Advertisment

'ସ୍ଥାୟୀ ନିଯୁକ୍ତି ଦିଅ, ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କର'

ରାଜ୍ୟରେ ଏକ ଲକ୍ଷ ୨୦ ହଜାର ପ୍ରାଥମିକ ଶିକ୍ଷକ ଅଛନ୍ତି। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏମାନଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ।

Primary Teacher association

Primary Teacher association

Advertisment

ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ବିଶାଳ ରାଲି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ହଜାର ହଜାର ଶିକ୍ଷକ ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିବା ବେଳେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇନଥିବାରୁ ତେଜିଛି ଅସନ୍ତୋଷ। ପ୍ରାଥମିକ ଶିକ୍ଷକଙ୍କୁ ସ୍ଥାୟୀ କରିବା ସହ ଛଅଟି ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ ଓ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଲାଗି ଶିକ୍ଷକମାନେ ଦାବି କରିଛନ୍ତି। ଆଉ ଏହି ୩ ଦଫା ଦାବି ନେଇ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଚାଲିଛି ଅହୋରାତ୍ର ଧାରଣା। ସରକାରଙ୍କ ପାତରଅନ୍ତର ନୀତିକୁ ପ୍ରାଥମିକ ଶିକ୍ଷକମାନେ ଜୋରଦାର ବିରୋଧ କରିଛନ୍ତି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ପ୍ରାଥମିକ ଶିକ୍ଷକ ସଂଘ ଚେତାବନୀ ଦେଇଛି।

Advertisment

ରାଜ୍ୟରେ ଏକ ଲକ୍ଷ ୨୦ ହଜାର ପ୍ରାଥମିକ ଶିକ୍ଷକ ଅଛନ୍ତି। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏମାନଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ମାତ୍ର ଶିକ୍ଷକ ଧାରଣାରେ ବସିଥିବାରୁ ପାଠପଢା ବାଧାପ୍ରାପ୍ତ ହୋଇଛି। ଯଦି ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ପାଠପଢା ଗୁରୁତର ପ୍ରଭାବିତ ହେବ। ଏଭଳି ସ୍ଥିତିରେ ଶିକ୍ଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ବିରୋଧୀ। କଂଗ୍ରେସ କହିଛି ପ୍ରାଥମିକ ଶିକ୍ଷକଙ୍କ ଅବସ୍ଥା ଓ ଅସଙ୍ଗତି ପାଇଁ ସରକାର ହିଁ ଦାୟୀ। ଅନ୍ୟପକ୍ଷରେ ସରକାର ଶିକ୍ଷା ବ୍ୟବସ୍ଥାକୁ ବିଭାଜିତ କରିବା ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେପି। ଶିକ୍ଷକମାନେ ଦିନରାତି ଧାରଣାରେ ବସିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ପଦମପୁରରେ ନିର୍ବାଚନ ପ୍ରଚାର କରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହି କଡା ଭାଷାରେ ନିନ୍ଦା କରିଛି ଦଳ। ତେବେ ସମସ୍ୟାର ସମାଧାନ ଲାଗି ଉଦ୍ୟମ କରାଯାଉଥିବା କହିଛି ବିଜେଡି।

ଚୁକ୍ତି ଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ କରି ସରକାର ବାହାବା ନେଲେ ହେଲେ ପ୍ରାଥମିକ ଶିକ୍ଷକଙ୍କୁ କାହିଁକି ସାମିଲ କଲେନି ତାହା ବଡ଼ ପ୍ରଶ୍ନ। ଅନ୍ୟପକ୍ଷରେ ଶିକ୍ଷକଙ୍କ ଦାବି ପୂରଣ ନେଇ ସରକାର କି ପଦକ୍ଷେପ ନେଉଛନ୍ତି ଏବେ ତା ଉପରେ ନଜର।

Advertisment

(ପଦ୍ମପୁରରୁ ସୋମେଶ ମହାନ୍ତି, ମାୟାଧର ସରାଫ ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ)

Abolish Contractual System
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ