/odishatv-khabar/media/post_attachments/uploadimage/library/16_9/16_9_0/jobs_1626870950.jpg)
jobs
ନୂଆଦିଲ୍ଲୀ: ଶିକ୍ଷକତା କରିବା ପାଇଁ ଇଚ୍ଛା ରଖିଛନ୍ତି କି? ତେବେ ଆପଣଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଖବର। କାରଣ ଶିକ୍ଷକ ପଦବୀ ପାଇଁ ୧୩ ହଜାର ପୋଷ୍ଟ ଖାଲି ପଡ଼ିଛି। PGT ଶିକ୍ଷକ ସମେତ ଶିକ୍ଷକମାନଙ୍କର ବିଭିନ୍ନ ପଦବୀରେ ୧୩ ହଜାରରୁ ଅଧିକ ଚାକିରି ବାହାରିଛି। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ବିଭାଗର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନିର୍ଦ୍ଧାରିତ ଶେଷ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ଜାଣିରଖନ୍ତୁ ଆବେଦନର ଶେଷ ତାରିଖ ସମ୍ପର୍କରେ ସମସ୍ତ ତଥ୍ୟ.....
PGT ଶିକ୍ଷକ ନିଯୁକ୍ତି ୨୦୨୧: ଆସାମ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ
ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଆସାମ (PGT ଶିକ୍ଷକ ନିଯୁକ୍ତି ୨୦୨୧) ରେ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅଫିସିଆଲ୍ ୱେବସାଇଟ୍ madhyamik.assam.gov.in ମାଧ୍ୟମରେ ଆବେଦନ କରିପାରିବେ ବୋଲି ସୂଚନା ମିଳିଛି।
ଆବେଦନ କରିବାର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୧ ରହିଛି। ମୋଟ ୨୨୭୨ ଟି ପଦବୀରେ ନିଯୁକ୍ତି କରାଯିବ। ସରକାରୀ ୱେବସାଇଟରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି। ସେପଟେ, ତାମିଲନାଡୁର ଶିକ୍ଷକ ନିଯୁକ୍ତି ବୋର୍ଡ ବିଭିନ୍ନ ବିଷୟରେ ଶିକ୍ଷକ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୧୬ ସେପ୍ଟେମ୍ବର ୨୦୨୧ ରୁ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ୧୭ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ନିଯୁକ୍ତି ବୋର୍ଡ trb.tn.nic.in ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ।
Also Read
ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ବିଷୟର ମୋଟ ୨୨୦୭ ପଦ ପାଇଁ ଶିକ୍ଷକ ନିଯୁକ୍ତି ପାଇବେ। ବିଜ୍ଞପ୍ତି ଅନୁଯାୟୀ ତାମିଲର ୨୭୧ ଟି ପୋଷ୍ଟ, ୧୯୨ ଟି ଇଂରାଜୀ ଏବଂ ୧୧୪ ଟି ଗଣିତ ପଦବୀ ସହିତ ୨୭୧ ଟି ଶିକ୍ଷକ ବିଭିନ୍ନ ବିଷୟ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ତେବେ ଆପଣ ଯଦି ଇଚ୍ଛା ରଖିଛନ୍ତି ଶିକ୍ଷକତା କରିବା ଲାଗି ତେବେ ଆପଣ ମଧ୍ୟ ଏହି ବିଜ୍ଞପ୍ତି ଅନୁସାରେ ଆବେଦନ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)