• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଓଡ଼ିଶା ଷ୍ଟେଟ୍‌ ସିଲେକ୍‌ସନ୍‌ ବୋର୍ଡ(State Selection Board ) ଆଣିଛି ନିଯୁକ୍ତି ସୁଯୋଗ । SSBର ବିଜ୍ଞପ୍ତି ଅନୁଯାୟୀ ମୋଟ ୪୭୬ଟି ଅଧ୍ୟାପକ ପାଇଁ ପଦବୀ ଖାଲିପଡିଛି ।

Odisha Lecturer Recruitment 2022 ପୋଷ୍ଟ ପାଇଁ ଆଶାୟୀ ପ୍ରାର୍ଥୀମାନେ SSBର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନଲାଇନ୍ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଆରମ୍ଭ ତାରିଖ: ୧୩ ଏପ୍ରିଲ୍, ୨୦୨୨
  • ଅନଲାଇନ୍ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ: ୧୨ ମେ’, ୨୦୨୨

SSBରେ ଖାଲିପଡିଥିବା ପଦବୀ:

  • ଓଡିଆ ଅଧ୍ୟାପକ ପାଇଁ ଖାଲି ଥିବା ପଦବୀ ସଂଖ୍ୟା - ୨୭୮
  • ଇତିହାସ ଅଧ୍ୟାପକ ପାଇଁ ଖାଲି ଥିବା ପଦବୀ ସଂଖ୍ୟା – ୧୮୨
  • ହିନ୍ଦୀ ଅଧ୍ୟାପକ ପାଇଁ ଖାଲି ଥିବା ପଦବୀ ସଂଖ୍ୟା - ୧୬

ବୟସ ସୀମା:

  • SSBରେ ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ନିହାତି ୨୧ରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସରଂକ୍ଷିତ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ରିହାତି ମିଳିବ।

ପଦବୀ ପାଇଁ ଦରମା:

  • SSBର ପଦବୀ ପାଇଁ ଚୟନ ପ୍ରାର୍ଥୀଙ୍କ ମାସିକ ଦରମା ୪୪ ହଜାର ୯୦୦ରୁ ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା, କ୍ୟାରିୟର ମୂଲ୍ୟାଙ୍କନ ଏବଂ ଭାଇବା ପରୀକ୍ଷା ଆଧାରରେ ଚୟନ କରାଯିବ ।

କିପରି କରିବେ ଆବେଦନ:

  • ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ଆଶାୟୀ ପ୍ରାର୍ଥୀମାନେ www.ssbodisha.ac.in ୱେବ୍‌ସାଇଟ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ଆବେଦନ ଫର୍ମ ଦାଖଲ କରିପାରିବେ । ଅଫ୍‌ଲାଇନ୍‌ କିମ୍ୱା ଅନ୍ୟ କୌଣସି ମାଧ୍ୟମରେ ଆବେଦନ କରିହେବ ନାହିଁ । ଆବେଦନ ଫର୍ମ ଦାଖଲ ପରେ ପ୍ରମାଣ ପାଇଁ ପ୍ରାର୍ଥୀମାନେ ଫର୍ମର ଏକ ପ୍ରିଣ୍ଟ ରଖିବେ ।

ପଦବୀ ପାଇଁ ଆବେଦନ ଶୁଳ୍କ:

  • ସାଧାରଣ ବର୍ଗଙ୍କ ପାଇଁ - ୫୦୦ ଟଙ୍କା
  • SC / ST / OBC / PWD ପାଇଁ – ୨୦୦ ଟଙ୍କା