Advertisment

ONGCରେ ଖାଲିପଡିଛି ୩୬୧୪ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ(ONGC) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ONGCରେ ଖାଲିପଡିଛି ବିଭିନ୍ନ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

ଅଦ୍ୟତନ ହୋଇଛି
ONGC Recruitment

ONGC Recruitment

Advertisment

ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ(ONGC)ରେ ଚାକିରି କରିବା ପାଇଁ ଯୁବପିଢିଙ୍କ ପାଇଁ ସୁଯୋଗ। ONGCରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି। ତେଣୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଓଏନଜିସିର ଅଧିକାରକ ୱେବସାଇଟକୁ ଯାଇ ongcindia.comରେ ଆବେଦନ କରିପାରିବେ। ଏଠାରେ ଆବେଦନ କରିବାର ଶେଷ ତାରିଖ ୧୫ ମଇ ରହିଛି।

Advertisment

ପଦବୀ ଆବେଦନ ପାଇଁ ଜରୁରୀ ତାରିଖ:

ଆବେଦନ କରିବାର ତାରି ୨୭ ଏପ୍ରିଲରୁ ଆରମ୍ଭ ହୋଇଥିବା ବେଳେ ଶେଷ ୧୫ ମଇ ୨୦୨୨କୁ ହେବ।

ପଦବୀ ବିବରଣୀ: ୩୬୧୪

ମୁମ୍ବାଇ ସେକ୍ଟର: ୩୦୫ଟି ପଦବୀ,ଉତ୍ତର ସେକ୍ଟର: ୨୦୯ଟି ପଦବୀ,ପଶ୍ଚିମ ସେକ୍ଟର: ୧୪୩୪ଟି ପଦବୀ,ପୂର୍ବ ସେକ୍ଟର: ୭୪୪ଟି ପଦବୀ,ଦକ୍ଷିଣ ସେକ୍ଟର: ୬୯୪ଟି ପଦବୀ ଓ
କେନ୍ଦ୍ରୀୟ ସେକ୍ଟର: ୨୨୮ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା:

  • ଟ୍ରେଡ୍‌ ଆପାରଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ କିମ୍ବା ଆଇଟିଆଇ ପାସ୍‌ କରିଥିବା ଜରୁରୀ।
  • ଗ୍ରାଜୁଏଟ ଆପାରଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ କମର୍ସ, ସାଇନ୍ସ କିମ୍ବା ବିଜନେସ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ କରିଥିବା ଜରୁରୀ ।
  • ଡିପ୍ଲୋମା ଆପାରଣ୍ଟିସ ପାଇଁ ସମ୍ବନ୍ଧିତ ଟ୍ରେଡରେ ଡିପ୍ଲୋମା କରିଥିବା ଜରୁରୀ।
Advertisment

ବୟସ ସୀମା:

ଆବେଦନକାରୀଙ୍କ ବୟସ ସୀମା : ୧୮ରୁ ୨୪ ବର୍ଷ ହେବା ଜରୁରୀ।

ONGC Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ