Advertisment

SSC GD Constable Recruitment: ପୂରଣ ହେବ ୩୯୪୦୦ରୁ ଅଧିକ କନଷ୍ଟେବଳ ପଦବୀ; ଓଡ଼ିଆରେ ହେବ ପରୀକ୍ଷା

ଲକ୍ଷ ଲକ୍ଷ ଆଶାୟୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ SSC GD(ଜେନେରାଲ୍ ଡ୍ୟୁଟି) କନଷ୍ଟେବଳ ନିଯୁକ୍ତି ପରୀକ୍ଷା ପାଇଁ କର୍ମଚାରୀ ଚୟନ ଆୟୋଗ(SSC) ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
SSC GD 2025 Constable Application  Apply for 39481  posts

SSC GD 2025 Constable Application Apply for 39481 posts

ଲକ୍ଷ ଲକ୍ଷ ଆଶାୟୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ SSC GD(ଜେନେରାଲ୍ ଡ୍ୟୁଟି) କନଷ୍ଟେବଳ ନିଯୁକ୍ତି ପରୀକ୍ଷା ପାଇଁ କର୍ମଚାରୀ ଚୟନ ଆୟୋଗ(SSC) ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ SSCରେ ଅନେକ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ସବୁଠାରୁ ଖୁସିର କଥା ହେଲା ଏହି ନିଯୁକ୍ତି ମାଧ୍ୟମରେ ୩୯୪୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSCର ଅଫିସିଆଲ୍ ୱେବ୍‌ସାଇଟ୍‌ ssc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SSC GD 2025 Constable Application Apply for 39481 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୫ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୪ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • BSF – ୧୫୬୫୪ଟି ପୋଷ୍ଟ୍‌
  • CISF – ୭୧୪୫ଟି ପୋଷ୍ଟ୍‌
  • CRPF – ୧୧୫୪୧ଟି ପୋଷ୍ଟ୍‌
  • SSB – ୮୧୯ଟି ପୋଷ୍ଟ୍‌
  • ITBP – ୩୦୧୭ଟି ପୋଷ୍ଟ୍‌
  • AR – ୧୨୪୮ଟି ପୋଷ୍ଟ୍‌
  • SSF – ୩୫ଟି ପୋଷ୍ଟ୍‌
  • NCB – ୨୨ଟି ପୋଷ୍ଟ୍‌
  • ମୋଟ ପଦବୀ – ୩୯୪୮୧ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଦଶମ ଶ୍ରେଣୀ ପାଶ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୩ ବର୍ଷ
  • ବୟସ ଗଣନା ୦୧/୦୧/୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୧,୭୦୦ ଟଙ୍କା
  • ସର୍ବାଧିକ ଦରମା – ୬୯,୧୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ ଟଙ୍କା
  • SC/ST/ESM/ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା(CBT)
  • ଶାରିରୀକ ଦକ୍ଷତା ଟେଷ୍ଟ୍(PET)
  • ଶାରିରୀକ ମାନକ ଟେଷ୍ଟ୍(PST)
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ପରୀକ୍ଷା ଭାଷା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ କରାଯିବ।
  • ଅନ୍ୟାନ୍ୟ ଭାଷା ମଧ୍ୟରେ ଓଡ଼ିଆ ମଧ୍ୟ ରହିଛି।
Govt Jobs SSC Jobs SSC GD Recruitment
Advertisment
Advertisment