BSFରେ ଖାଲିପଡିଛି ୨୭୮୮ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ BSFରେ ଚାକିରି କରିବାକୁ ଚାହଁଉଛନ୍ତି କି ? ବେକାର ଯୁବକ ଯୁବତୀ ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (BSF) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । BSF ପକ୍ଷରୁ ୨୭୮୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଏନେଇ ତୁରନ୍ତ କରନ୍ତୁ ଆବେଦନ ।

BSF recruitment

News Summary

BSF କନେଷ୍ଟବଳ ନିଯୁକ୍ତି, ଜଲଦି କରନ୍ତୁ, ତୁରନ୍ତ କରନ୍ତୁ ଆବେଦନ

BSF ନିଯୁକ୍ତି: ବର୍ଡର ସିକ୍ୟୁରିଟି ଫୋର୍ସ (BSF) ସୀମା ସୁରକ୍ଷା ବଳ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭାରତ ସରକାରଙ୍କ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ଜରୁରୀ । ଏହା ସହିତ ଆଇଟିଆଇ ପ୍ରମାଣପତ୍ର ଥିବା ମଧ୍ୟ ଜରୁରୀ।

ବର୍ଡର ସିକ୍ୟୁରିଟି ଫୋର୍ସ (BSF)ରେ ମୋଟ୍ ୨,୭୮୮ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁରୁଷଙ୍କ ପାଇଁ ୨୬୫୧ଟି ପଦବୀ,ମହିଳାଙ୍କ ପାଇଁ ୧୩୭ଟି ପଦବୀ ରହିଛି । ଆବେଦନ କରିବା ପାଇଁ ତାରିଖ ୧୬ ଜାନୁଆରୀରୁ ଆରମ୍ଭ ହୋଇଥିବା ବେଳେ ଶେଷ ମାର୍ଚ୍ଚ ୧ ତାରିଖ ୨୦୨୨ରେ ହେବ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ ଅଟେ । ଏହାଛଡା ଭୋକେସନାଲ ଇନଷ୍ଟୁଚ୍ୟୁଟ୍‌ରୁ ଆଇଟିଆଇ ପାସ୍‌ ସହିତ ୨ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ।

କିପରି କରିବେ ଆବେଦନ: