Advertisment

SSC Recruitment: ଦଶମ ପାଶ୍ କରିଥିଲେ କନଷ୍ଟେବଳ ଚାକିରି, ଦରମା ପାଖାପାଖି ୭୦ ହଜାର

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ ଯୋଗଦେବାକୁ ଝାଳ ବୁହାଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ (SSC) ୭୫ ହଜାରରୁ ଅଧିକ କନଷ୍ଟେବଳ ଜିଡି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଚୟନ ହେଲେ ମାସିକ ଦରମା ପାଖାପାଖି ୭୦ ହଜାର।

ଅଦ୍ୟତନ ହୋଇଛି
SSC Recruitment 2023

SSC Recruitment 2023 for Constable (General Duty) job opportunity for 75,768 posts

Advertisment

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ ଯୋଗଦେବାକୁ ଝାଳ ବୁହାଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ (SSC) ୭୫ ହଜାରରୁ ଅଧିକ କନଷ୍ଟେବଳ ଜିଡି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ବାହିନୀ, ଏନ୍‌ଆଇଏ, ଏସ୍‌ଏସ୍‌ଏଫ୍‌ ଏବଂ ଆସାମ ରାଇଫଲ୍‌ରେ SSC କନଷ୍ଟେବଳ ଜିଡି / ରାଇଫଲ୍‌ମ୍ୟାନଙ୍କୁ ନିଯୁକ୍ତି ଦିଆଯିବ।

Advertisment

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ SSCର ଅଫିସିଆଲ୍ ୱେବ୍‌ସାଇଟ୍ ssc.nic.in କୁ ଯାଇ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ SSC Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ପାଇବେ ୩୫ ହଜାରରୁ ଅଧିକ

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୪ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ଡିସେମ୍ବର ୨୦୨୩
  • ଆବେଦନ ଶୁଳ୍କ ପୈଠ ଶେଷ – ୨୯ ଡିସେମ୍ବର ୨୦୨୩
  • କମ୍ପ୍ୟୁଟର ଆଧାରିତ ପରୀକ୍ଷା - ଫେବୃଆରୀ ୨୦୨୪

ଖାଲି ପଦବୀ:

  • BSF – ୬୧୭୪ ଟି ପୋଷ୍ଟ୍‌
  • CISF – ୧୧୦୨୫ଟି ପୋଷ୍ଟ୍‌
  • CRPF – ୩୩୩୭ଟି ପୋଷ୍ଟ୍‌
  • SSB – ୬୩୫ଟି ପୋଷ୍ଟ୍‌
  • ITBP – ୩୧୯୮ଟି ପୋଷ୍ଟ୍‌
  • AR – ୧୪୯୦ଟି ପୋଷ୍ଟ୍‌
  • SSF – ୨୯୬ଟି ପୋଷ୍ଟ୍‌
  • ମୋଟ ପଦବୀ – ୨୬୧୪୬ଟି ପୋଷ୍ଟ୍‌
Advertisment

ଚୟନ ପ୍ରକ୍ରୀୟା:

  • ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBE)
  • ଶାରୀରିକ ଦକ୍ଷତା ପରୀକ୍ଷା (PET)
  • ଶାରୀରିକ ସୁସ୍ଥତା ପରୀକ୍ଷା (PST)
  • ଡାକ୍ତରୀ ପରୀକ୍ଷା
  • ଡକ୍ୟୁମେଣ୍ଟ ଯାଞ୍ଚ

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ପ୍ରାର୍ଥୀ ଦଶମ ପାଶ୍ କରିଥିବା ଆବଶ୍ୟକ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ପୁଣି OSSC ବାହାରକଲା ବିଜ୍ଞାପନ; ନିଯୁକ୍ତି ପାଇବେ ୨୩୦ରୁ ଅଧିକ ପ୍ରାର୍ଥୀ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୩ ବର୍ଷ
  • ସଂରକ୍ଷିତ ବର୍ଗ କ୍ଷେତ୍ରରେ ବୟସ କୋହଳ ରହିଛି

ଆବେଦନ ଶୁଳ୍କ:

  • ସଂରକ୍ଷିତ ବର୍ଗ ପ୍ରାର୍ଥୀ ଏବଂ ମହିଳା – ଦେୟ ମୁକ୍ତ
  • ଅନ୍ୟମାନେ – ୧୦୦ ଟଙ୍କା

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୧,୦୦୦ ଟଙ୍କା
  • ସର୍ବାଧିକ ଦରମା – ୬୯,୧୦୦

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ ssc.nic.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ପଞ୍ଜୀକରଣ ଲିଙ୍କ ଚୟନ କରନ୍ତୁ
  • ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରି ଆବେଦନ ପ୍ରକ୍ରିୟା ଆରମ୍ଭ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପୈଠ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
Govt Jobs SSC Jobs SSC Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ