Advertisment

SSC CHSL Recruitment: କେନ୍ଦ୍ର ସରକାର ଅଧିନରେ ଚାକିରି ସୁଯୋଗ; ପୂରଣ ହେବ ୩୭୧୨ ପଦବୀ

ସରକାରୀ ଚାକିରି କରିବାକୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ପ୍ରକାଶ କରିବା ସହ SSC ଏହାର ଆବେଦନ ଲିଙ୍କକୁ ମଧ୍ୟ ସକ୍ରିୟ କରିଛି।

ଅଦ୍ୟତନ ହୋଇଛି
SSC CHSL Recruitment 2024

SSC CHSL Recruitment Apply for 3712 post

Advertisment

ସରକାରୀ ଚାକିରି କରିବାକୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ (SSC CHSL) ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ପ୍ରକାଶ କରିବା ସହ SSC ଏହାର ଆବେଦନ ଲିଙ୍କକୁ ମଧ୍ୟ ସକ୍ରିୟ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ କେନ୍ଦ୍ର ସରକାରରେ ବିଭିନ୍ନ ବିଭାଗ/ମନ୍ତ୍ରଣାଳୟରେ କ୍ଲର୍କ, ଆସିଷ୍ଟାଣ୍ଟ, ଡାଟା ଏଣ୍ଟ୍ରୀ ଆଦି ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୩୭୧୨ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ରେଳବାଇରେ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବା ଭଳି ଚାକିରି ସୁଯୋଗ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ SSC ର ଅଫିସିଆଲ୍ ୱେବସାଇଟ ssc.gov.in କୁ ଯାଇ ଦେଖିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SSC CHSL Recruitment Apply for 3712 post Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୮ ଏପ୍ରିଲ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୭ ମେ ୨୦୨୪
  • ଆବେଦନ ଫର୍ମ ସଂଶୋଧନ – ୧୦ରୁ ୧୧ ମେ ୨୦୨୪
Advertisment

ଖାଲି ପଦବୀ:

  • ଲୋୟର ଡିଭିଜନ୍ କ୍ଲର୍କ (LDC)
  • ଜୁନିଅର ସେକ୍ରେଟାରୀ ଆସିଷ୍ଟାଣ୍ଟ (JSA)
  • ଡାକ ସହାୟକ (PA) / ସର୍ଟିଂ ଆସିଷ୍ଟାଣ୍ଟ (SA)
  • ଡାଟା ଏଣ୍ଟ୍ରି ଅପରେଟର (DEO)

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀ ଦ୍ୱାଦଶ ପାଶ କରିବା ଉଚିତ
  • ଅଧିକ ଜାଣିବା ପାଇଁ ବିଜ୍ଞାପନ ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ
  • SC/ ST/ PwBD ବର୍ଗ ପାଇଁ ବୟସରେ କୋହଳ ଅଛି

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୯,୯୦୦ ଟଙ୍କା
  • ସର୍ବାଧିକ ଦରମା – ୯୨,୩୦୦ ଟଙ୍କା

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ – ୧୦୦ ଟଙ୍କା
  • SC/ST/ଚାକିରିଆ/ମହିଳା – ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • କମ୍ପ୍ୟୁଟର ପରୀକ୍ଷା
  • ଡକ୍ୟୁମେଣ୍ଟ ଯାଞ୍ଚ
SSC CHSL Recruitment SSC Govt Jobs SSC Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ