Advertisment

ଏମ୍ସରେ ଖାଲି ପଡ଼ିଛି ୧୬୨ଟି ଫାକଲ୍ଟି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AIIMSରେ ଖାଲି ପଡ଼ିଛି ୧୬୨ ଫାକଲ୍ଟି ପଦବୀ । ସମସ୍ତ ଫାକଲ୍ଟି ପଦବୀ ପାଇଁ ଗୌହ୍ୱାଟିରେ ନିଯୁକ୍ତି ମିଳିବ। ପଦବୀ ମଧ୍ୟରେ ପ୍ରଫେସର ପଦବୀ ପାଇଁ ୩୧ଟି, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ୨୨ଟି, ଆସୋସିଏଟ ପ୍ରଫେସର ପାଇଁ ୩୫ଟି ଏବଂ ୭୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରାଯାଇଛି ।

ଅଦ୍ୟତନ ହୋଇଛି
AIIMS recruitment 2021

AIIMS recruitment 2021

Advertisment

ନୂଆଦିଲ୍ଲୀ: ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AIIMSରେ ଖାଲି ପଡ଼ିଛି ୧୬୨ ଫାକଲ୍ଟି ପଦବୀ । ସମସ୍ତ ଫାକଲ୍ଟି ପଦବୀ ପାଇଁ ଗୌହ୍ୱାଟିରେ ନିଯୁକ୍ତି ମିଳିବ। ପଦବୀ ମଧ୍ୟରେ ପ୍ରଫେସର ପଦବୀ ପାଇଁ ୩୧ଟି, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ୨୨ଟି, ଆସୋସିଏଟ ପ୍ରଫେସର ପାଇଁ ୩୫ଟି ଏବଂ ୭୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରାଯାଇଛି । ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଏମ୍ସର ଅଫିସିଆଲ୍ ୱେବସାଇଟ କୁ ଯାଇ ଆବେଦନ କରିପାରିବେ ।

Advertisment

ସମୁଦାୟ ୧୬୨ଟି ପଦବୀ ନିଯୁକ୍ତି ପାଇଁ ପାର୍ଥୀ ମାନେ ଆବେଦନ କରିପାରିବେ । ଏହା ସହ ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଦରମା ଧାର୍ଯ୍ୟ କରାଯାଇଛି । ପ୍ରଫେସର ପଦବୀ ପାଇଁ ଦରମା ୧ ଲକ୍ଷ ୬୮ ହଜାର ରହିଥିବା ବେଳେ ଆଡିସନାଲ ପ୍ରଫେସର ପାଇଁ ୧ ଲକ୍ଷ ୪୮ ହଜାର, ଆସୋସିଏଟ ପ୍ରଫେସର ପାଇଁ ୧ ଲକ୍ଷ, ୩୮ ହଜାର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୧ ଲକ୍ଷ ୧ ହଜାର ଟଙ୍କା ମାସିକ ଦରମା ଧାର୍ଯ୍ୟ କରାଯାଇଛି । ଆବେଦନ କରିବାର ଶେଷ ତାରିଖ ୫ ନଭେମ୍ବର ୨୦୨୧ ରହିଛି ।

Advertisment

ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ନିର୍ଦ୍ଧାରିତ କରାଯାଇଛି। ଏହା ସହିତ ପଦବୀ ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ ଏମ୍ସର ଅଫିସିଆଲ୍ ୱେବସାଇଟକୁ ଯାଇ ନୋଟିଫିକେସନରେ ବିସ୍ତୃତ ଭାବେ ଚେକ୍ କରିପାରିବେ । ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି । ଆବେଦନ କରିବା ପାଇଁ ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି । ସାଧାରଣ ବର୍ଗ, ଓବିସି, EWS ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ରହିଥିବା ବେଳେ SC/ST/PWBD ଏବଂ ମହିଳାଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ରଖାଯାଇ ନାହିଁ । ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ପାଇଁ ଲିଖିତ ପରୀକ୍ଷା ବା ରିଟିନ୍ ଟେଷ୍ଟ ଆଧାରରେ କରାଯିବ ।

New Delhi AIIMS Recruitment 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ