ଖାଲି ପଡ଼ିଛି ଫୁଡ଼ ଇନ୍ସପେକ୍ଟର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଗ୍ରାଜୁଏସନ୍ କରିଛନ୍ତି କି ? ଗ୍ରାଜୁଏସନ ପାସ କରି ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । CG Vyapam ତଥା ଛତିଶଗଡ଼ ବ୍ୟବସାୟିକ ପରୀକ୍ଷା ମଣ୍ଡଳ ପକ୍ଷରୁ ଫୁଡ଼ ଇନ୍ସପେକ୍ଟରର ୮୪ଟି ପଦ ପାଇଁ ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

CG Vyapam Recruitment

News Summary

CG Vyapamରେ ନିଯୁକ୍ତି,ଖାଲିପଡିଛି ୮୪ଟି ପଦବୀ

CG Vyapam ନିଯୁକ୍ତି୨୦୨୨: CG Vyapam ତଥା ଛତିଶଗଡ଼ ବ୍ୟବସାୟିକ ପରୀକ୍ଷା ମଣ୍ଡଳ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । CG Vyapam ପକ୍ଷରୁ ଫୁଡ଼ ଇନ୍ସପେକ୍ଟରର ୮୪ଟି ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ । ୮୪ଟି ପଦ ମଧ୍ୟରୁ ୨୫ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଆବେଦନ କରିବାର ଶେଷ ତାରିଖ ରହିଛି ୨୨ ଜାନୁଆରୀ ୨୦୨୨। ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟ vyapam.cgstate.gov.in କୁ ଯିବାକୁ ହେବ। ସର୍ବ ଭାରତୀୟ ସ୍ତରରେ ଏହି ପଦବୀ ପାଇଁ ସମସ୍ତ ରାଜ୍ୟର ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଯୋଗ୍ୟତା ଓ ବୟସ ସୀମା:

ଫୁଡ଼ ଇନ୍ସପେକ୍ଟର ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଯୋଗ୍ୟତା ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନ କିମ୍ବା ସ୍ନାତକ କରିଥିବା ଦରକାର । ପ୍ରାର୍ଥୀଙ୍କ ବୟସ ସୀମା ୨୧ରୁ ୩୦ ବର୍ଷ ମଧ୍ୟରେ ରହିବା ଉଚିତ୍ ।

ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଦରମା:

ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀଙ୍କୁ ୭ମ ବେତନ କମିଶନ ଆଧାରରେ ଦରମା ମିଳିବ । ପଦବୀ ଚୟନ ପ୍ରକ୍ରିୟା ପାଇଁ ଲିଖିତ ପରୀକ୍ଷାରେ ପ୍ରଦର୍ଶନ ଆଧାରରେ ଆବେଦନ କରିପାରିବେ ।

ପଦବୀ ପାଇଁ ଆବେଦନ ଲାଗି ଶୁଳ୍କ ଓ ଗୁରୁତ୍ୱପୂର୍ଣ୍ଣ ତାରିଖ:

ସାଧାରଣ ବର୍ଗ- ୩୫୦ ଟଙ୍କା ରହିଛି, ସେହିପରି OBC- ୨୫୦ଟଙ୍କା ରହିଛି, ଓ SC, ST ଓ ଦିବ୍ୟାଙ୍ଗ- ୨୦୦ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି । ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୩୦ ଜାନୁଆରୀ ୨୦୨୨ ରହିଛି ।