ୍ରାଜୁଏସନର ଡିଗ୍ରୀ ରହିଥିବା ଜରୁରୀ । ସେହିପରି ଟେକ୍ନସିଆନ ଅପରେଣ୍ଟିସ ପଦବୀ ପାଇଁ ବୋର୍ଡରୁ +୨ ପାସ୍ ସହିତ ସମ୍ବନ୍ଧିତ ଟ୍ରେଡରେ ଫୁଲ୍ ଟାଇମ୍ ଡିପ୍ଲୋମା କରିଥିବା ଜରୁରୀ । ସେହିପରି ତେବେ ଏହି ପଦବୀ ପାଇଁ ଅନଲାଇନ ଆବେଦନର କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ରହିଛି । ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କ ବୟସ ସୀମା ୧୮ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି ।